ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ର ସଫଳ ପରୀକ୍ଷଣ (ଟ୍ରାଏଲ ରନ୍‌) କରାଯାଇଛି। ଅଗଷ୍ଟ ୭ରେ ଉତ୍ତର ପ୍ରଦେଶର ଚାନ୍ଦାଉଲି ଅନ୍ତର୍ଗତ ଗଞ୍ଜଖ୍ବାଜା ଷ୍ଟେସନରୁ ଝାଡ଼ଖଣ୍ଡର ଗରୱା ରୋଡ ପର୍ଯ୍ୟନ୍ତ ୨୦୯ କିମି ରାସ୍ତାକୁ ଏହି ମାଲଗାଡି ୫ ଘଣ୍ଟା ୧୦ ମିନିଟରେ ଅତିକ୍ରମ କରିଥିବା ଜଣାପଡିଛି। ଏହି ମାଲଗାଡିର ଲମ୍ବ ୪.୫ କିମି ହୋଇଥିବାବେଳେ ଏଥିରେ ୭ଟି ଇଞ୍ଜିନ ଓ ୩୫୪ଟି ବଗି ଖଞ୍ଜାଯାଇଛି। ସମ୍ମୁଖରେ ଦୁଇଟି ଇଞ୍ଜିନ ଲାଗିଥିବାବେଳେ ପ୍ରତ୍ୟେକ ୫୯ଟି ବଗି ପରେ ଗୋଟିଏ ଲେଖାଏଁ ଇଞ୍ଜିନ ଖଞ୍ଜାଯାଇଛି। ଏହା ଘଣ୍ଟାକୁ ୪୦-୫୦ କିମି ବେଗରେ ଯାତ୍ରା କରୁଛି। ପ୍ରତ୍ୟେକ ବଗିରେ ୭୨ ଟନ ଓଜନର ସାମଗ୍ରୀ ପରିବହନ କରାଯାଇପାରିବ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଟ୍ରାଏଲ ରନ୍‌ର ଭିଡିଓକୁ ନିଜର ଏକ୍ସ ଆକାଉଣ୍ଟରେ ଅପ୍‌ଲୋଡ କରିଛନ୍ତି। ଖୁବଶୀଘ୍ର ଏହି ମାଲଗାଡିକୁ ଧାନବାଦ ଡିଭିଜନକୁ ପଠାଯିବ। ଏହାଦ୍ବାରା ଅଧିକ ପରିମାଣର ସାମଗ୍ରୀ ପରିବହନ କରାଯିବା ସହ ସମୟ ସଞ୍ଚୟ ଓ ଖର୍ଚ୍ଚ କାଟ ହୋଇପାରିବ ବୋଲି କୁହାଯାଇଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଞ୍ଚଟି ମାଲଗାଡିକୁ ସଂଯୋଗ କରାଯାଇ ଏଭଳି ଦୀର୍ଘତମ ମାଲଗାଡି ପ୍ରସ୍ତୁତ କରାଯାଇଛି।

  • Related Posts

    ହାଇଜାକ୍ ଆଲର୍ଟ: ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

    ରାଜସ୍ଥାନ: ଜୟପୁର ବିମାନବନ୍ଦରରେ ବଡ଼ଧରଣର ବିମାନ ହାଇଜାକ୍ ଆଲର୍ଟ । ଯାହା ପରେ କିଛି ସମୟ ପାଇଁ ବିମାନରେ ଆତଙ୍କ ଖେଳିଯାଇଥିଲା । ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ (AI-2030)କୁ ଜୟପୁରରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ…

    Continue reading
    ତିହାର ଜେଲ୍ ଗଲେ ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା

    ତିହାର ଜେଲ୍ ଗଲେ କକ୍ରୋଚ ଜନତା ପାର୍ଟି (CJP) ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା। ଶାନ୍ତି ମୁଚାଲିକାର ଅବମାନନା ଓ ଧାର୍ଯ୍ୟ ବିକ୍ଷୋଭସ୍ଥଳ ମାନ୍ୟତାରୁ ବାଦ୍ ପଡ଼ିଥିବା ଯନ୍ତରମନ୍ତରରେ ବିନା ଅନୁମତିରେ ପ୍ରବେଶ କରି ବିକ୍ଷୋଭ ପ୍ରଦର୍ଶନ କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ