ଅସୁସ୍ଥ ହାତୀ ଛୁଆର ମୃତ୍ୟୁ

ରାଉରକେଲା: ସରଣ୍ଡା ଜଙ୍ଗଲର ତିରିଲିପୋଷି ନାଳ ନିକଟରୁ ଠାବ ହୋଇଥିବା ଅସୁସ୍ଥ ହାତୀ ଛୁଆର ମୃତ୍ୟୁ । ରବିବାର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି ହାତୀ ଛୁଆ । ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି ।
ଗତ ୨ ତାରିଖରେ ହାତୀ ଛୁଆର ବାମପଟ ଗୋଡରେ ଆଘାତ ଲାଗିଥିବାରୁ ସେ ଛୋଟେଇ ଛୋଟେଇ ଚାଲୁଥିବା ବନ ବିଭାଗ ଡ୍ରୋନ ସର୍ଭେ ଦେଖିବାକୁ ପାଇଥିଲା । ହାତୀକୁ ଠାବ କରିବା ଲାଗି ସରଣ୍ଡା ଓ ରାଉରକେଲା ବନ ବିଭାଗର ୮ଟି ଟିମ୍ ୩ ଦିନ ଧରି ଜଙ୍ଗଲର ଦୀଘା ଓ ସାମଠା ଅଞ୍ଚଳରେ ଖୋଜାଖୋଜି କରୁଥିଲେ । ଶନିବାର ସନ୍ଧ୍ୟାରେ ତିରିଲିପୋଷି ନାଳ ନିକଟରେ ଛୁଆ ହାତୀକୁ ଠାବ କରାଯାଇଥିଲା। ଏହା ପରେ ହାତୀକୁ ଚିକିତ୍ସା କରିବା ଲାଗି ଟ୍ରାଙ୍କୁଲାଇଜ କରାଯାଇଥିଲା । ହାତୀର ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳୁ ହାତୀ ଛୁଆର ମୃତ୍ୟୁ ହୋଇଛି । ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି । ତେବେ ହାତୀ ଗୋଡରେ ଆଘାତ କିପରି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।

  • Related Posts

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

    ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ ପାଇଁ ଅଫ୍‌ଲାଇନ୍‌ରେ ଫର୍ମପୂରଣ ହେବନି ବରଂ ଶତପ୍ରତିଶତ ଅନ୍‌ଲାଇନ୍‌ରେ ଫର୍ମପୂରଣ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ କ୍ଷେତ୍ରରେ ଆସିବ…

    ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ

    ଭୁବନେଶ୍ୱର, ଅଗଷ୍ଟ ୧୦: ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିତ କର୍ମଶାଳା ଏବଂ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଦିନିକିଆ କର୍ମଶାଳାରେ ଓଡିଶାର ବିଭିନ୍ନ ସ୍ଥାନରୁ ପୁରୁଷ ଚିକିତ୍ସାବିଜ୍ଞାନୀ…

    Leave a Reply

    Your email address will not be published. Required fields are marked *

    You Missed

    Aishwarya Rai, Abhishek Bachchan& Aaradhya’s rare appearance at Mumbai airport goes viral

    ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଝୁଲଣ ପର୍ବ

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

    ଫଳାଫଳକୁ ୨ ମାସ ପୁରିଲା, ନିଯୁକ୍ତି ପତ୍ର ଅପେକ୍ଷାରେ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ

    SUM Ultimate Medicare Hosts Landmark CME on Male Sexual Dysfunction and Male Infertility – AndroXcell 2025

    ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ