ଦୋଷୀଙ୍କୁ ନବାନ୍ଧିଲେ ବ୍ଲକ ସ୍ତରରୁ ହେବ ଆନ୍ଦୋଳନ

ଭୁବନେଶ୍ୱର : ଲଢେଇ କରି ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗୀ ପୀଡିତା । ଦିଲ୍ଲୀ ଏମ୍ସରେ ଶବ ବ୍ୟବଚ୍ଛେଦ ପରେ ଗାଁକୁ ଆସିବ ମୃତଦେହ । ପୀଡିତାଙ୍କ ମୃତ୍ୟୁ ନେଇ ବିଜେଡି ସରକାର ଓ ପ୍ରଶାସନକୁ ଦାୟୀ କରିଛନ୍ତି । ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବିଜେଡି ପ୍ରେସମିଟ ଜରିଆରେ କହିଛି ।
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଦୁଃଖ ଦାୟକ। ଏଯାଏ କାହାରି ନାଁରେ କ୍ରିମିନାଲ କେଶ କରିନାହିଁ ପୋଲିସ୍। ସରକାର ଏ ଘଟଣାକୁ ବିଭିନ୍ନ ଦିଗରୁ ମୋଡ଼ିଲେ। ବିଜେଡି ଦାବି କରିଥିଲା ଦିଲ୍ଲୀ ଏମ୍ସକୁ ନିଆଯାଉ ବୋଲି। ଡେପୁଟି ଚିଫ ମିନିଷ୍ଟର ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କୁ ଭେଟି ଭଲ ଚିକିତ୍ସା ଚାଲିଥିବା କହିଥିଲେ। ସ୍ୱାସ୍ଥ୍ୟ ଉନ୍ନତି ହୋଇଥିବା କହିଥିଲେ। ହେଲେ ପରେ ତାଙ୍କ ମୃତ୍ୟୁ ହେବା ସମସ୍ତଙ୍କୁ ଚକିତ କରିଛି। ଦୋଷୀଙ୍କୁ ଘଣ୍ଟ ଘୋଡାଉଛନ୍ତି ବିଜେପି ସରକାର । ସରକାରୀ ଦଳର ଲୋକମାନେ ଏଥିରେ ସଂପୃକ୍ତ ଅଛନ୍ତି। ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟ କେମିତି ଏକୁଟିଆ ନେଲେ। ବୟାନ ନେବା ବେଳେ ପରିବାର ଲୋକଙ୍କୁ କାହିଁକି ରଖିଲେ ନାହିଁ। ପେଟ୍ରୋଲ , ଚପଲ ମିଳିଲା ହେଲେ ଦୋଷୀ କାହିଁକି ମିଳୁନାହାନ୍ତି। ଓଡ଼ିଶାରେ କେହି ସୁରକ୍ଷିତ ନୁହନ୍ତି। ସେହିପରି ସବୁଠୁ ଚାଞ୍ଚଲ୍ୟକର ଘଟଣା ଥିଲା ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ। ଆମେରିକା ବି ବୟାନ ଦେଲା। ଓଡ଼ିଶା ପାଇଁ ଲଜ୍ୟାକର ଘଟଣା ଥିଲା । ଏଥିପାଇଁ ଓଡ଼ିଶା ଆନ୍ତର୍ଜାତିକ ସ୍ତରରେ ନିନ୍ଦିତ ହୋଇଛି। ଡବଲ ଇଞ୍ଜିନ ସରକାର ଆଗକୁ ଯାଉନାହିଁ। ଦୁଇଟି ଇଞ୍ଜିନ ବିପରୀତ ଦିଗରେ ଗତି କରୁଛି। ବିଜେପି କର୍ମୀ ଉତ୍ପାତ ହେଉଛନ୍ତି। ଉତ୍ପୀଡନର ଶିକାର ହେଉଛନ୍ତି ମହିଳା। ବିଜେଡି ଯେଉଁ ଅଭିଯୋଗ ଆଣୁଚି ବିଜେପି କର୍ଣ୍ଣପାତ କରୁ ନାହିଁ। ବିଜେଡି ଆନ୍ଦୋଳନ କରିବ। ଲଢେଇ ବ୍ଲକ ସ୍ତରରୁ ଆରମ୍ଭ ହେବ। ଆଉ ଥରେ ଆନ୍ଦୋଳନ ହେବ । ଯଦି ଶାସନ କରିପାରିବେ ନାହିଁ। ତେବେ ନେତା ପଦପଦବୀରୁ ଓହରି ଯାଆନ୍ତୁ। ଗାଦି ଛାଡି ଦିଅନ୍ତୁ। ପୀଡ଼ିତା ମୃତ୍ୟୁବରଣ କରିବାର ୧୦ ମିନିଟ ପରେ ପୋଲିସ୍ ଏକ୍ସରେ ପୋଷ୍ଟ କଲା, କହିଲା କି କେହି ସମ୍ବେଦନଶୀଳ ମନ୍ତବ୍ୟ ଦିଅନ୍ତୁ ନାହିଁ । ପୋଲିସ ଏପରି କଲା କାହିଁକି। କଣ କରିଛି ପୋଲିସ୍। ଲୋକଙ୍କୁ ଡରାଇବା ସହ ଧମକାଉଛି ପୋଲିସ। ବିଜେଡି ଅନ୍ୟାୟ ଅନୀତି ବିରୁଦ୍ଧରେ ଲଢେଇ ଜାରି ରଖିବ ବୋଲି ପ୍ରେସମିଟ୍‌ରେ ବିଜେଡି ନେତ୍ରୀ କହିଛନ୍ତି।

  • Related Posts

    ଡବଲ ଇଞ୍ଜିନ ସରକାର ଓଡ଼ିଶାର ଛବିକୁ ପୁରା ମଳିନ କରି ସାରିଲେଣି: ନବୀନ

    ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ସରକାରଙ୍କ ଉପରେ ଜୋରଦାର୍…

    Continue reading
    ଭଦ୍ରକର ୨ କଲେଜରେ ନିର୍ବାଚନ ବାତିଲ

    ଭଦ୍ରକ: ସମ୍ବେଦନଶୀଳ ପରିସ୍ଥିତି ଓ ନିର୍ବାଚନୀ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ଦୁଇଟି ମହାବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି। ଭଦ୍ରକ ମହିଳା ମହାବିଦ୍ୟାଳୟ ଏବଂ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନାଆମୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ନୋଟିସ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ