ପିଆଜ ଦର ବୃଦ୍ଧି

କଟକ: ଡାଲି, ତେଲ ,ଚାଉଳ, କଞ୍ଚା ପରିବା ପରେ ଏବେ ପିଆଜ ଦର ବୃଦ୍ଧି ହୋଇଛି । ଯେଉଁ ପିଆଜ ଦର ଗତ କିଛି ଦିନ ତଳେ ସ୍ୱାଭାବିକ ଥିଲା, ଏବେ ହଠାତ୍‌ ବୃଦ୍ଧି ପାଇଛି । ପୂର୍ବରୁ ପିଆଜ କିଲୋପ୍ରତି ୨୨ ଟଙ୍କାରୁ ୨୫ ଟଙ୍କାରେ ବିକ୍ରୟ ହେଉଥିଲା । ଏବେ ଦାମ ଦୁଇ ଗୁଣରୁ ଅଧିକ ଦରରେ ଅର୍ଥାତ ୪୦ରୁ ୪୫ ଟଙ୍କାରେ ବିକ୍ରୟ ହେଉଛି । ଶ୍ରାବଣ ମାସରେ ପ୍ରାୟତଃ ପିଆଜ ଦର କମ୍‌ ରହିଥାଏ, ମାତ୍ର ଚଳିତ ବର୍ଷା ପିଆଜ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି ।
କଞ୍ଚା ପରିବା ଦର ବୃଦ୍ଧି ପରେ ସାଧାରଣ ଲୋକଟିଏ ପିଆଜରେ ଚଳିବାକୁ ଚିନ୍ତା କରୁଥିବ ନିଶ୍ଚୟ, କାରଣ କଥାରେ ଅଛି, କିଛି ନହେଲେ ଭାତ ସହ ପିଆଜ ଲଗାଇ ଖାଇଦେଵ । ମାତ୍ର ପିଆଜ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଏପରିକି ଷ୍ଟ୍ରିଟଫୁଡ୍‌ ଏବଂ ଦହିବରା ବ୍ୟବସାୟୀଙ୍କ ଚିନ୍ତା ବଢ଼ି ଯାଇଛି । ପ୍ରତ୍ୟକ ଫାଷ୍ଟଫୁଡ ଖାଦ୍ୟରେ ଏବଂ ଦହିବରାରେ ପିଆଜର ଦରକାର ପଡେ । ମାତ୍ର ଏହାର ଦର ବୃଦ୍ଧିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବ୍ୟବସାୟୀ ।
ଦହିବରା ବ୍ୟବସାୟୀ ହେମନ୍ତ ସାହୁ କହିଛନ୍ତି ଯେ, ଦହିବରା ଆଳୁଦମରେ ପିଆଜର ଆବଶ୍ୟକ ପଡିଥାଏ । ଏହାର ସ୍ୱାଦ ପାଇଁ ଖାଉଟିମାନେ ପିଆଜ ବାରମ୍ବାର ମାଗନ୍ତି । ଦୈନିକ 10 କିଲୋ ପିଆଜ ବ୍ୟବହାର ହୋଇଥାଏ । ମାତ୍ର ଦର ବୃଦ୍ଧି ପାଇଁ ଏବେ ବେପାର କେମିତି ହେବ ତାହାକୁ ନେଇ ସେ ଆଶଙ୍କା କରିଛନ୍ତି । ସେ କହିଛନ୍ତି, “ବିରି ଦର ବୃଦ୍ଧି ଘଟିଥିଲା, ଆଉ ଏବେ ପିଆଜ ଦର ବୃଦ୍ଧି ଘଟିଲାଣି । ଆବଶ୍ୟକ ପଡିଲେ ବାଧ୍ୟ ହୋଇ ଦହିବରା ଦର ବୃଦ୍ଧି କରିବାକୁ ପଡିବ ।”ସେହିପରି ଫାଷ୍ଟଫୁଡ ବ୍ୟବସାୟୀ ଦୀପ୍ତି ରଞ୍ଜନ ଶତପଥୀ କହିଛନ୍ତି, “ବିନା ପିଆଜରେ ଫାଷ୍ଟଫୁଡକୁ ଗ୍ରାହକମାନେ ପସନ୍ଦ କରନ୍ତି ନାହିଁ । ପିଆଜ ଦର ବୃଦ୍ଧି ହେଲେ ବ୍ୟବସାୟୀମାନେ ପ୍ରଭାବିତ ହେବେ ।”
କଟକ ଛତ୍ରବଜାର ପରିବା ବ୍ୟବସାୟୀଙ୍କ କହିବା ଅନୁଯାୟୀ, ପୂର୍ବରୁ ପିଆଜ ଦର ହୋଲସେଲରେ 3 କିଲୋ ପ୍ରତି 90 ଟଙ୍କାରେ ବିକ୍ରୟ ହେଉଥିଲା ।ଏବେ ଏହା ବୃଦ୍ଧି ପାଇଛି । ପ୍ରାୟ 10 ଟଙ୍କା ବୃଦ୍ଧି ପାଇଛି । ବର୍ଷା ଯୋଗୁଁ ଏହି ସମସ୍ୟା ଉପୁଜିଛି । ବ୍ୟବସାୟୀ ହରିଶ ବେହେରା କହିଛନ୍ତି, “ବଜାରକୁ ଆବଶ୍ୟକ ଅନୁସାରେ ପିଆଜ ଗାଡି ଆସୁଛି । ସ୍ଥିତି ଆଉ ଏକ ମାସ ପରେ ସ୍ୱାଭାବିକ ହୋଇଯିବ । ବର୍ଷା କମିଲେ ଅମଳ ପିଆଜ ବଜାରକୁ ଆସିଗଲେ ସମସ୍ୟାର ସମାଧାନ ହୋଇଯିବ ।”
ତେଵେ ଦର ବୃଦ୍ଧିକୁ ନେଇ ଖାଉଟିମାନେ ମଧ୍ୟ ଅସନ୍ତୋଷ ଜାହିର କହିଛନ୍ତି । ଯତୀନ କୁମାର ନାୟକ ନାମକ ଜଣେ ଖାଉଟି କହିଛନ୍ତି ଯେ, ସେ କିଛି ଦିନ ପୂର୍ବରୁ 22ରୁ 25 ଟଙ୍କା ଦରରେ ପିଆଜ କିଣିଥିଲେ । ଏବେ ଘର ପାଖରେ କିଲୋପ୍ରତି 45 ଟଙ୍କାରେ ବିକ୍ରି ହେଉଛି । ଗୋଟିଏ ପଟେ ପରିବା ଦର ବୃଦ୍ଧି ଆଉ ଗୋଟେ ପଟେ ପିଆଜ ଦର ବୃଦ୍ଧି, ଚିନ୍ତାର କାରଣ ପାଲିଟିଛି । ଦର କିପରି ନିୟନ୍ତ୍ରଣ ହେବ ସେନେଇ ସରକାର ପଦକ୍ଷେପ ନେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ