ବିରୋଧୀଙ୍କ ହଙ୍ଗାମାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି

ନୂଆଦିଲ୍ଲୀ: ଆଜି ବି ଚାଲିପାରୁନି ସଂସଦ ମୌସୁମୀ ଅଧିବେଶନ । ଆରମ୍ଭରୁ ବିରୋଧୀଙ୍କ ପ୍ରବର ହଙ୍ଗାମା । ବାରମ୍ବାର ଗୃହ ମୁଲତବୀ ଘୋଷଣା ହୋଇଛି । ରାଜ୍ୟସଭା ଅପରାହ୍ନ ୨ଟା ଓ ଲୋକସଭାକୁ ଅପରାହ୍ନ ୧ଟା ଯାଏ ମୁଲତବୀ ହୋଇଛି । ବିରୋଧୀଙ୍କ ହୋ ହାଲ୍ଲା ନେଇ ତାଗିଦ୍ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଗୃହରେ ଅପରେସନ୍ ସିନ୍ଦୂର ଉପରେ ୧୬ଘଣ୍ଟା ଚର୍ଚ୍ଚା ହେବାର ଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସିନ୍ଦୂର ବାବଦରେ ବିବୃତ୍ତି ରଖିଥାନ୍ତେ । ହେଲେ ବିରୋଧୀ ଗୃହରେ ହୋ-ହାଲ୍ଲା କରିବାରୁ ପ୍ରଶ୍ନକାଳ ଧୋଇଯାଇଛି ।ବିରୋଧୀଙ୍କ ହଙ୍ଗାମାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ସେ ଗୃହରେ ଶାନ୍ତି ରକ୍ଷା କରିବାକୁ ସାଂସଦଙ୍କୁ କହିଥିଲେ ହେଲେ କେହି କର୍ଣ୍ଣପାତ କରି ନଥିଲେ । ଏହାକୁ ନେଇ ସେ କହିଛନ୍ତି, ”ସାଂସଦ ଗଣ ତୁମେ ଗୃହ ସ୍ଥଗତି କରିବାକୁ ଚାହୁଁଛ କି ? ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା ଚାହୁଁଛ ନା ନାହିଁ ? ରାଜନୈତିକ ଦଳ ଓ ନେତାଙ୍କ ମଧ୍ୟରେ ପ୍ରତିଶ୍ରୁତିବଦ୍ଧ ରହିବା ଦରକାର । ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା କରିବାକୁ ଚାହୁଁଥିଲେ ହେବେ କାହିଁକି ବାଧା ସୃଷ୍ଟି କରୁଛ । ପ୍ରଶ୍ନ କାଳ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ । ଦେଶ ଜାଣିବାକୁ ଚାହୁଁଛି ତୁମେ କାହିଁକି ପ୍ରଶ୍ନକାଳ ଚଲାଇ ଦେଉନାହଁ । ଜବାବ୍‌ ଦିଅ । ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା ହେବାର ଅଛି ହେଲେ ତୁମେ ତାହା କରାଇ ଦେଉନାହଁ । ସଂସଦର ମର୍ୟ୍ୟାଦା ରକ୍ଷା କର । ଏହା ୧୪୦ କୋଟି ଜନତାଙ୍କ ମନ୍ଦିର । ମୁଦ୍ଦା ଉପରେ ଆଲୋଚନା କରିବାକୁ ଚାହୁଁନ ଏହା ସମ୍ପୂର୍ଣ୍ଣ ଭୁଲ୍ । ସମସ୍ତଙ୍କୁ କହୁଛୁ ସଂସଦର ଗରିମା ରକ୍ଷା କର ।”ବିରୋଧୀଙ୍କ ହଙ୍ଗମା କରିବା ଓ ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା ହୋଇ ନପାରିବାକୁ ନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ”ଅପରେସନ୍ ସିନ୍ଦୂର ଚର୍ଚ୍ଚାରୁ ବିରୋଧୀ ୟୁ-ଟର୍ଣ୍ଣ ନେଇଛନ୍ତି । ଏହା କାମ କରିବ ନାହିଁ । ଆମେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଥିଲୁ । ସେମାନେ ୧୦ ମିନିଟ୍‌ ପୂର୍ବରୁ ଅଚାନକ ଏସ୍‌ଆଇଆର୍ ଉପରେ ଚର୍ଚ୍ଚା କରିବାକୁ କହିଥିଲେ । ରକ୍ଷା ମନ୍ତ୍ରୀ ସିନ୍ଦୂର ଉପରେ ଚର୍ଚ୍ଚା କରିବେ ତାଙ୍କ କଥା ଶୁଣନ୍ତୁ ସମସ୍ତେ । ବିରୋଧୀ ପାକିସ୍ତାନ ଭାଷା ନ କୁହନ୍ତୁ ।” ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ”ମୁଁ ଜାଣିଥିଲି ଏମିତି ହେବ ତେଣୁ ସଂସଦ ବାହାରେ ଛିଡା ହୋଇଛି । ମୁଁ ଯଦି କହିବି ତେବେ ସଂସଦ ଭିତରେ କହିବି ।”

  • Garvita Odia

    Related Posts

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    ନୂଆଦିଲ୍ଲୀ: ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ବିଭିନ୍ନ ରାଜ୍ୟ କ୍ୟାଡରରୁ ମୋଟ ୩୫ ଜଣ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କୁ କେନ୍ଦ୍ରୀୟ ପଦବୀ ପାଇଁ…

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୦ତମ କିସ୍ତି ଅଗଷ୍ଟ ୨ତାରିଖରେ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ  ଓଡ଼ିଶା କ୍ୟାଡର ଆଇପିଏସ

    ବାତିଲ ହେଲା ଏହିସବୁ ପରୀକ୍ଷା

    ବାତିଲ ହେଲା ଏହିସବୁ ପରୀକ୍ଷା

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍