ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଝୁଲଣ ପର୍ବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲି ବ୍ଲକ୍‍ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଝୁଲଣ ପର୍ବ ୭ଦିନ ବ୍ୟାପୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଗୁରୁଣ୍ଡି ଗୋପାଳଙ୍କୁ ପ୍ରତି ସନ୍ଧ୍ୟାରେ ଏକ ସୁସଜ୍ଜିତ ବିମାନରେ ବିଜେ କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟପୂଜକ ଓ ସହାୟକ ପୂଜକ ପ୍ରମୁଖ ଠାକୁରଙ୍କ ସମସ୍ତ ଦୈନନ୍ଦିନ ପୂଜାନୀତି ସମାପନ କରିଥିଲେ । ନିକଟବର୍ତ୍ତୀ ଅଞ୍ଚଳରୁ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପ୍ରତି ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ପରିବେଷଣ କରିଥିବାବେଳେ ଶିଶୁ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ।

ଭକ୍ତ ଦାସିଆଙ୍କ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଏମସ୍‌ ଭୁବନେଶ୍ୱରର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର, ଅନୁଷ୍ଠାନର ସାଧାରଣ ସମ୍ପାଦକ ଡଃ ଘନଶ୍ୟାମ ସ୍ୱାଇଁ, ସାଂସ୍କୃତିକ ସଂପାଦକ ସରୋଜ କୁମାର ସାହୁ, ବରିଷ୍ଟ ସଦସ୍ୟ ଇଂ ଶ୍ରୀଧର ମାହଲ, ଡ଼ଃ ବାସନ୍ତୀ ଦାସ, ସୁବାସ ସାମଲ, ଶିକ୍ଷାବିତ ବୃନ୍ଦାବନ ମହାପାତ୍ର, ଚିତ୍ତରଞ୍ଜନ ସେନାପତି, ଗୋପାଳ ବଳ, ଚରଣ ପରିଡ଼ା, ରମେଶ ଚନ୍ଦ୍ର ପ୍ରଧାନ, ଅଭୟ ଚରଣ ସାହୁ ପ୍ରମୁଖ ଯୋଗଦେଇ ଝୁଲଣ ପର୍ବ ସଂପର୍କରେ ଆଲୋକପାତ କରିବା ସହ ଭକ୍ତ ଓ ଭଗବାନଙ୍କ ନିବିଡ ସଂପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ସଂନ୍ଧ୍ୟାରେ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ