ପୋଲିସ ଉପରେ ବର୍ଷିଲେ ପ୍ରଣବ ବଳବନ୍ତରାୟ

ଚଣ୍ଡିଖୋଲ: ଯାଜପୁର ପୋଲିସ ଉପରେ ବର୍ଷିଲେ ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ। ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇ ପଡିଥିବା ବେଳେ ଧର୍ମଶାଳା ଥାନାରେ ମହିଳା ASI ଅସୁରକ୍ଷିତ ହୋଇ ପଡିଛନ୍ତି। କିଛି ଦିନ ପୂର୍ବରୁ ଧର୍ମଶାଳା ଥାନାକୁ କିଛି ଲୋକ ଆସି ଥାନାରେ କାର୍ଯ୍ୟରତ ମହିଳା ASI ଙ୍କୁ ଦୁର୍ବ୍ୟବହାର କରିବା ସହ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ। ଏ ନେଇ ASI ଥାନା ରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିନି। ପୋଲିସ ପୋଲିସକୁ ନ୍ୟାୟ ଦେବାରେ ବିଫଳ ହୋଇଛି। କାହା ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି ତାକୁ ନେଇ ପ୍ରଶ୍ନ ଉଠାଇଚନ୍ତି ଧର୍ମଶାଳା ପୂର୍ବତନ ବିଧାୟକ। ଅନ୍ୟପଟେ ପୂର୍ବତନ ବିଧାୟକଙ୍କ ଜଣେ ସମର୍ଥକଙ୍କୁ ବିନା କାରଣରେ ଗତକାଲି ବଡ଼ଚଣା ପୋଲିସ ଉଠାଇ ଆଣି ପରେ ଛାଡି ଦେଇଥିଲା। ଏ ନେଇ ପୂର୍ବତନ ବିଧାୟକ ମଧ୍ୟ ବିଳମ୍ବିତ ରାତିରେ ବଡ଼ଚଣା ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଗୋଟିଏ ପଟେ ଧର୍ମଶାଳା ଥାନାରେ ମହିଳା ASIଙ୍କ ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ବେଳେ ଅନ୍ୟ ପଟେ ବିନା କାରଣରେ ପୋଲିସ ଲୋକଙ୍କୁ ଉଠାଇ ନେଉଛି ଯାହାକି ପୋଲିସର ଦୋମୁହାଁ ନୀତି କୁ ପଦାରେ ପକାଇଛି ବୋଲି କହିଛନ୍ତି ପ୍ରଣବ। ଯାଜପୁର ଏସପିଙ୍କୁ ଭଗବାନ ସଦବୁଦ୍ଧି ଓ ସାହସ ଦିଅନ୍ତୁ ଯେମିତି ସେ ତାଙ୍କ କାର୍ଯ୍ୟ ଠିକ ସେ କରି ପାରିବେ ବୋଲି ପ୍ରଣବ କହିଛନ୍ତି।

  • Garvita Odia

    Related Posts

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ଭୁବନେଶ୍ବର : ବିଜେଡ଼ି ଆଣିବ ଅନାସ୍ଥା ! ଇଙ୍ଗିତ ଦେଲେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ । ଏ ନେଇ ଶଙ୍ଖ ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ବୈଠକରେ ଦେବୀ ମିଶ୍ର, ପ୍ରଣବ ପ୍ରକାଶ…

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଭୁବନେଶ୍ୱର : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ। କହିଲେ ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ। ଏନେଇ ଚର୍ଚ୍ଚା ଆଲୋଚନା ଚାଲିଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ