ୱାସିଂଟନ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ସେ ସ୍ବାକ୍ଷର କରିଥିବା ଏକ ଏକ୍ଜିକ୍ୟୁଟିଭ୍ ଅର୍ଡରରୁ ଜଣାପଡ଼ିଛି ଯେ ଭାରତ ପଠାଉଥିବା ଜିନିଷ ଉପରେ ଆମେରିକା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବ। ଏହି ଆଦେଶ ଜାରି ହେବାର ୨୧ ଦିନ ଭିତରେ ଲାଗୁ ହେବ। ତେବେ ଭାରତରୁ ଜାହାଜରେ ପଠାଇ ଦିଆଯାଇଥିବା ଏବଂ ଆମେରିକା ଆନୁଷ୍ଠାନିକ ଭାବେ ଚଳିତ ବର୍ଷ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ କିଣୁଥିବା ଜିନିଷ ଉପରେ ଏହି ଶୁଳ୍କ ଲାଗିବ ନାହିଁ। ଟ୍ରମ୍ପ ଏହା ମଧ୍ୟ ଜଣାଇଛନ୍ତି ଯେ ଯଦି ଭାରତ ପାଲଟା ପଦକ୍ଷେପ ନେବାକୁ ପ୍ରୟାସ କରିବ ତେବେ ଶୁଳ୍କ ଆହୁରି ବଢ଼ିବ। ଆମେରିକା ଅତିରିକ୍ତ ଶୁଳ୍କ ଲଗାଇବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତାହାକୁ ଦୁର୍ଭାଗ୍ୟଜନକ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଯେ ରୁଷ୍ରୁ ତେଲ କିଣୁଥିବାରୁ କିଛି ଦିନ ହେଲାଣି ଭାରତକୁ ଆମେରିକା ଟାର୍ଗେଟ୍ କରୁଛି। ବଜାର ସ୍ଥିତି ଓ ଭାରତର ୧୪୦ କୋଟି ଜନତାଙ୍କ ଶକ୍ତି ସୁରକ୍ଷା ନିଶ୍ଚିତ କରିବା ଲାଗି ଆମେ ତେଲ ମଗାଉଥିବା ନେଇ ଆମ ଅଭିମୁଖ୍ୟକୁ ସ୍ପଷ୍ଟ କରିସାରିଛୁ। ନିଜ ସ୍ବାର୍ଥ ରକ୍ଷା ଲାଗି ଅନ୍ୟ ଦେଶଗୁଡ଼ିକ ପଦକ୍ଷେପ ନେଉଥିବା ବେଳେ ଭାରତ ଉପରେ ଆମେରିକା ଅତିରିକ୍ତ ଶୁଳ୍କ ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେରିକାର ଏହି ପଦକ୍ଷେପ ଅଯୌକ୍ତିକ ଓ ଅନୁଚିତ ବୋଲି ଭାରତ କହିବା ସହ ଜାତୀୟ ସ୍ବାର୍ଥ ରକ୍ଷା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜଣାଇଛି। ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି।
ରେଳବାଇର ପାର୍ବଣ ଅଫର : ଏକାସଙ୍ଗେ ଯା’ଆସ ଟିକଟ ବୁକିଂରେ ୨୦% ରିଆତି
ନୂଆଦିଲ୍ଲୀ : ଦୀପାବଳି ଏବଂ ଅନ୍ୟ ପାର୍ବଣ ଋତକୁ ଧ୍ୟାନରେ ରଖି ଭାରତୀୟ ରେଳବାଇ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏକାସଙ୍ଗେ ଯିବା ଏବଂ ଆସିବା ଟିକଟ ବୁକିଂ କଲେ ୨୦ ପ୍ରତିଶତ ରିଆତି ମିଳିବ ବୋଲି ଘୋଷଣା କରାଯାଇଛି।…