ବଳଙ୍ଗା ମାମଲାରେ କଂଗ୍ରେସର ଅଭିଯୋଗ:ସରକାରଙ୍କ ନିର୍ଦେଶରେ କାମ କରୁଛି ପୁଲିସ

ଭୁବନେଶ୍ୱର,: ବଳଙ୍ଗା ମାମଲାରେ ଗୁରୁତର କଂଗ୍ରେସ ଆଣିଲା ଅଭିଯୋଗ। ପୁଲିସ୍ ଡିଜି ଗଣମାଧ୍ୟମରେ ଦେଇଥିବା ଦେଇଥିବା ସୂଚନା ସରକାରଙ୍କ ପ୍ରାୟୋଜିତ। ତଦନ୍ତ ବେଳେ ତଥ୍ୟ ଗଣମାଧ୍ୟମକୁ ଆସିବା କଥା ନୁହଁ । କିନ୍ତୁ ପୁଲିସ ଭାରତୀୟ ନ୍ୟାୟ ସଂହିତା ଅନୁସାରେ କାମ କରୁନି । ଓଲଟା ସରକାରଙ୍କ ନିର୍ଦେଶରେ କାମ କରୁଛି ପୁଲିସ । ଗଣମାଧ୍ୟମରେ ଦେଇଥିବା ସୂଚନା ସରକାର ପ୍ରାୟୋଜିତ ହୋଇଥିବା ବେଳେ ଏତଲାରେ କିନ୍ତୁ ତିନି ଜଣ ଦୁର୍ବୃତ୍ତ ସାମିଲ ଅଛନ୍ତି ବୋଲି ଦର୍ଶାଯାଇଛି । ପୀଡ଼ିତାଙ୍କ ବାପା ଦେଇଥିବା ଏତଲାରେ ଏହା ଉଲ୍ଲେଖ ଅଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର କହିଛନ୍ତି ।

ଗୁରୁବାର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ନିଶିକାନ୍ତ କହିଛନ୍ତି, ବଳଙ୍ଗା ପୀଡିତା ମୃତ୍ୟୁ ସହ ସଂଘର୍ଷ କରି ଆରପାରିକୁ ଚାଲି ଯିବାର ସାଢେ ତିନି ଘଣ୍ଟା ପରେ ପୁଲିସ ଟ୍ୱିଟ୍ କରିଛି । ତଦନ୍ତ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଏହି ମାମଲାରେ କେହି ସାମିଲ ନାହାନ୍ତି ବୋଲି କହିଥିଲା । ତଦନ୍ତ ଚାଲୁଥିବା ବେଳେ କୌଣସି ତଥ୍ୟ ଗଣମାଧ୍ୟମକୁ ଆସିବା କଥା ନୁହଁ, ତେବେ କିପରି ଆସିବା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ପିସିସି ଗଣମାଧ୍ୟମ ଅଧକ୍ଷ ଅରବିନ୍ଦ ଦାସ କହିଛନ୍ତି, ନାରୀ ନିର୍ୟାତନା ପ୍ରସଙ୍ଗରେ ସରକାରଙ୍କ ସମ୍ବେଦନଶୀଳତା ଶୂନ୍ୟ। ଦଣ୍ଡବିଧାନ ହାର ଓଡିଶାରେ ସବୁଠୁ କମ। କଂଗ୍ରେସ ଚେତାବନୀ ଦେଉଛୁ, ସରକାର କୁମ୍ଭକର୍ଣ୍ଣ ନିଦରୁ ଉଠନ୍ତୁ। ନାରୀ ନିର୍ୟାତନା ମାମଲାରେ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ। ଆଉ ରାଜ୍ୟକୁ ନିନ୍ଦିତ କରାନ୍ତୁ ନାହିଁ। ନାରୀ ନିର୍ୟାତନା ପ୍ରସଙ୍ଗରେ ଆସନ୍ତାକାଲିଠୁ ଚଉଦ ତାରିଖ ପର୍ୟ୍ୟନ୍ତ ତିନୋଟି ବଡ଼ କାର୍ୟ୍ୟକ୍ରମ ହେବ। ଆସନ୍ତାକାଲି ଡିଜି ପୁଲିସ କାର୍ୟ୍ୟାଳୟ ଘେରାଉ କରାଯିବ। ୧୦ତାରିଖ ଦିନ ବଳଙ୍ଗାରୁ ନିମାପଡ଼ା ନାରୀ ନ୍ୟାୟ ପଦଯାତ୍ରା ହେବ। ନିମାପଡାରେ ଏକ ସଭା ହେବ। ସେହିପରି ୧୪ ତାରିଖରେ ଫକୀରମୋହନ କଲେଜରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା ହେବ। ପରିକ୍ରମା ସରିବା ପରେ ଏକ ସଭା ହେବ। ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଛନ୍ତି ଏତଲା ନ ରଖିଲେ ଶୂନ୍ୟ ସହନଶୀଳତା। ହେଲେ ପୁଲିସ ବୋଲ ମାନୁନି। ପ୍ରଶାସନ ହୁଗୁଳା ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ନାରୀ ନିର୍ୟାତନା ପ୍ରସଙ୍ଗରେ ଏକ ବିବୃତି ବି ଦେଉନାହାନ୍ତି । କେନ୍ଦ୍ରାପଡ଼ା ମାମଲାରେ କେବଳ ଜଣେ ଏଏସଆଇଙ୍କୁ ବଦଳି କରାଯାଇଛି। ଏହି ଏଏସଆଇ ପଲେଇ ଏତଲା ରଖିଲେ ନାହିଁ। ଏଏସଆଇଙ୍କୁ ଚାକିରିରୁ ବହିଷ୍କାର କରିବା କଥା ବୋଲି ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାସ କହିଥିଲେ, ନାରୀଙ୍କୁ ସୁରକ୍ଷା ଦେବାକୁ ପିସିସି ପକ୍ଷରୁ ଟାସ୍କ ଫୋର୍ସ ଗଢ଼ା ଯାଇଛି। ପ୍ରତିଦିନ ରାଜ୍ୟରେ ଏଭଳି ଘଟଣା ଘଟୁଛି। ନାରୀ ସୁରକ୍ଷା ଓ ନାରୀ ନ୍ୟାୟ ପାଇଁ କଂଗ୍ରେସ ଅଭିଯାନ ଜାରି ରହିବ । ଆଗକୁ ଆହୁରି ବ୍ୟାପକ ହେବ ବୋଲି ସେ କହିଛନ୍ତି ।..

  • Related Posts

    ବନ୍ଦକୁ ଜନସମର୍ଥନ ମିଳିଛି : ଭକ୍ତ

    ଭୁବନେଶ୍ୱର, ୮ ।୧୦ : ଚାରିଟି ଗୁରୁତ୍ୱପୂର୍ଣ ଦାବିକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ଜନସମର୍ଥନ ମିଳିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଏହି ଅବସରରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର…

    Continue reading
    ପଶ୍ଚିମ ଓଡ଼ିଶାରେ ରାସ୍ତାରୋକ ଏବଂ ପିକେଟିଂ, ଲୋକେ ହନ୍ତସନ୍ତ

    ସମ୍ବଲପୁର/ଝାରସୁଗୁଡ଼ା/ନୂଆପଡ଼ା: INDIA ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ପଡ଼ିଛି । ରାସ୍ତା ଅବରୋଧ ଓ ପିକେଟିଂ ଯୋଗୁଁ ବସ୍‌, ଟ୍ରକ୍‌, ଅଟୋ ସମେତ ଅନେକ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ବଜାର ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ