
ଭୁବନେଶ୍ୱର : ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ରେ ହେବ ବ୍ୟାଘ୍ର ପ୍ରକଳ୍ପ। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ପକ୍ଷରୁ ମିଳିଲା ଅନୁମତି। ବିଶେଷଜ୍ଞ କମିଟିର ସ୍ଥିତି ଅନୁଧ୍ୟାନ ପରେ ନିଷ୍ପତ୍ତି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ପିସିସିଏଫ୍ ପ୍ରେମ୍ କୁମାର ଝା ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାର ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ସେ କମିଟି ଡେବ୍ରିଗଡ଼ ଯାଇ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବ। କେଉଁ ଅଞ୍ଚଳରେ ଏବଂ କେତେ ଜାଗାରେ ପ୍ରକଳ୍ପ ହେବ । ଯଦି ପ୍ରକଳ୍ପ ପ୍ରତିଷ୍ଠା ହୁଏ ତେବେ କି ପଦକ୍ଷେପ ନିଆଯିବ । ତା’ ଉପରେ ନିଷ୍ପତ୍ତି ପରେ ଆମେ ଆଗେଇବୁ । କେନ୍ଦ୍ର ସରକାରଙ୍କ ଚିଠି ପରେ ଏବେ ଡେବ୍ରିଗଡ଼ରେ ବାଘ ପ୍ରକଳ୍ପ କରିବା ନେଇ ବିଭାଗ ଯୋଜନା କରାଯାଉଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ‘ସ୍ୱଦେଶ ଦର୍ଶନ ୨.୦’ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ସାମିଲ ହୋଇଛି । ଏହାର ବିକାଶ ଉପରେ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି ।








