ଆଜି ବସିବ CCSର ପ୍ରଥମ ବୈଠକ

ନୂଆଦିଲ୍ଲୀ: ପାକିସ୍ତାନ ସହ ସୀମାରେ ଅସ୍ତ୍ରବିରତି ପରେ, ଆଜି ଅର୍ଥାତ୍ ବୁଧବାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଏବଂ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS) ର ଏକ ବୈଠକ ଅନୁଷ୍ଠିତ ହେବ। କ୍ୟାବିନେଟ ବୈଠକ ସକାଳ ୧୧ଟାରେ ଅନୁଷ୍ଠିତ ହେବ, ତା’ପରେ CCS ବୈଠକ ହେବ। ସୂଚନାଥାଉକି ଯେ, ପହଲଗାମ ଆକ୍ରମଣ ପରେ, CCS ର ଦୁଇଟି ବୈଠକ ହୋଇସାରିଛି। ଆଜି ହେବାକୁ ଥିବା ବୈଠକରେ ‘ଅପରେସନ୍ ସିନ୍ଦୂର’ ପରେ ରଣନୀତି, ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଏବଂ ଅସ୍ତ୍ରବିରତି ପରବର୍ତ୍ତୀ ପରିସ୍ଥିତି ଉପରେ ଆଲୋଚନା ହୋଇପାରେ ବୋଲି ବିଶ୍ୱାସ କରାଯାଉଛି।
କ୍ୟାବିନେଟ ବୈଠକରେ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଯୋଗଦେବେ। ଅନ୍ୟ ପକ୍ଷରେ ସିସିଏସ୍ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଯୋଗଦେବେ। ସୂତ୍ର ଅନୁସାରେ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟର ଉଚ୍ଚ ଅଧିକାରୀଙ୍କ ରିପୋର୍ଟ ଏବଂ ଗୁଇନ୍ଦା ସୂଚନା ଆଧାରରେ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ।

ସୂଚନାଥାଉକି, ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣ ପରେ, CCS ପୂର୍ବରୁ ଦୁଇଥର ବୈଠକ କରିସାରିଛି।

  • Garvita Odia

    Related Posts

    ନୂଆ ଉପ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ

    ଭାରତୀୟ ନିର୍ବାଚନ କମିଶନ ଆସନ୍ତା ୪୮ରୁ ୭୨ ଘଣ୍ଟା ମଧ୍ୟରେ ଉପ ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରିବେ। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଦେଶକୁ ନୂଆ ଉପ ରାଷ୍ଟ୍ରପତି ମିଳିବେ। ଏଥିପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।…

    ୨୯ରୁ ସଂସଦରେ ଅପରେସନ ସିନ୍ଦୂର ବିତର୍କ

    ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ କରିଥିବା ଅପରେସନ ସିନ୍ଦୂରକୁ ନେଇ ସଂସଦରେ ହେବ ବିତର୍କ। ବିରୋଧୀ ଅପରେସନ ସିନ୍ଦୂର ଉପରେ ବିତର୍କ କରିବାକୁ ଦାବି କରି ଆସୁଥିଲେ। ଏବେ ଜୁଲାଇ ୨୯ରୁ ସଂସଦରେ ଏହା ଉପରେ ବିତର୍କ ହେବ। ଲୋକସଭାରେ…

    Leave a Reply

    Your email address will not be published. Required fields are marked *

    You Missed

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କୁ  ଭେଟିଲେ ପ୍ରଭାତୀ ପରିଡ଼ା

    ନାରୀ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ନାରୀ ନ୍ୟାୟ ପାଇଁ  କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ