ତାଳଗଛ ଲଗାଇବାକୁ ସରକାର ଖର୍ଚ୍ଚ କରିବେ ୬ କୋଟି

ଭୁବନେଶ୍ୱର: ରାଜ୍ୟରେ ବଜ୍ରପାତ ଜନିତ କ୍ରମବର୍ଦ୍ଧଷ୍ଣୁ ମୃତ୍ୟୁସଂଖ୍ୟା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ବଜ୍ରପାତରେ ୧୩ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ ଗତ ୩ ମାସ ମଧ୍ୟରେ ବଜ୍ରପାତରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏହା ରାଜ୍ୟ ପାଇଁ ଏକ ସଙ୍କଟମୟ ସ୍ଥିତି ଉତ୍ପନ୍ନ କରିଛି। ବଜ୍ରପାତ ମୃତ୍ୟୁ ବଢ଼ିବା ପରେ ଏବେ ରାଜ୍ୟ ସରକାରଙ୍କୁ ଘାରିଛି ‘ଗୋଟମା’ ଚିନ୍ତା। ଏହାର ମୁକାବିଲା ଲାଗି ତାଳଗଛ ଲଗାଇବାକୁ ଯୋଜନା କରିଛନ୍ତି। ଚଳିତ ବର୍ଷ ଏ ବାବଦରେ ସରକାର ୬ କୋଟି ଟଙ୍କା ଖର୍ଚ୍ଚ କରିବେ। ଗତବର୍ଷ ରାଜ୍ୟର ୫୧ ବନଖଣ୍ଡରେ ୧୯ ଲକ୍ଷ ତାଳଗଛ ଲଗାଯାଇଥିଲା।
ସୂଚନାଯୋଗ୍ୟ ଯେ ବଜ୍ରପାତରେ ଦେଶରେ ସର୍ବାଧିକ ମୃତ୍ୟୁ ଓଡ଼ିଶାରେ ହେଉଛି।ଗତ ୧୧ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ପ୍ରାୟ ୩୭୯୦ ଜଣଙ୍କ ଜୀବନ ଅକାଳରେ ଚାଲିଯାଇଛି। ସେହିପରି ୨୦୨୧-୨୨ରୁ ୨୦୨୩-୨୪ ଅର୍ଥାତ୍‌ ଗତ ୩ ବର୍ଷରେ ବଜ୍ରପାତରେ ଓଡ଼ିଶାରେ ୭୯୧ ଜଣ ଲୋକଙ୍କ ଜୀବନ ଯାଇଛି। ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ସର୍ବାଧିକ ବଜ୍ରପାତର ଶିକାର ହେଉଥିବା ତଥ୍ୟରୁ ଜଣାପଡ଼ିଛି। ଏକ ଗବେଷଣା ରିପୋର୍ଟ ଅନୁଯାୟୀ ଓଡ଼ିଶାର ଗ୍ରାମାଞ୍ଚଳରେ ଅର୍ଥାତ୍‌ ରାଜ୍ୟର ୯୬ ପ୍ରତିଶତ ବଜ୍ରପାତ ଗ୍ରାମାଞ୍ଚଳରେ ହିଁ ହୋଇଥାଏ। କୃଷକମାନେ ଜମିରେ କାମ କରୁଥିବା ବେଳେ ଶ୍ରମିକମାନେ ବାହାରେ କାମ କରୁଥିବା ବେଳେ ବଜ୍ରପାତର ସର୍ବାଧିକ ଶିକାର ହୋଇଥାନ୍ତି ବୋଲି ଉକ୍ତ ରିପୋର୍ଟ ଦାବି କରିଛି। ତେଣୁ ବଜ୍ରପାତର ମୁକାବିଲା ପାଇଁ ସରକାର ତାଳଗଛ ରୋପଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ