ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

ନୂଆଦିଲ୍ଲୀ: ବିଜୁଳି ଜାଳିବା ହେବ ମହଙ୍ଗା। ଉପଭୋକ୍ତାଙ୍କୁ ଲାଗିବ ୪୪୦ ଭୋଲ୍ଟର ଝଟକା। ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଦର ବଢ଼ିବ । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ବିଜୁଳି ଦର ବୃଦ୍ଧିକୁ ଅନୁମତି ଦେବା ଉପରେ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ବିଜୁଳି ଦରରେ ବୃଦ୍ଧି ସଠିକ୍‌ ଭାବେ ହେବା ଉଚିିତ୍‌ । ନ୍ୟାୟାଳୟ ବିଜୁଳି ବିଲ୍‌ ଦର ବଢାଇବା ପାଇଁ ଅନୁମତି ଦେବା ସହ କିଛି ସର୍ତ୍ତ ରଖିଛନ୍ତି । କୋର୍ଟ କହିଛନ୍ତି ଯେ, ଦର ବୃଦ୍ଧି ଲାଭଦାୟକ ହେବା ଆବଶ୍ୟକ ଓ ଦିଲ୍ଲୀ ନିୟାମକ ଆୟୋଗ ପକ୍ଷରୁ ସ୍ଥିର କରାଯାଇଥିବା ସୀମାରୁ ଅଧିକ ହେବା ଉଚିିତ୍‌ ନୁହେଁ । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ବିଜୁଳି ଦର ବଢା ଯାଇପାରିବ, ମାତ୍ର ତାହା ପକେଟ୍‌କୁ ସୁହାଇବା ଭଳି ହେବା ଆବଶ୍ୟକ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ପ୍ରଭାବ ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟ ଉପରେ ମଧ୍ୟ ପଡିପାରେ ।

ଏହି ମାମଲା ବିଜୁଳି ବିତରଣ କମ୍ପାନୀର ଅଟକିଥିବା ଟଙ୍କାକୁ ନେଇ ବର୍ଷ ବର୍ଷ ଧରି ଚାଲିଥିବା ମକଦ୍ଦମା ଉପରେ ହୋଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀ ବିଜୁଳି ନିୟାମକ ଆୟୋଗ (ଡିଇଆରସି) ରୋଡ୍‌ମ୍ୟାପ୍‌ ତିଆରି କରିବା ଆବଶ୍ୟକ ଯେ ବିଜୁଳି ବିଲ୍‌ କେବେ ଓ କେତେ ବଢାଇବା ଉଚିିତ୍‌। ରିପୋର୍ଟ ଅନୁଯାୟୀ, ବୃଦ୍ଧି ବିଜୁଳି ଦର ଯେପରି ସମସ୍ତ ପ୍ରକାର ଉପଭୋକ୍ତାଙ୍କ ଉପରେ ଲାଗୁ କରାଯାଇପାରିବ।

  • Related Posts

    ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

    ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ର ସଫଳ ପରୀକ୍ଷଣ (ଟ୍ରାଏଲ ରନ୍‌) କରାଯାଇଛି। ଅଗଷ୍ଟ ୭ରେ ଉତ୍ତର ପ୍ରଦେଶର ଚାନ୍ଦାଉଲି ଅନ୍ତର୍ଗତ ଗଞ୍ଜଖ୍ବାଜା ଷ୍ଟେସନରୁ ଝାଡ଼ଖଣ୍ଡର ଗରୱା ରୋଡ ପର୍ଯ୍ୟନ୍ତ ୨୦୯ କିମି ରାସ୍ତାକୁ ଏହି ମାଲଗାଡି…

    ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନରେ ଅଗଷ୍ଟ ୧୧ ତାରିଖରେ ଆରମ୍ଭ ହେବ। ଏଥର ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍ ଅଗଷ୍ଟ ୧୦ ତାରିଖରେ, ବିଧାୟକମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଉପରେ ସ୍ୱତନ୍ତ୍ର ତାଲିମ…

    Leave a Reply

    Your email address will not be published. Required fields are marked *

    You Missed

    ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

    ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

    ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

    ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୭ମୃତ

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ