ହାଇଜାକ୍ ଆଲର୍ଟ: ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

ରାଜସ୍ଥାନ: ଜୟପୁର ବିମାନବନ୍ଦରରେ ବଡ଼ଧରଣର ବିମାନ ହାଇଜାକ୍ ଆଲର୍ଟ । ଯାହା ପରେ କିଛି ସମୟ ପାଇଁ ବିମାନରେ ଆତଙ୍କ ଖେଳିଯାଇଥିଲା । ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ (AI-2030)କୁ ଜୟପୁରରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରାଯାଇଛି । ସୂଚନା ଅନୁଯାୟୀ, ଅହମ୍ମଦାବାଦ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ପାଖକୁ ଏହି ବିମାନକୁ ନେଇ ଏକ ସତର୍କ ସୂଚନା ଆସିଥିଲା, ଯାହା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତତ୍ପର ହୋଇପଡ଼ିଥିଲେ ।
ସୂଚନା ମୁତାବକ, ବିମାନର ପାଇଲଟ୍ ଭୁଲବଶତଃ ମାତ୍ର କିଛି ସେକେଣ୍ଡ ପାଇଁ ଏକ ଜରୁରୀକାଳୀନ କୋଡ୍ ପଠାଇ ଦେଇଥିଲେ । ବିମାନ ଚଳାଚଳ କ୍ଷେତ୍ରରେ ‘Squawk-7500’ କୋଡ୍‌ଟି ବିମାନ ହାଇଜାକ୍ କିମ୍ବା ବେଆଇନ କବଜା ସ୍ଥିତିକୁ ସୂଚିତ କରିଥାଏ । ଏହି ଆଲର୍ଟ ମିଳିବା କ୍ଷଣି ବିମାନକୁ ଜୟପୁର ଆଡ଼କୁ ଡାଇଭର୍ଟ କରାଯାଇଥିଲା । ସକାଳ ପ୍ରାୟ ୯:୪୫ ମିନିଟରେ ବିମାନକୁ ଜୟପୁର ବିମାନବନ୍ଦରର ଆଇସୋଲେସନ୍ ବେ କୁ ଅଣାଯାଇଥିଲା । ଏହାପରେ ସୁରକ୍ଷା ଏଜେନ୍ସିଗୁଡ଼ିକର କଡ଼ା ନଜରରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଟର୍ମିନାଲକୁ ପଠାଯାଇଛି । ତେବେ ପାଇଲଟ୍ କାହିଁକି ଏହି କୋଡ୍ ଜାରି କରିଥିଲେ, ସେ ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରାଯାଉଛି ।

ଏହିପରି ଏକ ଘଟଣା ଗତ ସେପ୍ଟେମ୍ବର ୩୦, ୨୦୨୬ରେ ମଧ୍ୟ ଘଟିଥିଲା । ଦୁବାଇରୁ ଇସ୍ରାଏଲର ତେଲ ଅବିବ ଯାଉଥିବା ‘ଫ୍ଲାଏ ଦୁବାଇ’ ର ଫ୍ଲାଇଟ୍ FZ1073 ମଧ୍ୟ ହାଇଜାକ୍ ଆଲର୍ଟ ସୃଷ୍ଟି କରିଥିଲା । ବୋଇଂ ୭୩୭ ମ୍ୟାକ୍ସ ବିମାନଟି ପ୍ରଥମେ ଏମର୍ଜେନ୍ସି କୋଡ୍ ୭୭୦୦ ଏବଂ ପରେ ସ୍କ୍ବାକ୍-୭୫୦୦ ଜାରି କରିଥିଲା । ପରେ ସେହି ବିମାନକୁ ସାଉଦି ଆରବର ତବୁକ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ସେହି ଘଟଣାରେ ଜଣେ କୋ-ପାଇଲଟ୍‌ଙ୍କ ସନ୍ଦିଗ୍ଧ ଆଚରଣକୁ ନେଇ ମଧ୍ୟ ବ୍ୟାପକ ଚର୍ଚ୍ଚା ହୋଇଥିଲା ।

  • Related Posts

    ତିହାର ଜେଲ୍ ଗଲେ ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା

    ତିହାର ଜେଲ୍ ଗଲେ କକ୍ରୋଚ ଜନତା ପାର୍ଟି (CJP) ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା। ଶାନ୍ତି ମୁଚାଲିକାର ଅବମାନନା ଓ ଧାର୍ଯ୍ୟ ବିକ୍ଷୋଭସ୍ଥଳ ମାନ୍ୟତାରୁ ବାଦ୍ ପଡ଼ିଥିବା ଯନ୍ତରମନ୍ତରରେ ବିନା ଅନୁମତିରେ ପ୍ରବେଶ କରି ବିକ୍ଷୋଭ ପ୍ରଦର୍ଶନ କରିବା…

    Continue reading
    ଗଙ୍ଗାରେ ବୁଡ଼ିଗଲା ଡ଼ଙ୍ଗା; ୧୪ ଜଣଙ୍କର ମୃତ୍ୟୁ

    ପାଟନା (ବିହାର): ବିହାରର ବୈଶାଳୀ ଜିଲ୍ଲାରେ ମଙ୍ଗଳବାରବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଘୋପୁର ଥାନା ଅଞ୍ଚଳରେ ଗଙ୍ଗା ନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ କିଛି ଛୋଟ ପିଲାଙ୍କ ସମେତ 14 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ