ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ ପରଫର୍ମାନ୍ସ ରିପୋର୍ଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁ ମନ୍ତ୍ରୀ ଓ ବିଭାଗଗୁଡ଼ିକୁ ନିର୍ଦ୍ଧାରିତ ଫର୍ମାଟରେ ନିଜର ପରଫର୍ମାନ୍ସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଭାଗ ୨୦୨୪-୨୫ ଆର୍ଥିକ ବର୍ଷ ଓ ଚଳିତ ଆର୍ଥିକବର୍ଷର ପ୍ରଥମ ଦୁଇମାସ(ଏପ୍ରିଲ-ମେ’)ରେ ନିଜର ସଫଳତା, ଚ୍ୟାଲେଞ୍ଜ, ଭବିଷ୍ୟତ ଯୋଜନାର ବ୍ୟାପକ ବିବରଣୀକୁ ଏକ ନିର୍ଦ୍ଧିଷ୍ଟ ଫର୍ମାଟ(ବଜେଟ୍ ଖର୍ଚ୍ଚ ଓ ସାମଗ୍ରିକ ଖର୍ଚ୍ଚ)ରେ ପ୍ରସ୍ତୁତ କରିବେ । କେବଳ ସେତିକି ନୁହେଁ ମନ୍ତ୍ରୀମାନେ ମଧ୍ୟ ୨୦୨୫ ମେ’ ମାସ ପର୍ୟ୍ୟନ୍ତ ନିଜର ସଫଳତା ଓ କାର୍ୟ୍ୟଦକ୍ଷତା(ଫରଫର୍ମାନ୍ସ)ର ବିସ୍ତୃତ ରିପୋର୍ଟ ଦେବେ ।

ଏପରିକି ମନ୍ତ୍ରୀମାନେ କେଉଁ କେଉଁ ଜିଲ୍ଲା ଗସ୍ତ କରିଛନ୍ତି, ଲୋକଙ୍କର ଅଭିଯୋଗକୁ ନିଜେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି(ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାଦ)କେତେ ସମାଧାନ କରିଛନ୍ତି, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ କେତେଥର ଶେୟାର କରିଛନ୍ତି ସବୁର ରିପୋର୍ଟ ସେମାନଙ୍କୁ ଦେବାକୁ ପଡ଼ିବ ।ବିଭାଗର ପରଫର୍ମାନ୍ସ ରିପୋର୍ଟକୁ ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ ।

୧- ୨୦୨୪-୨୫ ଆର୍ଥିକ ବର୍ଷ ଓ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇମାସ(ଏପ୍ରିଲ-ମେ’) ପାଇଁ ସଂଖ୍ୟାତ୍ମକ ଓ ବଜେଟ୍ ଭିତ୍ତିକ ଲକ୍ଷ୍ୟ ନିର୍ଦ୍ଧାରଣ ଓ ପ୍ରସ୍ତୁତ କରିବା ସହ ଚଳିତବର୍ଷ ମେ’ ମାସ ପର୍ୟ୍ୟନ୍ତ ମିଳିଥିବା ସଫଳତା । ବିଭାଗୀୟ ପ୍ରାଥମିକତାଗୁଡ଼ିକୁ ସରକାରଙ୍କ ପ୍ରଥମବର୍ଷର ରୋଡମ୍ୟାପ୍ ସହ ସମନ୍ୱିତ କରିବା ।

୨- ପ୍ରଶାସନିକ ନିଷ୍ପତ୍ତି ଓ କାର୍ୟ୍ୟକାରିତାରେ ଆସୁଥିବା ସମସ୍ୟା ଓ ଚ୍ୟାଲେଞ୍ଜ ଏବଂ ଏହାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଦେବେ । ଏଥିରେ ଫାଇଲ୍ ମଞ୍ଜୁରୀ ପାଇଁ ଆଭ୍ୟନ୍ତରୀଣ ବ୍ୟବସ୍ଥା, ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତିକୁ ସାମିଲ କରାଯିବ । ସେହିପରି ମନ୍ତ୍ରୀମାନେ ନିଜ ବିଭାଗର ଯେଉଁସବୁ ବୈଠକରେ ବିଭାଗୀୟ କାର୍ୟ୍ୟ-ଯୋଜନା ଓ ନିଷ୍ପତ୍ତିର ତଦାରଖ ଓ ମୂଲ୍ୟାଙ୍କନ କରିଛନ୍ତି ତା’ର ସମ୍ପୂର୍ଣ୍ଣ ବିବରଣୀ(କେବେ ବସିଥିଲା,ଏଜେଣ୍ଡା ଓ ନିର୍ୟ୍ୟାସ କ’ଣ ହେଲା) ଦେବେ । ତେବେ ଏଥିରେ ରୁଟିନ୍ ବା ନିୟମିତ ବୈଠକଗୁଡ଼ିକ ଏହି ଶ୍ରେଣୀରେ ଗଣାଯିବ ନାହିଁ, ଯାହା ମନ୍ତ୍ରୀମାନଙ୍କ ସକ୍ରିୟତା ଉପରେ ସିଧାସଳଖ ନିୟନ୍ତ୍ରଣକୁ ପ୍ରତିଫଳିତ କରୁଛି ।

୩-ମନ୍ତ୍ରୀମାନଙ୍କୁ ପ୍ରକଳ୍ପ କାର୍ୟ୍ୟାନ୍ୱୟନ ଓ ନିରୀକ୍ଷଣ ସହ ଜଡ଼ିତ କ୍ଷେତ୍ର ପରିଦର୍ଶନର ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥିରେ ସରକାରୀ ଓ ରାଜନୀତିକ କାର୍ୟ୍ୟକ୍ରମକୁ ଗ୍ରହଣ କରାଯିବ ନାହିଁ । ୨୦୨୫ ମେ’ ମାସ ପର୍ୟ୍ୟନ୍ତ ମନ୍ତ୍ରୀମାନେ କେଉଁ କେଉଁ ସ୍ଥାନକୁ ଯାଇ ପ୍ରକଳ୍ପଗୁଡ଼ିକର କାର୍ୟ୍ୟକୁ ତଦାରଖ କରିଛନ୍ତି ତା’ର ସ୍ଥାନ, ତାରିଖ, ଏଜେଣ୍ଡା ଓ ନିର୍ୟ୍ୟାସର ହିସାବ ଦେବେ । କେବଳ ସେତିକି ନୁହେଁ ଶାସନ ବ୍ୟବସ୍ଥାରେ ନୀତିଗତ ସଂସ୍କାର, ସୁଶାସନ, ଡିଜିଟାଲ ଉପକରଣର ଉପଯୋଗ, ଆଇଏ ଭଳି ନୂଆ ପ୍ରଯୁକ୍ତି ପାଇଁ ପଦକ୍ଷେପ ଭଳି ନୂଆ ପ୍ରସ୍ତାବ ଯଦି ମନ୍ତ୍ରୀମାନେ ଦେଇଛନ୍ତି ତା’ର ବିସ୍ତୃତ ବିବରଣୀ ଦେବେ ।

୪- ଲୋକଙ୍କ ଅଭିଯୋଗ ଶୁଣାଣିର ସମାଧାନ ଦିଗରେ ୨୦୧୨ ଜୁନ ୧୨ରୁ ୨୦୨୫ ମେ’ ୩୧ତାରିଖ ମଧ୍ୟରେ କେତେ ଅଭିଯୋଗ ଆସିଛି,ତା’ର ସମାଧାନ କେତେ ଅବଧି ମଧ୍ୟରେ (୧ରୁ ୪୫ଦିନ ମଧ୍ୟରେ) ଓ ବକେୟା(କେତେଦିନ ପଡ଼ିଛି) ସଂଖ୍ୟା କେତେ ଅଛି ସେନେଇ ମନ୍ତ୍ରୀମାନେ ବିସ୍ତୃତ ତଥ୍ୟ ଦେବେ । ତେବେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହିବାକୁ ବିଚାରକୁ ନିଆଯିବ ନାହିଁ ।

୫- ସୋସିଆଲ ମିଡିଆ-ଫେସବୁକ,ଏକ୍ସ, ଇନଷ୍ଟାଗ୍ରାମରେ ମନ୍ତ୍ରୀମାନେ କେତେ ସକ୍ରିୟ ରହିଛନ୍ତି ତାହା ଜାଣିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି । ମାସକୁ ଏହି ତିନିଟି ପ୍ଲାଟଫର୍ମରେ ହାରାହାରି କେତେ ପୋଷ୍ଟ କରାଯାଉଛି ସେଥିରୁ ବିଭାଗ, ସରକାରୀ, ରାଜ୍ୟ ଓ ଜାତୀୟ ସ୍ୱାର୍ଥ ସମ୍ପର୍କିତ କେତେ ପୋଷ୍ଟ ରହୁଛି । ଆଉ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କେତେ ପୋଷ୍ଟକୁ ଶେୟାର କରାଯାଉଛି ତା’ର ତଥ୍ୟ ଦେବେ । ତେବେ ବ୍ୟକ୍ତିଗତ କାର୍ୟ୍ୟକ୍ରମ ବା ବିଭିନ୍ନ ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ଆଦି କାର୍ୟ୍ୟକ୍ରମରେ ସାମିଲ ସୋସିଆଲ ମିଡିଆ ପୋଷ୍ଟକୁ ଗୁରୁତ୍ୱକୁ ନିଆଯିବ ନାହିଁ ।

୬- ପ୍ରତ୍ୟେକ ମନ୍ତ୍ରୀ ଚଳିତ ଆର୍ଥିକବର୍ଷ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ ଦାଖଲ କରିବେ । ଯେଉଁଥିରେ ପ୍ରଭାବୀ କାର୍ୟ୍ୟକ୍ରମର କାର୍ୟ୍ୟାନ୍ୱୟନ, ତଦାରଖ, ଅଭିଯୋଗ ନିରାକରଣ, ଜନସାଧାରଣଙ୍କ ସହ ଯୋଗାଯୋଗ ଏବଂ ବଜେଟ ମାନଦଣ୍ଡ ଅନୁଯାୟୀ ଖର୍ଚ୍ଚକୁ ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ ରହିବ । ଏହି ସମସ୍ତ ପ୍ରସଙ୍ଗରେ କୌଣସି ପ୍ରକାରର ଅଜଣା ବାହାନା ଗ୍ରହଣୀୟ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

  • Related Posts

    ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକାଙ୍କୁ ସମ୍ବର୍ଦ୍ଧନା

    ରାଇକିଆ: କନ୍ଧମାଳ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ମନୋନୀତ ହୋଇଥିବା ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାଜପା ପକ୍ଷରୁ ଅଭିନନ୍ଦନ ସହ ସମ୍ବର୍ଦ୍ଧିତ କରାଯାଇଛି। ଦଳରେ ତାଙ୍କର ଦାୟିତ୍ୱ ଓ ସାଙ୍ଗଠନିକ କାର୍ଯ୍ୟକୁ ନେଇ ଦଳୀୟ…

    Continue reading
    କଂଗ୍ରେସ ତୁଷ୍ଟୀକରଣ ରାଜନୀତିରେ ମାତିଛି :ଶାହ

    ଦେଶର ଜାତୀୟ ଗୀତ ବନ୍ଦେ ମାତରମ ଗାନକୁ ନେଇ ବିବାଦ। ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମର ୬ଟି ଷ୍ଟାଞ୍ଜା ଗାନ କରିବାକୁ ସରକାର କରିଥିବା ନିୟମକୁ ମାନିବାକୁ ମନା କରି ଦେଇଛି କଂଗ୍ରେସ। ୬ ଷ୍ଟାଞ୍ଜା ବଦଳରେ କଂଗ୍ରେସ ୧୯୩୭ରେ ଅନୁମୋଦନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ