ପିସିସି ସଭାପତି ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେପି

ଭୁବନେଶ୍ବର: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିବା ଘଟଣାରେ ଆଜି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଭକ୍ତ ଚରଣ ଦାସ ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଭକ୍ତ ଚରଣ ଦାସ ନିଜର ଟିପ୍ପଣୀ ପାଇଁ ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ। ସେ ଜଣେ ଅଭିଜ୍ଞ ରାଜନେତା ହୋଇ ମଧ୍ୟ ଯେଉଁଭଳି କଥା କହିଲେ ତାହା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ୨୮ଟି ପରିବାରର କଟାଘା’ରେ ଚୂନ ଲଗାଇବା ସଦୃଶ।ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି, ଭକ୍ତ ଚରଣ ଦାସ ନିଜର ଟିପ୍ପଣୀ ପାଇଁ ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ। ସେ ଜଣେ ଅଭିଜ୍ଞ ରାଜନେତା ହୋଇ ମଧ୍ୟ ଯେଉଁଭଳି କଥା କହିଲେ ତାହା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ୨୮ଟି ପରିବାରର କଟାଘା’ରେ ଚୂନ ଲଗାଇବା ସଦୃଶ। ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଆହୁରି କହିଛନ୍ତି, ୧୯୮୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଗଲା, ସେତେବେଳେ କଂଗ୍ରେସ ଦଳ ପ୍ରାୟ ବର୍ଷକ ଆଗରୁ ନିର୍ବାଚନ କରାଇଥିଲେ। ଠିକ୍ ସେମିତି ୧୯୯୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଗଲା ସେତେବେଳେ ତ ଏନେଇ ବିଜେପି କୌଣସି କୁତ୍ସା ରଟନା କରିନଥିଲା। ଯେଉଁ ଏଲଟିଟିଇକୁ କଂଗ୍ରେସ ସରକାର ଫଣ୍ଡିଂ କରୁଥିଲେ, ସେହି ସଂଗଠନ ହିଁ ରାଜୀବ ଗାନ୍ଧୀଙ୍କ ଜୀବନ ନେଇଥିଲା। କେନ୍ଦ୍ର ସରକାର ନାଟକ କରୁନାହାନ୍ତି। କିଏ ନାଟକ କରୁଛି, ତାହା ଦେଶବାସୀ ଜାଣନ୍ତି। ବରିଷ୍ଠ କଂଗ୍ରେସ ନେତାମାନେ ଯେଉଁଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ସେମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କେଉଁଭଳି ଦୃଷ୍ଟିରେ ଦେଖୁଛନ୍ତି।
ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଆହୁରି କହିଛନ୍ତି, ୧୯୮୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଗଲା, ସେତେବେଳେ କଂଗ୍ରେସ ଦଳ ପ୍ରାୟ ବର୍ଷକ ଆଗରୁ ନିର୍ବାଚନ କରାଇଥିଲେ। ଠିକ୍ ସେମିତି ୧୯୯୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଗଲା ସେତେବେଳେ ତ ଏନେଇ ବିଜେପି କୌଣସି କୁତ୍ସା ରଟନା କରିନଥିଲା। ଯେଉଁ ଏଲଟିଟିଇକୁ କଂଗ୍ରେସ ସରକାର ଫଣ୍ଡିଂ କରୁଥିଲେ, ସେହି ସଂଗଠନ ହିଁ ରାଜୀବ ଗାନ୍ଧୀଙ୍କ ଜୀବନ ନେଇଥିଲା। କେନ୍ଦ୍ର ସରକାର ନାଟକ କରୁନାହାନ୍ତି। କିଏ ନାଟକ କରୁଛି, ତାହା ଦେଶବାସୀ ଜାଣନ୍ତି। ବରିଷ୍ଠ କଂଗ୍ରେସ ନେତାମାନେ ଯେଉଁଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ସେମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କେଉଁଭଳି ଦୃଷ୍ଠିରେ ଦେଖୁଛନ୍ତି।

ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କୁ ଘେରିବା ସହିତ ପ୍ରଶ୍ନ ଉଠାଇଥିଲେ। ଭାରତ ମାଟିରେ ଆତଙ୍କବାଦୀଙ୍କ ହିନ୍ଦୁ ଶବ୍ଦ ବ୍ୟବହାର କରିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଆତଙ୍କବାଦୀ କାହିଁକି ହିନ୍ଦୁ ଶବ୍ଦ ବ୍ୟବହାର କଲେ ? କିଏ ଆତଙ୍କବାଦୀଙ୍କ ମୁହଁରେ ହିନ୍ଦୁ ଶବ୍ଦ କୁହାଇଲା ? ସେ ବ୍ୟକ୍ତି ଜଣକ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି ।

  • Garvita Odia

    Related Posts

    ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ‌ମୁଖ୍ୟମନ୍ତ୍ରୀଙ୍କ ଶୋକ

    ଭୁବନେଶ୍ବର: କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ‌ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶା ରାଜନୀତିର ଜଣେ କର୍ମଯୋଗୀ ନେତା ଏବଂ ଓଡ଼ିଶାର ପ୍ରଥମ ବିଜେପି…

    ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ‌କେନ୍ଦ୍ରମନ୍ତ୍ରୀଙ୍କ ଶୋକ

    ଭୁବନେଶ୍ବର: କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ‌ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ ନିଜ ଶୋକବାର୍ତ୍ତାରେ କହିଛନ୍ତି, ଆମ ଦଳର କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ…

    Leave a Reply

    Your email address will not be published. Required fields are marked *

    You Missed

    ଲୁଟିନେଲେ ୨୦ଭରି ସୁନା

    ଲୁଟିନେଲେ ୨୦ଭରି ସୁନା

    ସିକ୍କିମ ଦୁର୍ଘଟଣାରେ ଓଡ଼ିଶାର ବିଜେପି ନେତ୍ରୀ ନିଖୋଜ

    ସିକ୍କିମ ଦୁର୍ଘଟଣାରେ ଓଡ଼ିଶାର ବିଜେପି ନେତ୍ରୀ ନିଖୋଜ

    ବିସ୍ଫୋରକ ଲୁଟ୍‍; ତଦନ୍ତ ପାଇଁ ଏସ୍‍ଆଇଟି ଗଠନ

    ବିସ୍ଫୋରକ ଲୁଟ୍‍; ତଦନ୍ତ ପାଇଁ ଏସ୍‍ଆଇଟି ଗଠନ

    ଘରୁ ୨.୧କୋଟି ଠାବ: ଭିଜିଲାନ୍ସ ଜାଲରେ କୋଟିପତି ମୁଖ୍ୟଯନ୍ତ୍ରୀ

    ଘରୁ ୨.୧କୋଟି ଠାବ:  ଭିଜିଲାନ୍ସ ଜାଲରେ କୋଟିପତି ମୁଖ୍ୟଯନ୍ତ୍ରୀ

    ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ‌ମୁଖ୍ୟମନ୍ତ୍ରୀଙ୍କ ଶୋକ

    ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ‌ମୁଖ୍ୟମନ୍ତ୍ରୀଙ୍କ ଶୋକ

    ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ‌କେନ୍ଦ୍ରମନ୍ତ୍ରୀଙ୍କ ଶୋକ

    ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ‌କେନ୍ଦ୍ରମନ୍ତ୍ରୀଙ୍କ ଶୋକ