ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଦେବଗଡ଼:ଦେବଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ସଙ୍କୁଳ ପ୍ରମୁଖ ସଦାନନ୍ଦ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ତିଲେଇବଣି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ସାହୁ ମୁଖ୍ୟଅତିଥି, ଜିଲ୍ଲା ପ୍ରମୁଖ ବିଜୟ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ନିଜର ବକ୍ତବ୍ୟ ରଖିଥିଲେ।ସଙ୍କୁଳ ସଂଯୋଜକ ଉମାକାନ୍ତ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଜ୍ଞାନ ପ୍ରମୁଖ ଆଚାର୍ଯ୍ୟ ମିଲିରାଣୀ ଧର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।କାର୍ଯ୍ୟକ୍ରମରେ ସଙ୍କୁଳ ଅନ୍ତର୍ଗତ ୧୦ଟି ବିଦ୍ୟାଳୟରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ପଶ୍ଚିମ ସମ୍ଭାଗ ଶିକ୍ଷା ବିକାଶ ସମିତିର ସମ୍ପାଦକ ତ୍ରିବିକ୍ରମ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।ଆଚାର୍ଯ୍ୟା ଗୀତାରାଣୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବ‌ାବେଳେ ବିଦ୍ୟାଳୟର ସଭାପତି ପରମାନନ୍ଦ ସାହୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟା ପଲ୍ଲୀଶ୍ରୀ ନାଏକ,ସ୍ନିଗଧାରାଣୀ ନନ୍ଦଙ୍କ ସମେତ ସଙ୍କୁଳ ଅନ୍ତର୍ଗତ ପ୍ରଧାନ ଆଚାର୍ଯ୍ୟ, ବିଦ୍ୟାଳୟା କର୍ମଚାରୀମାନେ ସହଯୋଗ କରିଥିଲେ।

  • Related Posts

    ଲିଟିଲ ଷ୍ଟାର ଗ୍ରୁପର ପାଠ ମଉଜ କାର୍ଯ୍ୟକ୍ରମ

    ଆମର ସ୍ବପ୍ନ ହିଁ ଆମ ଭବିଷ୍ୟତ ଗଢେ ନିମାପଡା : ଆମେ ଆମର ଜୀବନ ରେ ବଡ ହେବାକୁ ହେଲେ ଓ ଆମର ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ହେଲେ ଆମ ମାନଙ୍କ ସ୍ବପ୍ନ କୁ ବଡ କରି ସୁଦୂର ପ୍ରସାରି…

    Continue reading
    ସାର୍ବଜନୀନ ‌ଗଣେଶ ମେଳା କମିଟିର ସାଧାରଣ ବୈଠକ, ନୂତନ କାର୍ଯ୍ୟକର୍ତ୍ତା ଚୟନ

    ଦେବଗଡ଼:ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆଜି ସାର୍ବଜନୀନ ‌ଗଣେଶ ମେଳା କମିଟିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ରାଜ କିଶୋର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୁରାତନ ପଞ୍ଜିକୃତ ସଭ୍ୟଙ୍କ ସହ ନୂତନ ସଭ୍ୟଙ୍କୁ ସ୍ବାଗତ କରାଯାଇଥିଲ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ