ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ

ସୋନପୁର: ଋଣ କରାଇଦେବାକୁ କହି ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ହେଲେ ବିପିନ ଦେହୁରୀ।
ସୂଚନା ଅନୁସାରେ ଜଣେ ହିତାଧିକାରୀ ପିଏମ୍‌ଇଜିପି (ପିଏମ୍‌ ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍‌)ରୁ ଋଣ ପାଇଁ ଆବେଦନ କରିଥିଲେ। ଏଥି ପାଇଁ ଅନେକ ଥର ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଯାଇଥିଲେ। ତାଙ୍କୁ ଋଣ ସହଜରେ ନମିଳିବାରୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଶ୍ରୀ ଦେହୁରୀଙ୍କ ସହିତ ସଂପର୍କ କରିଥିଲେ। ଅପରପକ୍ଷେ ଶ୍ରୀ ଦେହୁରୀ ମଧ୍ୟ ହିତାଧିକାରୀଙ୍କୁ ଋଣ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସ ବିଭାଗରରେ ଅଭିଯୋଗ କରିଥିଲେ ଏବଂ ଶ୍ରୀ ଦେହୁରୀଙ୍କୁ ଜାଲରେ ପକାଇବା ପାଇଁ ଯୋଜନା ଆରମ୍ଭ ହୋଇଯାଇଥିଲା।
ପୂର୍ବ ଯୋଜନା ମୁତାବକ ହିତାଧିକାରୀ ଜଣକ ଅଧିକାରୀ ଶ୍ରୀ ଦେହୁରୀଙ୍କ ନିକଟରେ ପହଞ୍ଚି ୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଲାଞ୍ଚ ଦେବାର ଅଳ୍ପ ସମୟ ପରେ ସମ୍ବଲପୁର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ରଂଗବୋଳା ଯାଇଥିବା ୫୦୦୦ ଟଙ୍କା ଜବତ କରାଯାଇଥିଲା। ଭିଜିଲାନ୍ସର ଅତର୍କିତ ଚଢ଼ାଉ ଦେଖି ଶ୍ରୀ ଦେହୁରୀଙ୍କ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଚଢ଼ାଉ ପରେ ଅଧିକାରୀଙ୍କ ଲିଙ୍କ୍ ଥିବା ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ସନ୍ଧାନ କାର୍ୟ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଭିଜିଲାନ୍ସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀ ଦେହୁରୀଙ୍କ ବିପକ୍ଷରେ ଅଧିକ ତଦନ୍ତ ଚାଲିଛି।

  • Related Posts

    ବ୍ରହ୍ମପୁରରେ ଏନକାଉଣ୍ଟର

    ବ୍ରହ୍ମପୁର : ବ୍ରହ୍ମପୁର କବିସୂର୍ୟ୍ୟନଗରର ପୁଲିସର ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ ହୋଇ ଏମକେସିଜିରେ ଭର୍ତ୍ତି ହୋଇଛି। ସୂଚନା ଅନୁସାରେ ପୀତାତଳି-ଚିକିଟି ରାସ୍ତାରେ ଗୋଳନ୍ଥରା ପୁଲିସ ଏନକାଉଣ୍ଟର କରିଥିଲା। ସୁନୀଲ ନାହକ ପୁଲିସ ଉପରକୁ ଆକ୍ରମଣ କରିବାରୁ ପୁଲିସ…

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଯାଜପୁର: ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ୟ୍ୟାଳୟରେ କାର୍ୟ୍ୟରତ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବା ବରିଷ୍ଠ ରାଜସ୍ବ ସହାୟକ ହେମନ୍ତ କୁମାର ପେରେଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

    Leave a Reply

    Your email address will not be published. Required fields are marked *

    You Missed

    ପଥର ଖାଦାନରେ ବିସ୍ଫୋରଣ, ୯ ମୃତ

    ପଥର ଖାଦାନରେ ବିସ୍ଫୋରଣ, ୯ ମୃତ

    ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ

    ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ

    ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

    ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

    ଦୋଷୀଙ୍କୁ ନବାନ୍ଧିଲେ ବ୍ଲକ ସ୍ତରରୁ ହେବ ଆନ୍ଦୋଳନ

    ଦୋଷୀଙ୍କୁ ନବାନ୍ଧିଲେ ବ୍ଲକ ସ୍ତରରୁ ହେବ ଆନ୍ଦୋଳନ

    ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

    ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

    ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଭକ୍ତ

    ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ   : ଭକ୍ତ