ଆଦିବାସୀମାନଙ୍କ ଉନ୍ନତି ସାଧିତ କରିବା ବିଜୁ ଜନତା ଦଳର ଲକ୍ଷ୍ୟ: ବିଜେଡି

ଭୁବନେଶ୍ୱର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାତଃ ସମୟରେ ବିଭିନ୍ନ ସ୍ଥାନରେ ଥିବା ଆଦିବାସୀ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଶଙ୍ଖ ଭବନରେ ଆୟୋଜିତ ସାଧାରଣ ସଭାରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇ ସମ୍ୱୋଧିତ କରିଥିଲେ । ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଗଣମାଧ୍ୟମ ସଂଯୋଜକ ତଥା ଆଦିବାସୀ ନେତା ଡ଼ ପ୍ରିୟବ୍ରତ ମାଝୀ ମଞ୍ଚ ପରିଚାଳନା କରିଥିଲେ । ଆଦିବାସୀ ଭାଇ ଓ ଭଉଣୀମାନେ ପାରମ୍ପରିକ ନୃତ୍ୟ ଓ ଗୀତ ପରିବେଷଣ କରି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମଞ୍ଚକୁ ପାଛୋଟି ଆଣିଥିଲେ । ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।
ସାଧାରଣ ସଭାକୁ ସମ୍ବୋଧିତ କରି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜୁ ଜନତା ଦଳ ସରକାର ସମୟରେ ଜନଜାତି ବର୍ଗର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉଚ୍ଚଶିକ୍ଷା ଠାରୁ ଆରମ୍ଭ କରି ସେମାନଙ୍କ ଜୀବନ ଜୀବିକା ଆଦି ବିଭିନ୍ନ କ୍ଷେତ୍ରର ବିକାଶ କରି ସେମାନଙ୍କୁ ସଶକ୍ତ କରିବାକୁ ବିଜେଡି ସରକାର ପଦକ୍ଷେପ ନେଇଥିଲା । ବିଜେଡି ସରକାର ସମୟରେ ପଞ୍ଚାୟତକୁ ଜଙ୍ଗଲ ଜାତ ଦ୍ରବ୍ୟର ସଂଗ୍ରହ ଅଧିକାର, ହଜାର ହଜାର ହଷ୍ଟେଲ, ଉଚ୍ଚଶିକ୍ଷା ପାଇଁ ଅନ୍ୱେଷା କାର୍ଯ୍ୟକ୍ରମ, ଜଙ୍ଗଲ ଜମି ଅଧିକାର ଆଦି ଜନଜାତି ଭାଇ ଭଉଣୀଙ୍କୁ ବିକାଶ ସହ ଯୋଡି ପାରିଥିଲା । ଏସ୍ଡିସି ଜରିଆରେ ଆଦିବାସୀଙ୍କ ବିକାଶ ହେଉଥିଲା । ୧୬୯ ଜନଜାତି ଗୋଷ୍ଠୀକୁ ଏସ୍ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ବିଜୁ ଜନତା ଦଳ । ଆଦିବାସୀ ଭାଇ ଭଉଣୀଙ୍କ ଶ୍ରେଷ୍ଠ ବନ୍ଧୁ ବିଜୁ ଜନତା ଦଳ । ଆଦିବାସୀ ସଶକ୍ତିକରଣ ବିଜୁ ଜନତା ଦଳର ଲକ୍ଷ୍ୟ । ଆଦିବାସୀ ମାନଙ୍କ ବିକାଶ ପାଇଁ ବିଜୁ ଜନତା ଦଳ ସର୍ବଦା ବଦ୍ଧ ପରିକର । ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ସହ ଆଦିବାସୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଜେଡିର ଲଢ଼େଇ ଜାରି ରହିବ ।
ଏହି ଅବସରରେ ଆଦିବାସୀ ସେଲ୍ର ଅଧ୍ୟକ୍ଷ ଶ୍ରୀ ମଙ୍ଗଳା କିଷାନ, ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଏବଂ ପୂର୍ବତନ ବିଧାୟକ ତଥା କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ମାନସ ମାଡକାମୀ ପ୍ରମୁଖ ନିଜ ବକ୍ତବ୍ୟରେ ଆଦିବାସୀ ମାନଙ୍କ ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ଅଦମ୍ୟ ନେତୃତ୍ୱରେ ଜନଜାତିଙ୍କ ବିକାଶକୁ ନୂଆ ପରିଭାଷା ଦେବାକୁ ବିଜୁ ଜନତା ଦଳ ସଦା ସଂକଳ୍ପବଦ୍ଧ ରହିଛି ବୋଲି କହିଥିଲେ ।
ଶଙ୍ଖ ଭବନରେ ଆୟୋଜିତ ସାଧାରଣ ସଭାରେ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀମତୀ ସୁଜାତା ରାଉତ, ଟୁକୁନି ସାହୁ, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ମଞ୍ଜୁଲତା କହଁର, ଡା ଦେବାଶିଷ ମାରାଣ୍ଡି, ଶ୍ରୀ ମନ୍ମଥ ରାଉତରାୟ, ଶ୍ରୀ ଚିନ୍ମୟ ସାହୁ, ଇପ୍ସିତା ସାହୁ, ଡ଼ ଲେନିନ ମହାନ୍ତି, ଶ୍ରୀ ବିଜୟ ନାୟକ, ଶ୍ରୀ ପ୍ରୀତି ରଞ୍ଜନ ଘଡେଇ, ଶ୍ରୀ ରାଜେନ୍ଦ୍ର ସାହୁ, ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ସାରଦା ଜେନା, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ରଞ୍ଜିତା ସାହୁ, ଶ୍ରୀମତୀ ଦମୟନ୍ତୀ ମାଝୀ, ଶ୍ରୀ ରମାରଞ୍ଜନ ବଳିଆରସିଂହ, ଶ୍ରୀ ମାଧବ ସର୍ଦ୍ଦାର, ଶ୍ରୀମତୀ ବାସନ୍ତୀ ସିଂ, ଶ୍ରୀ ନନ୍ଦଲାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଭାରତୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

    ବରଗଡ଼: ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି ଏବଂ ଦଳର ୧୫ ଜଣ ଜିଲା ପରିଷଦ ସଦସ୍ୟା ଓ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

    Continue reading
    ଆଦିବାସୀଙ୍କ ଐତିହ୍ୟ ସୁରକ୍ଷା ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ବିଜେଡି ସଂକଳ୍ପବଦ୍ଧ

    ଶଙ୍ଖ ଭବନରେ ପାଳିତ ହେବ ବିଶ୍ୱ ଆଦିବାସୀ ଦିବସ ଯୋଗଦେବେ ନବୀନ ପଟ୍ଟନାୟକ ଭୁବନେଶ୍ୱର,: ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଅଗଷ୍ଟ ୯ ତାରିଖରେ ରବିବାର ଦିନ ପାଳିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ