ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବନ୍ୟାଜଳ ହ୍ରାସ ପାଇଛି । ହେଲେ ଯନ୍ତ୍ରଣା କମିନି । ଅଧିକାଂଶ ସ୍ଥାନରୁ ପାଣି ଛାଡ଼ିଯାଇଛି । କିନ୍ତୁ ଘରେ ମାଟି, କାଦୁଅ ଜମି ରହିଛି । ଲୋକେ ପାଣି ଘେରରୁ ବାହାରିଛନ୍ତି ସତ, କିନ୍ତୁ ଯାବତୀୟ ଦୁର୍ଦ୍ଦଶାରେ ଘାଣ୍ଟି ହେଉଛନ୍ତି । କେଉଁଠି ପିଇବା ପାଣି ତ ଆଉ କେଉଁଠି ରୋଷେଇ ପାଇଁ ନୟାନ୍ତ ହେଉଛନ୍ତି । ଶହ ଶହ ହେକ୍ଟର ଚାଷଜମି ଉଜୁଡ଼ି ଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବାଲେଶ୍ୱର ଜିଲ୍ଲା । ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକ୍‌ରେ ଅଧିକ କ୍ଷୟକ୍ଷତି ହୋଇଛି । ୧୬ଟି ପଞ୍ଚାୟତର ୪୫ଟି ଗାଁ ପ୍ରଭାବିତ ହୋଇଛି । ଏବେ ବି ୫ହଜାର ୧୪୨ ଜଣ ଲୋକ ଆଶ୍ରୟସ୍ଥଳୀରେ ଅଛନ୍ତି । ୧୬ଟି ସ୍ଥାନରେ ମାଗଣା ରନ୍ଧ୍ୟାଖାଦ୍ୟ ଯୋଗାଇ ଦିଆଯାଉଛି । ୧୭ଟି ଓଡ୍ରାଫ୍‌ ଟିମ୍‌ ଓ ୧୩ଟି ଅଗ୍ନିଶମ ଟିମ୍‌ ବନ୍ୟା ପରବର୍ତ୍ତୀ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି । ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ମନୀଷ ଅଗ୍ରୱାଲ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତିର ତଦାରଖ କରିଛନ୍ତି । ଭଦ୍ରକର ୪ଟି ପଞ୍ଚାୟତର ସବୁ ସ୍କୁଲ ମଙ୍ଗଳବାର ବି ବନ୍ଦ ରହିବ । ଜିଲ୍ଲାର ଅନେକ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି । ଶହ ଶହ ହେକ୍ଟର ଚାଷ ଜମି ଉଜୁଡ଼ି ଯାଇଛି । ଜମିରେ ପଡ଼ିଥିବା ଧାନ ତଳି ନଷ୍ଟ ହେବା ସହ ବାଲି ଚରିଯାଇଛି । ଯାଜପୁର ଓ ଦଶରଥପୁର ବ୍ଲକର ୨୪ଟି ଗାଁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ଘଣ୍ଟା ଭିତରେ ସହାୟତା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ପାଗ ଅନୁକୂଳ ହେଲେ ଆସନ୍ତାକାଲି ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ପ୍ରାୟ ସବୁ ନଦୀରେ ଜଳସ୍ତର କମିଛି । ତେବେ ତଳିଆ ଅଞ୍ଚଳରୁ ପାଣି ଛାଡ଼ିବା ପାଇଁ ସମୟ ଲାଗିବ । ଯେତେଦିନ ପର୍ୟ୍ୟନ୍ତ ଲୋକେ ରିଲିଫ କେନ୍ଦ୍ରରେ ଅଛନ୍ତି, ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ସେହି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

  • Garvita Odia

    Related Posts

    ବାତିଲ ହେଲା ଏହିସବୁ ପରୀକ୍ଷା

    କଟକ: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ରେଭେନ୍ୟୁ ଇନ୍‌ସ୍ପେକ୍ଟର (RI), ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍‌ସ୍ପେକ୍ଟର (ARI), ଅମିନ ଏବଂ ICDS ସୁପରଭାଇଜର ପଦବୀ ପାଇଁ ଆୟୋଜିତ କମ୍ବାଇନ୍‌ଡ ରିକ୍ରୁଟମେଣ୍ଟ ଏକ୍ସାମିନେସନ (CRE) ୨୦୨୪ର ପ୍ରିଲିମିନାରୀ ପରୀକ୍ଷା ବାତିଲ କରିଛି।…

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଭୁବନେଶ୍ୱର : ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ରେ ହେବ ବ୍ୟାଘ୍ର ପ୍ରକଳ୍ପ। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ପକ୍ଷରୁ ମିଳିଲା ଅନୁମତି। ବିଶେଷଜ୍ଞ କମିଟିର ସ୍ଥିତି ଅନୁଧ୍ୟାନ ପରେ ନିଷ୍ପତ୍ତି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ପିସିସିଏଫ୍ ପ୍ରେମ୍‌ କୁମାର ଝା ଏନେଇ ସୂଚନା…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ  ଓଡ଼ିଶା କ୍ୟାଡର ଆଇପିଏସ

    ବାତିଲ ହେଲା ଏହିସବୁ ପରୀକ୍ଷା

    ବାତିଲ ହେଲା ଏହିସବୁ ପରୀକ୍ଷା

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍