ରିପୋର୍ଟ କାର୍ଡ ରଖିବେ ସରକାର

ଭୁବନେଶ୍ୱର: ସରକାର ସହର ଓ ଗାଁକୁ ଯିବେ । ଲୋକଙ୍କ ପାଖରେ ପହଞ୍ଚିବେ । ବର୍ଷକ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି ତାର ରିପୋର୍ଟ କାର୍ଡ ରଖିବେ । ଜୁନ୍‌ ୧୨ରେ ରାଜ୍ୟ ବିଜେପି ସରକାରକୁ ବର୍ଷେ ପୂରୁଥିଲା ବେଳେ ରାଜ୍ୟ ସରକାର ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବେ । ଏ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି । ଏ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟ ସରକାର ଜୁନ୍‌ ୧୨ରୁ ସପ୍ତାହେ ବ୍ୟାପୀ ‘ଉତ୍ତରଦାୟୀ କାର୍ୟ୍ୟକ୍ରମ’ ପାଳନ କରିବେ । ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାସ୍ତରରେ ଜନକଲ୍ୟାଣ ପାଇଁ ସରକାର କଣ କରିଛନ୍ତି ତାହା ଲୋକଙ୍କୁ ଜଣାଇବେ । ପ୍ରତି ପୌରସଂସ୍ଥାରେ ମଧ୍ୟ ଏ ବର୍ଷ ପୂର୍ତ୍ତି ଉତ୍ସବର ଆୟୋଜନ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି ।
ରାଜ୍ୟର ବିଜେପି ସରକାରକୁ ଆଉ ୩ ସପ୍ତାହ ପରେ ବର୍ଷ ପୂରିବ । ସରକାରଙ୍କର ଏହି ବର୍ଷ ପୂର୍ତ୍ତିକୁ ଧୂମ୍‌ଧାମରେ ପାଳନ କରିବାକୁ ଆପାତତଃ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଏକରକମ ପ୍ରସ୍ତୁତି ମଧ୍ୟ ଜୋର ଧରିଲାଣି । ବଡ଼ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟସରକାର ଓ ବିଜେପି ସଂଗଠନ । ପ୍ରତି ବିଭାଗ ନିଜ କାମରେ କେତେ ଦକ୍ଷତା ପ୍ରଦର୍ଶନ କରିଛି ତା’ର ରିପୋର୍ଟ କାର୍ଡ ପ୍ରସ୍ତୁତ ଚାଲିଛି । ମନ୍ତ୍ରୀମାନଙ୍କ ଦକ୍ଷତାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।ସରକାରଙ୍କ ସଫଳତା ଓ ଉପଲବ୍ଧିକୁ ନେଇ ରାଜ୍ୟବାସୀଙ୍କ ନିକଟକୁ ଯିବେ ମନ୍ତ୍ରୀ । ଜୁନ୍‌ ୧୨ରୁ ୧୯ ଯାଏଁ ଚାଲିବ କାର୍ୟ୍ୟକ୍ରମ । ସରକାରଙ୍କ ବର୍ଷ ପୂର୍ତ୍ତିର ହିସାବ କିତାବ ଦେବ ବିଜେପି । ଯଦି ସବୁକିଛି ଠିକଠାକ୍‌ ହୁଏ ତେବେ ସରକାର ରାଜ୍ୟସ୍ତରୀୟ ଭବ୍ୟ ସମାରୋହର ଆୟୋଜନ କରିବେ । ଶପଥ ଗ୍ରହଣ ଉତ୍ସବ ଭଳି ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ସହ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ମଧ୍ୟ ଏ ଉତ୍ସବରେ ଯୋଗ ଦେବା ସମ୍ଭାବନା ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

  • Garvita Odia

    Related Posts

    ନୂଆ ବିଜେପି ସରକାରକୁ ବର୍ଷେ; ଜନତା ମଇଦାନରେ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ

    ଭୁବନେଶ୍ବର: ଆସନ୍ତା ଜୁନରେ ମୋହନ ସରକାରକୁ ବର୍ଷେ ପୂରଣ ହେବ । ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ସରକାରୀ ସ୍ତରରେ ବର୍ଷେ ପୂର୍ତ୍ତି କାର୍ୟ୍ୟକ୍ରମକୁ ବଡ଼ ଆକାରରେ ପାଳନ କରିବା…

    ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୁନର୍ବିନ୍ୟାସ

    ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୁନର୍ବିନ୍ୟାସ ହୋଇଛି। କଂଗ୍ରେସର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏଆଇସିସି ପକ୍ଷରୁ ଏଥିନେଇ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ପିସିସି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଭାବେ ସତ୍ୟଜିତ ଗମାଙ୍ଗୋ ଏବଂ ସନ୍ତୋଷ…

    Leave a Reply

    Your email address will not be published. Required fields are marked *

    You Missed

    ନୂଆ ବିଜେପି ସରକାରକୁ ବର୍ଷେ; ଜନତା ମଇଦାନରେ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ

    ନୂଆ ବିଜେପି ସରକାରକୁ ବର୍ଷେ; ଜନତା ମଇଦାନରେ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ

    ଘାଟିରେ ଓଲଟିଲା ବସ୍‌ : ୨୫ ଆହତ

    ଘାଟିରେ ଓଲଟିଲା ବସ୍‌ : ୨୫ ଆହତ

    ଆଜି ହେବନି ଭାରତ-ପାକିସ୍ତାନର ଡିଜିଏମଓ ବୈଠକ

    ଆଜି ହେବନି ଭାରତ-ପାକିସ୍ତାନର ଡିଜିଏମଓ ବୈଠକ

    ଆପ୍ ଛାଡ଼ିଲେ ୧୩ କର୍ପୋରେଟର

    ଆପ୍ ଛାଡ଼ିଲେ ୧୩ କର୍ପୋରେଟର

    ଭୟଙ୍କର ଅଗ୍ନିକାଣ୍ଡ , ୧୭ ଜୀବନ୍ତ ଦଗ୍ଧ

    ଭୟଙ୍କର ଅଗ୍ନିକାଣ୍ଡ , ୧୭ ଜୀବନ୍ତ ଦଗ୍ଧ

    ତାଳଗଛ ଲଗାଇବାକୁ ସରକାର ଖର୍ଚ୍ଚ କରିବେ ୬ କୋଟି

    ତାଳଗଛ ଲଗାଇବାକୁ ସରକାର ଖର୍ଚ୍ଚ କରିବେ ୬ କୋଟି