ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

ରାଞ୍ଚି: ମହାଦେବଙ୍କୁ ଜଳଲାଗି କରି ଫେରିବା ବେଳେ ସଡ଼କ ଦୁର୍ଘଟଣା । କାଉଡିଆ ଯାତ୍ରା ହେଲା ଶେଷଯାତ୍ରା । ଝାଡଖଣ୍ଡ ଦେଓଗଡ଼ ମହାନପୁର ଥାନା ଜାମୁନିଆ ଜଙ୍ଗଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାଉଡିଆଙ୍କୁ ନେଇ ଯାଉଥିଲା ଏକ ବସ୍‌କୁ ଟ୍ରକ୍ ପିଟିଦେବା ଫଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ନେଇ ନେଇ ସୂଚନା ଦେଇଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ ।
ଭୋର୍ ପ୍ରାୟ ୪ଟା ୩୦ମିନିଟ୍‌ରେ ମୋହନାପୁର ଥାନା ଜାମୁନିଆ ଜଙ୍ଗଲ ନିକଟ ରାସ୍ତାରେ ଦୁର୍ଘଟଣା ଘଟିଛି । ବାବା ବୈଦନାଥଙ୍କୁ ଜଳଲାଗି କରି କାଉଡ଼ିଆକୁ ନେଇ ଏକ ବସ୍ ଫେରୁଥିଲା । ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏକ ଟ୍ରକ ବସ୍‌କୁ ଧକ୍କା ଦେବା ଫଳରେ ୧୮ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ୨୦ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍କ୍ୟୁ କାର୍ୟ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସହୟତାରେ ଆମ୍ବୁଲାନ୍ସରେ ଆହତଙ୍କୁ ମୋହନପୁର ସିଏଚ୍‌ସିକୁ ପଠାଯାଇଛି ।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଟ୍ରକ୍‌ଟି ବସ୍‌କୁ ଏତେ ଜୋରରେ ଧକ୍କା ଦେଇଛି କି, ”ବସ୍‌ର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଛି । ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟମାନେ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।” ପ୍ରଥମେ ମୃତ୍ୟୁକଙ୍କ ସଂଖ୍ୟା ୫ ନେଇ ଖବର ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ୧୮କୁ ବୃଦ୍ଧି ହୋଇଥିଲା । ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଚିକିତ୍ସା ଜାରି ରହିଛି ।

  • Garvita Odia

    Related Posts

    ଭାରତ ରୁଷ ସହ କ’ଣ କରିବ ମୁଁ ଆଦୌ ଖାତିର୍‌ କରେ ନାହିଁ:ଟ୍ରମ୍ପ

    ନୂଆଦିଲ୍ଲୀ : ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ଓ ରୁଷ ସହ ବ୍ୟବସାୟ କରିବା ଉପରେ ଅତିରିକ୍ତ ଜୋରିମାନା ଲଗାଇବାର ଘୋଷଣା କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କରିଛନ୍ତି ।…

    କାନ୍ଦି ପକାଇଲେ ପ୍ରଜ୍ଞା ଠାକୁର

    ନୂଆଦିଲ୍ଲୀ: ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ୭ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଏନଆଇଏ କୋର୍ଟ । ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ ସାମ୍ନାକୁ ଆସିଛି । ପ୍ରଜ୍ଞା କହିଛନ୍ତି ଯେ ଗତ ୧୭ବର୍ଷ ମଧ୍ୟରେ ମୋର…

    Leave a Reply

    Your email address will not be published. Required fields are marked *

    You Missed

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବିଜେପି ଅଫିସରେ ପ୍ରୟାସକାନ୍ତି

    ବିଜେପି ଅଫିସରେ ପ୍ରୟାସକାନ୍ତି

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ୬ ସପ୍ତାହ ଭିତରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ୬ ସପ୍ତାହ ଭିତରେ  ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ ୭୫ ଲକ୍ଷ ଗଛ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ  ୭୫ ଲକ୍ଷ ଗଛ