ବାଣୀବିହାର କ୍ୟାମ୍ପସରେ ଚେୟାର ଫିଙ୍ଗାଫିଙ୍ଗି ଓ ଭଙ୍ଗାରୁଜା

ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା। ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ABVP ଓ BCJD ପ୍ରାର୍ଥୀ। କ୍ୟାମ୍ପସ ଅଡିଟୋରିୟମରେ ଚେୟାର ଫିଙ୍ଗାଫିଙ୍ଗି ଓ ଭଙ୍ଗାରୁଜାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ କ୍ୟାମ୍ପସରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି ଡିସିପି।

ହ୍ୱାଏ ଆଇ ଷ୍ଟାଣ୍ଡ ଫ ମିଟିଂ ପୂର୍ବରୁ ଶୋଭାଯାତ୍ରାରେ ଆସୁଥିବା ABVP ଓ BCJD ପ୍ରାର୍ଥୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। କ୍ୟାମ୍ପସ ଅଡିଟୋରିୟମରେ ଚେୟାର ଫିଙ୍ଗାଫିଙ୍ଗି ଓ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ନାରାବାଜି ଯୋଗୁଁ ଉତ୍ତେଜନା ଆହୁରି ବଢ଼ିଥିଲା।

ପରିସ୍ଥିତି ସମ୍ଭାଳିବାକୁ କ୍ୟାମ୍ପସରେ ପହଞ୍ଚି ଛାତ୍ରଗୋଷ୍ଠୀଙ୍କ ସହ ଆଲୋଚନା କରିଛନ୍ତି ଡିସିପି। ଅଣଛାତ୍ରଙ୍କୁ କ୍ୟାମ୍ପସ ଛାଡ଼ି ଚାଲିଯିବାକୁ ପୋଲିସ କମିଶନର ଓ ଡିସିପି ଅପିଲ୍ କରିଛନ୍ତି। ସମସ୍ତ ପ୍ରାର୍ଥୀଙ୍କୁ ମଧ୍ୟ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

ପୋଲିସର କହିବା ଅନୁସାରେ, ଅଣଛାତ୍ରମାନେ କ୍ୟାମ୍ପସରୁ ବାହାରିବା ପରେ ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ଆୟୋଜନ କରାଯିବ। ତେବେ କ୍ୟାମ୍ପସ ଭିତରକୁ ଅଣଛାତ୍ର କିପରି ପ୍ରବେଶ କଲେ, ତାକୁ ନେଇ ପ୍ରଶ୍ନ ଉଠିଛି।

  • Related Posts

    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading
    ଇପସିତାଙ୍କୁ ଉଠାଇ ନେଲା ପୁଲିସ

    ଭୁବନେଶ୍ୱର: ରମାଦେବୀ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିସିଜେଡି ସଭାନେତ୍ରୀ ଇପସିତା ସାହୁଙ୍କୁ ପୁଲିସ ଉଠାଇ ନେଇଛି ।ଇପସିତା ସାହୁଙ୍କୁ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ତାଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି