ପ୍ରୀତିରଂଜନଙ୍କ ନାଁରେ ମାମଲା

କଳିଙ୍ଗନଗର: ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରି ଆଡ଼ୁଆରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ପ୍ରୀତିରଂଜନ ଘଡ଼େଇ। ପୁଲିସ ଓ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା, ଗାଡ଼ି ଜଳିଦେବା ପାଇଁ ଧମକ ଦେବା, ୭ଘଣ୍ଟା ଧରି ରାସ୍ତାରୋକ କରିବା ଏବଂ ଆଇନଶୃଙ୍ଖଳା ବିଗାଡ଼ିବା ପାଇଁ ଲୋକଙ୍କୁ ଉସକାଇବା ଅଭିଯୋଗରେ ଡାନିଙ୍କ ସମେତ ୨୧ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହାକୁ ନେଇ କଳିଙ୍ଗନଗର ଥାନାଧିକାରୀ ପ୍ରକାଶ କୁମାର ସାହୁ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି । ଗତକାଲି କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦୀ-ଡ଼ୁବୁରୀ ରାସ୍ତାର ଟାଟା ପ୍ଲଟ-୨ ଜିନ୍ଦଲ କାରଖାନା ନିକଟରେ କାରଖାନା ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।
ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା, ପୁଲିସକୁ ଗାଳିଗୁଲଜ କରିବା ପରି ଅଭିଯୋଗରେ କେସ୍‌ ନଂ ୨୩୬/୨୫ ଓ ଭାରତୀୟ ନ୍ୟାୟ ସଂହିତାର ଧାରା ୩୨୬(ଏଫ୍‌), ୧୯୦, ୧୧୫(୨), ୩୫୧(୩), ୩୫୧(୨), ୨୯୬, ୪୯, ୧୨୬(୨), ୨୮୫, ୨୨୧, ୧୯୧(୨)ରେ ଏହି ମାମଲା ରୁଜୁ କରାଯାଇଛି ।

ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡ଼ାଇଙ୍କ ସମେତ ମନୋରଂଜନ ହାଇବ୍ରୁ, ଟୁକୁ ସାହୁ, ସୁଦାମ ପହି, ସାଗର ଧୀର, ଜଟିଆ ପାତ୍ର, ମିନିଜା ପାତ୍ର, ବଣ୍ଟି ଖାଁ, ରାଜା ଖାଁ, ଜନ୍ମଜେୟ ଦେଓ, ସୋନୁ ମଲିକ, ପ୍ରଦୀପ ନାୟକ, ଆଝାର ଅହମ୍ମନ ଖାଁ, ମୋହନ ଦେହୁରୀ, ଅଶୋକ କୁମାର ଦାସ, ତୁଷାର ସାହୁ, ରଂଜନ ସାହୁ, ଭାଗିରଥୀ ବେହେରା, କାଶୀନାଥ ଭୂୟାଁ, ଅର୍ଜୁନ ପୂର୍ତ୍ତି, ଲକ୍ଷ୍ମୀଧର ଦାସ ପ୍ରମୁଖଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।

  • Garvita Odia

    Related Posts

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ନେଇ ବିରୋଧୀଙ୍କ ଟାର୍ଗେଟ । ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି । ଦଳ ପୁରା ଡରିଯାଇଛି । ତେଣୁ ଆଗାମୀ ଛାତ୍ର ସଂସଦ ନିର୍ବାଚନ ହାରିବ ବୋଲି ଉଭୟ କଂଗ୍ରେସ…

    ଅପରେସନ ସିନ୍ଦୂର ବିତର୍କ: ବିଜେଡିର ଷ୍ଟାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ

    ଭୁବନେଶ୍ବର : ସଂସଦରେ ଅପରେସନ ସିନ୍ଦୂର ଉପରେ ମହା ବିତର୍କ ଆଉ ଓଡ଼ିଶାରେ ଏହାକୁ ନେଇ ରାଜନୈତିକ ବାଦ ବିବାଦ ।ରାଜ୍ୟସଭାରେ ଅପରେସନ ସିନ୍ଦୂର ଆଲୋଚନା ବେଳେ ବିଜେଡିର ଷ୍ଟାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଅପରେସନ…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ  ଓଡ଼ିଶା କ୍ୟାଡର ଆଇପିଏସ

    ବାତିଲ ହେଲା ଏହିସବୁ ପରୀକ୍ଷା

    ବାତିଲ ହେଲା ଏହିସବୁ ପରୀକ୍ଷା

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍