ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ ସରକାର ସମୟରେ ମେଟ୍ରୋ ପ୍ରକଳ୍ପ ସ୍ଥାପନ ପାଇଁ ଡିପିଆର ପ୍ରସ୍ତୁତ ସହ ଟେଣ୍ଡର କରାଯାଇ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା ବେଳେ, ବିଜେପି ସରକାର କ୍ଷମତାକୁ ଆସିବାର ଦୀର୍ଘ ୧୩ ମାସ ବିତି ଯାଇଥିଲେ ସୁଦ୍ଧା, ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଲାଗି ରହିଛି ବୋଲି ବିଜୁ ଜନତା ଦଳ ଆଭିଯୋଗ କରିଛି ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ମେଟ୍ରୋ ପ୍ରକଳ୍ପକୁ କାର୍ୟ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ, ଯାହା ଯୋଗୁଁ ଦୀର୍ଘ ୧୩ ମାସ ହେଲା ଏହା ଅନିଶ୍ଚିତତା ଭିତରେ ଗତି କରୁଛି ।
କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଗୃହ ଓ ସହର ବିକାଶ ମନ୍ତ୍ରୀ ଗୁରୁବାର ଲୋକସଭାରେ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରାଜ୍ୟ ସହର ବିକାଶ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମେଟ୍ରୋ ପ୍ରକଳ୍ପର ନୂତନ ଡିପିଆର ପ୍ରସ୍ତୁତ ହେଲା ପରେ କେନ୍ଦ୍ରକୁ ଅନୁମୋଦନ ପାଇଁ ପଠାଯିବ ବୋଲି ବକ୍ତବ୍ୟ ଦେଇଛନ୍ତି ।
ଡ଼ ମହାନ୍ତି କହିଥିଲେ, ବିଜେଡି ସରକାରଙ୍କ ସମୟରେ ଭିତ୍ତିପ୍ରସ୍ଥର ଦିଆଯାଇଥିବା ମେଟ୍ରୋ ପ୍ରକଳ୍ପ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ନିର୍ମାଣ ହେବ ବୋଲି ସ୍ପଷ୍ଟ କୁହାଯାଇଥିଲା, ଯେଉଁ କାରଣରୁ କେନ୍ଦ୍ର ସରକାରଙ୍କ ଅନୁମୋଦନର ଆବଶ୍ୟକ ନଥିଲା । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଭିନ୍ନ ଭିନ୍ନ ବକ୍ତବ୍ୟ ରଖୁଛନ୍ତି । ଏହି ପ୍ରକଳ୍ପକୁ ସମ୍ପ୍ରସାରଣ କରାଯିବ ଓ ଏଥିପାଇଁ ନୂଆ ଡିପିଆର ପ୍ରସ୍ତୁତ ହେବ ବୋଲି କୁହାଯାଇଥିଲା । ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଏହି ପ୍ରକଳ୍ପ ଏଲିଭେଟେଡ଼ ଷ୍ଟ୍ରକ୍ଚରରେ ଅର୍ଥାତ ମାଟି ଉପରେ ନିର୍ମିତ୍ତ ହେବ ବୋଲି ବକ୍ତବ୍ୟ ଦେଇଥିବା ବେଳେ ଆଉ ଜଣେ ମନ୍ତ୍ରୀ ଏହା ମାଟି ତଳେ ନିର୍ମାଣ ହେବ ବୋଲି ବକ୍ତବ୍ୟ ଦେଇଛନ୍ତି । ସେହିପରି, ଆଜି ସହର ବିକାଶ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ନୂତନ ଡିପିଆର ପ୍ରସ୍ତୁତ ହେବା ପରେ କେନ୍ଦ୍ର ସରକାରଙ୍କ ପାଖକୁ ପ୍ରସ୍ତାବ ଦିଆଯିବ ।
ଡ଼ ମହାନ୍ତି କହିଛନ୍ତି, ଯଦି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିବେ, ତାହେଲେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନର ଆବଶ୍ୟକ ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ । ଉଲ୍ଲେଖଯୋଗ୍ୟ, ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ମେଟ୍ରୋ ପ୍ରକଳ୍ପକୁ କାର୍ୟ୍ୟକ୍ଷମ କରିବା ନିତ୍ୟାନ୍ତ ଜରୁରୀ । କେନ୍ଦ୍ର ସହର ବିକାଶ ମନ୍ତ୍ରୀ ଲୋକସଭାରେ ଦେଇଥିବା ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ, ଦେଶର ୧୭ଟି ରାଜ୍ୟରେ ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାର ଅର୍ଥ ବିକଶିତ ରାଜ୍ୟ ହେବାକୁ ଉଦ୍ୟମ କରୁଥିବା ରାଜ୍ୟମାନେ ମେଟ୍ରୋ ପ୍ରକଳ୍ପକୁ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ, ଦୁଃଖ ଓ ପରିତାପର ବିଷୟ ଆମ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପକୁ ଅନିଶ୍ଚିତତା ଭିତରକୁ ଠେଲି ଦେଉଛନ୍ତି ।

  • Related Posts

    କଂଗ୍ରେସ ତୁଷ୍ଟୀକରଣ ରାଜନୀତିରେ ମାତିଛି :ଶାହ

    ଦେଶର ଜାତୀୟ ଗୀତ ବନ୍ଦେ ମାତରମ ଗାନକୁ ନେଇ ବିବାଦ। ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମର ୬ଟି ଷ୍ଟାଞ୍ଜା ଗାନ କରିବାକୁ ସରକାର କରିଥିବା ନିୟମକୁ ମାନିବାକୁ ମନା କରି ଦେଇଛି କଂଗ୍ରେସ। ୬ ଷ୍ଟାଞ୍ଜା ବଦଳରେ କଂଗ୍ରେସ ୧୯୩୭ରେ ଅନୁମୋଦନ…

    Continue reading
    ବିଜୟଙ୍କୁ ଭେଟିଲେ ଅମିତ ଶାହା

    ଚେନ୍ନାଇ: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦକ୍ଷିଣାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକରେ ଯୋଗଦେବା ପାଇଁ ଚେନ୍ନାଇରେ ପହଞ୍ଚିଥିବା ଗୃହମନ୍ତ୍ରୀ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ ସ୍ୱାଗତ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ