
ରାଜନଗର: ପର୍ୟ୍ୟଟକଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପର୍ୟ୍ୟଟକଙ୍କୁ ସ୍ଵାଗତ କରିବା ଲାଗି ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି। କୁମ୍ଭୀର ପ୍ରଜନନ ପାଇଁ ୩ ମାସ ଧରି ବନ୍ଦ ରହିଥିବା ଭିତର କନିକା। ଭିତରକନିକାରେ ପର୍ୟ୍ୟଟକମାନେ ପ୍ରକୃତିର ସୌନ୍ଦର୍ୟ୍ୟକୁ ଉପଭୋଗ କରିବା ସହ ନୌବିହାରର ମଜା ଉଠାଇପାରିବେ। ଏପରିକି ସ୍କାଏ ଓ୍ବାକରେ ଜଙ୍ଗଲରେ ଚାଲି ଚାଲି ଜଙ୍ଗଲର ସୌନ୍ଦର୍ୟ୍ୟକୁ ଉପଭୋଗ କରିପାରିବେ।