
ଦେବଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ବେଟି ବଞ୍ଚାଅ ବେଟି ପଢାଓ ସମନ୍ୱୟ ବୈଠକ ଅନୁଷ୍ଠିତ ହେଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ଶିଶୁ କନ୍ୟାକୁ ଗଢି ତୋଳିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିବା ସହ କନ୍ୟା ସନ୍ତାନକୁ ସୁରକ୍ଷା ଦେବା,ଶିକ୍ଷିତ କରିବା ସଶକ୍ତ କରିବା ,କନ୍ୟା ଭୃଣ ହତ୍ୟାକୁ ରୋକିବା ଓ କୋଠାରଭାବେ ପାଳନ କରିବା,ଝିଅମାନଙ୍କ ଶିକ୍ଷାରେ ବୃଦ୍ଧି ଆଣିବା,ଝିଅ ଜନ୍ମ ଶିକ୍ଷା ପାଇଁ ସଚେତନତା ଓ ବାଲ୍ୟ ବିବାହ ନିବାରଣ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ଅତିରିକ୍ତ ଏସପି ଧୀରଜ ଚୋପଦାର,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର,ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂଙ୍କ ସମେତ ସମସ୍ତ ସିଡ଼ିପିଓ ଓ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ।




