ବିଜେପି ଅଫିସରେ ପ୍ରୟାସକାନ୍ତି

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି ଅଫିସରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ନିଜ ସହଯୋଗୀଙ୍କ ସହ ଦେଖିବାକୁ ମିଳିଛି । ଗତ ମେ ମାସରେ ପ୍ରୟାସକାନ୍ତି ବିଜେଡି ଛାଡ଼ିଥିବାରୁ ସେ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ମେ ୨୮ ତାରିଖରେ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ । ସେ ସମୟରେ କିଛି ବ୍ୟକ୍ତିଗତ କାରଣରୁ ବିଜେଡିରୁ ଇସ୍ତଫା ଦେଇଥିବା ଏବଂ ତାଙ୍କର ଅନ୍ୟ କୌଣସି ଦଳରେ ଯୋଗଦେବାର କୌଣସି ଯୋଜନା ନାହିଁ ବୋଲି କହିଥିଲେ ପ୍ରୟାସକାନ୍ତି । ବରଂ ତାଙ୍କ ପରିବାରର ଯେହେତୁ ଦୁଇ ଜଣ ସଦସ୍ୟ ରାଜନୀତିରେ ଅଛନ୍ତି ତେଣୁ ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବେ ବୋଲି କହିଥିଲେ ।
ସେ ପୂର୍ବରୁ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଦଳର ରାଜ୍ୟ ସମ୍ପାଦକ ଭାବରେ କାର୍ୟ୍ୟ କରିଥିଲେ । ପୂର୍ବରୁ ବିଜେଡିରୁ ଇସ୍ତଫା ଦେବା ଏବେ ପୁଣି ବିଜେପି ଅଫିସକୁ ଆସିବା ପରେ ଭଦ୍ରକରେ ରାଜନୀତି କଡ଼ ଲେଉଟାଉଥିବା କୁହାଯାଉଛି ।

  • Related Posts

    ଆଜି ନୂଆ ଟିମ୍ ଘୋଷଣା କରିପାରନ୍ତି ନୀତିନ ନବୀନ

    ନୂଆଦିଲ୍ଲୀ : ବିଜେପିର ସଙ୍ଗଠନରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଚୂଡାନ୍ତ କରିସାରିଛନ୍ତି । କେବଳ ଔପଚାରିକ ଘୋଷଣାକୁ ବାକି ଅଛି । କୁହାଯାଉଛି କି ସୋମବାର…

    Continue reading
    ଜାତୀୟ ପ୍ରତୀକ ଓ ଗାନ ପ୍ରତି ଅବମାନନା ଓ ବାଧା ସୃଷ୍ଟି କରି ଦଣ୍ଡନୀୟ ଅପରାଧ କରଛନ୍ତି ସୋନିଆ: ଅଭିଳାଷ ପଣ୍ଡା

    ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖ ଦିନ ସମଗ୍ର ଦେଶବାସୀ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହ ପାଳନ ଅବସରରେ ବନ୍ଦେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ