ରାଜ୍ୟ କ୍ୟାବିନେଟ୍‌ ବୈଠକ; ୮ ପ୍ରସ୍ତାବ ଉପରେ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ରେ ୫ ବିଭାଗର ୮ଟି ପ୍ରସ୍ତାବକୁ ମଞ୍ଜୁରୀ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦନ ମିଳିଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’କୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିରେ ୧୦୦୦ କୋଟି ଟଙ୍କାର ବ୍ୟୟରେ ପ୍ରାୟ ୫୦୦ କିମି ନୂତନ ରାସ୍ତା ନିର୍ମାଣ କରାଯିବ । ନୂତନ ଯୋଜନାରେ ନିର୍ବାଚନ ମଣ୍ଡଳୀରେ ନୂଆ ସଡ଼କ ନିର୍ମାଣ ହେବା ସହିତ ପୁରୁଣା ସଡ଼କର ମରାମତି ହେବ । ସେହିପରି ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ଏହାଦ୍ବାରା ରାସ୍ତାର ଉନ୍ନତିକରଣ ହେଲେ ଶିକ୍ଷାନୁଷ୍ଠାନ, ଚିକିତ୍ସା ସୁବିଧା, ବ୍ଳକ/ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ, ବଜାର ସ୍ଥାନ ଓ ପର୍ଯ୍ୟଟନସ୍ଥଳ ଆଦି ସହିତ ଉତ୍ତମ ସଂଯୋଗୀକରଣ ହୋଇପାରିବ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ମଳ: ସାର୍ବଜନୀନ ସ୍ବାସ୍ଥ୍ୟ କେନ୍ଦ୍ରରେ ଆନୁଷଙ୍ଗିକ ସେବାକୁ ସୁଦୃଢ଼ କରିବା । ଏହି ଯୋଜନାକୁ ୫ ବର୍ଷ ଜାରି ରଖିବାକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାର କ୍ୟାବିନେଟ୍ ବୈଠକରେ ସାର୍ବଜନୀନ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଆନୁଷଙ୍ଗିକ ସେବା ବୃଦ୍ଧି ପାଇଁ “Nirmal: Strengthening Ancillary Services atPublic Health Facilities” (2nd phase) ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାସହ ହାଉସ କିପିଂ, ସ୍ବଚ୍ଛତା ସେବା, ଲିନେନ୍ ଓ ଲଣ୍ଡ୍ରି ସେବା, ସୁରକ୍ଷା ସେବା ଓ ଆଟେଣ୍ଡାଣ୍ଟ ସେବା ଇତ୍ୟାଦି ଆନୁଷଙ୍ଗିକ ସେବାଗୁଡିକର କାର୍ଯ୍ୟକାରିତାକୁ ଆହୁରି ବୃଦ୍ଧି କରିବା ନିମନ୍ତେ ପାଞ୍ଚ ବର୍ଷରେ ପ୍ରାୟ ୫,୧୭୪.୭୯ କୋଟି ଟଙ୍କା ଖର୍ଚ୍ଚ ହେବ ।

ପ୍ରାଣୀଧନ ଚିକିତ୍ସା ବୈଷୟିକ ସେବା ନିୟମ, ୨୦୨୪କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ପ୍ରସ୍ତାବିତ ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା (ନିଯୁକ୍ତି ସର୍ଭାବଳୀ) ନିୟମ, ୨୦୨୪ ଅନୁଯାୟୀ, ପୂର୍ବରୁ ବିଦ୍ୟମାନ ଓଡ଼ିଶା ଅଣ ଗେଜେଟେଡ୍ ପ୍ରାଣୀ ଚିକିତ୍ସା ବୈଷୟିକ ସେବା (ନିଯୁକ୍ତି ସର୍ତ୍ତାବଳୀ) ନିୟମ, ୧୯୮୩ ଓ ପରବର୍ତ୍ତୀ ସମସ୍ତ ସଂଶୋଧନକୁ ବଦଳାଇବା ସହିତ ପୁରୁଣା ଓ ଅନାବଶ୍ୟକ ନିୟମକୁ ପ୍ରତ୍ୟାହାର କରିଛନ୍ତି । ଏହାଛଡ଼ା ଅତୀତରେ ପୁର୍ନଗଠିତ ହୋଇଥ‌ିବା ଓଡ଼ିଶା ପ୍ରାଣୀଧନ ଚିକିତ୍ସା ବୈଷୟିକ ସେବା କ୍ୟାଡରକୁ ନିୟନ୍ତ୍ରିତ କରିବା ନିମନ୍ତେ ପ୍ରସ୍ତାବ ରଖାଯାଇଛି । ଓଡିଶା ପ୍ରାଣୀଧନଚିକିତ୍ସା ବୈଷୟିକ ସେବା କ୍ୟାଡରରେ ୧୧୩ ନୂତନ ପଦବୀ ସୃଷ୍ଟି କରାଯାଇ ଏହାର କ୍ଷମତା ୪,୦୪୫ରୁ ୪,୧୫୮କୁ ବୃଦ୍ଧି କରାଯାଇଛି ।

ବାଣିଜ୍ୟ ଓ ପରିବହନ ବିଭାଗରେ ମୁଖ୍ୟମନ୍ତ୍ରୀ ବସ୍‌ ସେବା କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏଥିରେ ରାଜ୍ୟର ସମସ୍ତ ବ୍ୟବସାୟ ସ୍ଥଳ/ବାଣିଜ୍ୟ କେନ୍ଦ୍ର, ଶିକ୍ଷା ଓ ସ୍ବାସ୍ଥ୍ୟନୁଷ୍ଠାନ ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନକୁ ନିରାପଦ, ନିର୍ଭରଯୋଗ୍ୟ, ସୁଲଭ ଓ ଦକ୍ଷ ସାର୍ବଜନୀନ ପରିବହନ ବସ୍ ସେବା ମିଳିବ । ବସ୍ ଚଳାଚଳରେ ଦକ୍ଷତା ଓ ସ୍ଵଚ୍ଛତା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ ବସ୍‌ ସେବା’ର ସମ୍ପୂର୍ଣ୍ଣ ନବୀକରଣ କରାଯିବ । ଏହାଛଡ଼ା ବସ୍ ଗୁଡ଼ିକର ତଦାରଖ ଓ ନିୟନ୍ତ୍ରଣ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମକୁ ଦାୟିତ୍ବ ମିଳିବ । ବସ୍‌ଗୁଡ଼ିକରେ ସିସିଟିଭି କ୍ୟାମେରା, ଲାଇଭ୍ ଭ୍ୟାନ୍ ଟ୍ରାକିଂ, ଯାତ୍ରୀ ସୂଚନା ବ୍ୟବସ୍ଥା ଓ ପାନିକ୍ ବଟନ୍ ଇତ୍ୟାଦି ବନ୍ଦୋବସ୍ତ କରାଯିବ । ମୁଖ୍ୟମନ୍ତ୍ରୀ ବସ୍‌ ସେବାରେ ମହିଳା, ଟ୍ରାନ୍ସଜେଣ୍ଡର, ଛାତ୍ର, ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ବାର୍ତ୍ତାନୁକୂଳ ଓ ଅଣ- ବାର୍ତ୍ତାନୁକୂଳ ବସ୍ ଭଡ଼ାରେ ୫୦% ରିହାତି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ