ନାଟର ଗୋବର୍ଦ୍ଧନ ଅପରାଜିତା

ବେଗୁନିଆ : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା । ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବିଜୁଳି ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭିତରେ ତିକ୍ତତା ଆଉ କେଇପାଦ ଆଗକୁ ଯାଇଛି । ପୂର୍ବରୁ ରାଜନୀତିକ ବିରୋଧ ହେଉଥିବାବେଳେ ଏବେ ତାହା ହିଂସାର ରୂପ ନେଇଛି । ପ୍ରଶାନ୍ତ ଜଗଦ୍ଦେବଙ୍କ ଘନିଷ୍ଠ ସହଯୋଗୀମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ପ୍ରକାଶ ଆଜି ଥାନାରେ ଏତଲା ବି ଦେଇଛନ୍ତି । ବେଗୁନିଆରେ ଏବେ ବିଜେଡ଼ି ବିଧାୟକ ଥିବାବେଳେ ବିଜେପିର ଗୋଷ୍ଠୀବିବାଦ ପ୍ରଦୀପ ସାହୁଙ୍କୁ ବେଶ୍‌ ସୁହାଇଛି । ସେପଟେ ଗଣେଶଙ୍କୁ ବେଗୁନିଆ-ବୋଲଗଡ଼ ଦାୟିତ୍ୱ ଦେଇ ଅପରାଜିତା ଦଳକୁ ମଜବୁତ୍‌ କରିବାକୁ ଯେଉଁ ଅଙ୍କ କଷିଥିଲେ ତାହା ଭୁଲ୍‌ ହେବା ନିଶ୍ଚିତ ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସବୁବେଳେ ସୁବିଧାବାଦ ରାଜନୀତି କରନ୍ତି ବୋଲି ପୂର୍ବର ଘନିଷ୍ଠ ସହଯୋଗୀମାନେ ଏହି ପ୍ରତିନିଧିଙ୍କୁ କହିଛନ୍ତି । ୟୁଜ୍‌ ଆଣ୍ଡ ଥ୍ରୋରେ ସେ ବେଶ୍‌ ମାହିର । ପୂର୍ବରୁ ସେ ଋଷଭ ନନ୍ଦଙ୍କୁ ପାନେ ଦେବା ପାଇଁ ପ୍ରକାଶ ବିଜୁଳିଙ୍କୁ ଶକ୍ତିଶାଳୀ କରିଥିଲେ । ଏବେ ପ୍ରକାଶଙ୍କୁ ସାଇଡ୍‌ କରିବା ପାଇଁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସଶକ୍ତ କରିଛନ୍ତି । ନିଜର ସ୍ଥିତି ମଜବୁତ୍‌ ପାଇଁ ଓ ନିଜର ପରିଚୟ ବଢ଼ାଇବା ପାଇଁ ଦଳର ନୀତିନିୟମକୁ ଜଳାଞ୍ଜଳି ଦେବା ଅପରାଜିତାଙ୍କ ପାଇଁ ନୂଆ କଥା ନୁହେଁ । ପୂର୍ବରୁ ସେ ଅଜିତା ଓ ୟୁଥ ଫର ଆକ୍ସନ ନାମରେ ନିଜର ଶକ୍ତି ବଢ଼ାଉଥିଲେ । ଏମିତିକି ସାରା ରାଜ୍ୟରେ କାୟା ବିସ୍ତାର କରିବାକୁ ଚାହୁଁଥିଲେ । ଏନେଇ ପରେ ଆମେ ସବିଶେଷ ଆଲୋଚନା କରିବା ।
ଏବେ ଆସିବା ବେଗୁନିଆ ଆଡ଼କୁ । ପ୍ରଶାନ୍ତ ଜଗଦ୍ଦେବ ଏଥର ରେକଡର଼୍ କରିଛନ୍ତି । ପ୍ରଥମ ନେତା ଭାବେ ସେ ବେଗୁନିଆ, ଚିଲିକା ଓ ଖୋର୍ଦ୍ଧା ଭଳି ତିନି ତିନିଟା ନିର୍ବାଚନମଣ୍ଡଳୀରୁ ବାଜିମାତ୍‌ କରିଛନ୍ତି । ଯେଉଁଥିପାଇଁ ପ୍ରଶାନ୍ତ ହିଁ ଏକମାତ୍ର ନେତା ବୋଲି ସାଂସଦ ମ୍ୟାଡ଼ାମ ଧରି ନେଇଛନ୍ତି । ଖାଲି ସେତିକିନୁହେଁ ପ୍ରଶାନ୍ତଙ୍କୁ ଧରି ସେ ଅସାଧ୍ୟ ସାଧନ କରିପାରିବେ ବୋଲି ଧରି ନେଇଛନ୍ତି । ସିଟୁ ବିଜୁଳି ଭିଡ଼କୁ ନୁହେଁ ବୋଲି ଭାବି ସାଙ୍ଗେସାଙ୍ଗେ ନିଜ ଡାହାଣ ହାତରୁ ପ୍ରକାଶଙ୍କୁ ଫିଙ୍ଗିଦେଇ ଗଣେଶଙ୍କୁ ବସାଇଦେଲେ । ଗଣେଶ ବି ନିଜ ଫାଇଦା ଗୋଟାଇବାରେ ମାହିର । ଆଜ୍ଞା ବିଜେପି ତାଙ୍କୁ ଖୋର୍ଦ୍ଧା ଲଡୁ ଦେଇଥିବାବେଳେ ସାଂସଦ ମ୍ୟାଡ଼ାମ ଯେତେବେଳେ ବେଗୁନିଆ ଲଡୁ ଦେଉଛନ୍ତି ସେ ମଉକାକୁ କିଏ ଛାଡ଼ିବେ କହିଲେ ? ଆଜ୍ଞା ଏତିକିରେ ସରିନି ମ…
କ୍ରମଶଃ… ପୁଣି ଆସନ୍ତାକାଲି ଏଇଠୁ ଆରମ୍ଭ ହେବ

  • Related Posts

    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading
    ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

    ଭୂବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୁଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ସଂପର୍କରେ ସୂଚନା ଦେଇ ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ କହିଛନ୍ତି ଯେ, ନିଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ