ମାଡ଼ିଗଲା ମୋ ବସ୍‌ , ମହିଳା ମୃତ

ଭୁବନେଶ୍ବର: ଶୁକ୍ରବାର ବିଳମ୍ବିତ ରାତ୍ରିରେ ମୋ ବସ୍ ଦୁର୍ଘଟଣା ଏବେ ରାଜଧାନୀ ବାସୀଙ୍କୁ ଆତଙ୍କିତ କରିଛି । ଭୁବନେଶ୍ବର ପାତ୍ରପଡା ନିର୍ମାଣଧିନ ଫୁଟ ଓଭର୍ ବ୍ରିଜ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ରାସ୍ତା କଡରେ ଅପେକ୍ଷାରତ ଲୋକଙ୍କ ଉପରକୁ ମୋ ବସ୍ ଚଢିଯିବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତି ପାଖାପାଖି ୧୦.୩୦ ସମୟରେ ଭୁବନେଶ୍ବର ତମାଣ୍ଡୋ ଥଛାନା ଅଞ୍ଚଳ ପାତ୍ରପଡ଼ା ଓଭରବ୍ରିଜ ନକଟରେ ଏକ ସ୍କୁଟି ଯୋଗେ ଭାଇ ଓ ଭଉଣୀ ଯାଉଥିଲେ । ଏହି ସମୟରେଏକ ମୋ ବସ ଦ୍ରୁତ ବେଗରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟିବା ପରେ ମୋ ବସଟି ମହିଳାଙ୍କୁ ୧୦୦ ମିଟର ପର୍ୟ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରକୁ ମାରପିଟ କରିବା ସହ ମୋ ବସକୁ ଭଙ୍ଗାରୁଜା କରିଥିବା ବେଳେ ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ଦୁର୍ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ଦୁର୍ଘଟଣାକୁ ନେଇ ତମାଣ୍ଡୋ ଥାନା ଅଧିକାରୀ କହିଛନ୍ତି, “ଧକ୍କା ଦେଇଥିବା ବସଟିକୁ ଥାନାରେ ଅଟକ ରଖାଯାଇଛି । ମୃତକଙ୍କ ପରିଚୟ ମିଳିଛି । ସେ ଫୁଲବାଣୀ ଅଞ୍ଚଳର ୫୦ ବର୍ଷୀୟା ମହିଳା ରେବତୀ ଜେନା । ଏନେଇ ତଦନ୍ତକାରୀ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ମହିଳା ଜଣଙ୍କ ତାଙ୍କ ଭାଇଙ୍କ ସହ ବସଷ୍ଟପକୁ ବସ ଧରିବା ପାଇଁ ଆସୁଥିବା ବେଳେ ବାଟରେ ବୋଧହୁଏ ଏମିତି ହୋଇଛି । ଡିଏନ ରିଗାଲିଆ ମଲ ସାମ୍ନା ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ତଦନ୍ତ ଚଳାଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।”

  • Related Posts

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

    ମୋହନା: ପୁଣି ଗୁଣି ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟାକରି ଜଙ୍ଗଲରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରେ । ମୃତକ ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ(୩୦) ।…

    ଚାଞ୍ଚଲ୍ୟକର ପ୍ରତିକ୍ରିୟା:ବୋଲି ଝିଅ ନିଜେ ଆତ୍ମହତ୍ୟା କରିଛି

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଛାତ୍ରୀ ପୋଡ଼ି ଘଟଣାରେ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ମୃତ ଛାତ୍ରୀଙ୍କ ବାପା । ସେ କହିଛନ୍ତି, ମୋ ଝିଅ ବାନ୍ଧି ହୋଇ ପୋଡ଼ି ମରିଥିବା ମୁଁ ଅନୁମାନ କରୁଛି । ତାର ବାନ୍ଧି ହୋଇ ପୋଡ଼ି…

    Leave a Reply

    Your email address will not be published. Required fields are marked *

    You Missed

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26

    ନାଟର ଗୋବର୍ଦ୍ଧନ ଅପରାଜିତା

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”