୩ ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବେ ରାଜ୍ୟ ସରକାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଉନ୍ନତି ହେବ ଆୟୁଷ ଚିକିତ୍ସା । ରାଜ୍ୟ ସରକାର ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ପଦକ୍ଷେପ ନେବେ । ଓଡ଼ିଶାରେ ୩ଟି ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବେ ମୋହନ ସରକାର । ସେହିପରି ଡଃ ଅଭିନଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ହେବ ନୂତନ ଏମରଜେନ୍ସି ୟୁନିଟ । କଲେଜରେ ଖୋଲିବ ଏକ ନୂଆ ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ । କଲେଜର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ଯୋଗ ଦେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଡଃ ଅଭିନଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସେଠାରେ ଏକ ନୂତନ ଏମରଜେନ୍ସି ୟୁନିଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ କଲେଜରେ ଏକ ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ରକ୍ତଦାନ ଶିବିରର ଉଦଘାଟନ ମଧ୍ୟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଓଡିଶାରେ ହୋମିଓପାଥିକ ଶିକ୍ଷାର ପ୍ରସାର ଓ ହୋମିଓପାଥିକ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ଦିଗରେ ଡଃ ଅଭିନଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ଅବଦାନ ଅତୁଳନୀୟ । ରାଜ୍ୟରେ ଏହା ଏକ ପ୍ରତିଷ୍ଠିତ କଲେଜ । ହୋମିଓପାଥିକ ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଏହା କେବଳ ରାଜ୍ୟ କାହିଁକି, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ । ଦୀର୍ଘ ୫୬ ବର୍ଷ ଧରି ଏହା ଅବିରତ ଭାବେ ଶିକ୍ଷାର ପ୍ରସାର କରି ଚାଲିଛି । ଅନେକ ସୁନାମଧନ୍ୟ ଡାକ୍ତର ସୃଷ୍ଟି କରିଛି ।”
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, “ଏହା ଏକ ହୋମିଓପାଥିକ ଔଷଧ ତିଆରି କାରଖାନା ପରିଚାଳନା କରୁଛି । ଏଥିରୁ ପ୍ରସ୍ତୁତି ଔଷଧ ବିଭିନ୍ନ ହସ୍ପିଟାଲକୁ ଯୋଗାଇ ଦିଆଯାଉଛି । ଏହା ନିଶ୍ଚିତ ଭାବେ ଖୁବ ପ୍ରଶଂସାଯୋଗ୍ୟ । ଏହି ମହାବିଦ୍ୟାଳୟର ଏହା ଏକ ବିଶେଷତ୍ୱ ହେଉଛି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଉଦ୍ୟମ କରିଚାଲିଛନ୍ତି । ସାରା ଭାରତର ଆୟୁଷ ଅର୍ଥନୀତିର ପ୍ରାୟ ୧୫ ପ୍ରତିଶତ ହୋମିଓପାଥିକ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ପରିଚାଳିତ । ରାଜ୍ୟରେ ବର୍ତ୍ତମାନ ଏହି ମହାବିଦ୍ୟାଳୟକୁ ମିଶାଇ ୪ଟି ସରକାରୀ ହୋମିଓପାଥିକ୍ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଅଛି । ଏହା ସହିତ ୫୬୨ ଟି ସରକାରୀ ହୋମିଓପାଥିକ ଡାକ୍ତରଖାନା ମଧ୍ୟ ଅଛି ।”ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, “ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ରାଜ୍ୟ ସରକାର ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ତିନୋଟି ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବଜେଟରେ ୨୩ ହଜାର ୬୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହା ରାଜ୍ୟ ବଜେଟର ୮ ପ୍ରତିଶତରୁ ଅଧିକ । ସ୍ୱାସ୍ଥ୍ୟକ୍ଷେତ୍ରକୁ ସରକାରକେତେ ଗୁରୁତ୍ୱ ଦେଉଛୁ ଏଥିରୁ ଅନୁମାନ କରିହେବ । ବିଜେପି ସରକାର ଆସିବା ପରେ ଏହାକୁ ଓଡିଶାରେ କାର୍ୟ୍ୟକାରୀ କଲେ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଦ୍ୱାରା ରାଜ୍ୟର ଏକ କୋଟିରୁ ଅଧିକ ଲୋକ ଦେଶର ୨୯ ହଜାର ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଉଛନ୍ତି ।”

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ