ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

ଭୁବନେଶ୍ବର: ଖୁବ୍‌ ଶୀଘ୍ର କଲିକତା ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି, ଆମେ ତାଙ୍କ ସହିତ ଆଲୋଚନା କରିବୁ ରାଜ୍ୟକୁ କିଭଳି ଭାବରେ ଠିକ ସମୟରେ ଆଳୁ ଆସିବ ଏବଂ ଲୋକମାନେ ପାଇବେ । ଏହା ଯୋଗାଣ ବିଭାଗର କାମ, ତାଙ୍କ ସହିତ ବସିଲେ ଅସୁବିଧା କଣ ? ଆମେ ଆତ୍ମନିର୍ଭରଶୀଳ ହେବୁ।
ରାଜ୍ୟରେ ୫ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ହେଉଛି। କିନ୍ତୁ ଆବଶ୍ୟକ ହେଉଛି ୧୪ ଲକ୍ଷ ମେଟ୍ରିକ ଟନ ଆଳୁ । ଆମେ ପଶ୍ଚିମବଙ୍ଗ କିମ୍ବା ଉତ୍ତର ପ୍ରଦେଶରୁ ଆଳୁ ଆଣିବୁ । ରାଜନୀତିରେ ରାଗ ରୋଷ କିଛି ନାହିଁ । ମମତା ଏନଡିଏ ରେ ଥିବା ସମୟରେ ଆମେ ତାଙ୍କ ସହିତ ଦୀର୍ଘ ଦିନ ଧରି କାମ କରିଛୁ। ପୁଣି ଏବେ ବସିବାରେ କୌଣସି ଅସୁବିଧା ନାହିଁ । ଦିଦି ଆମ ଉପରେ ରାଗିବେନି । ଠିକ ସମୟରେ ଠିକ ଦରରେ ଦେଲେ ଆଣିବୁ, ନଚେତ ଉତ୍ତର ପ୍ରଦେଶରୁ ଆଳୁ ଆଣିବୁ ବୋଲି ମନ୍ତ୍ରୀ କହିଛନ୍ତି।

  • Related Posts

    ଗୋଟିଏ ବନ୍ୟାର ଦୁର୍ଦ୍ଦଶା ସରିନଥିବା ବେଳେ ପୁଣି ଏକ ବନ୍ୟା

    ଭୁବନେଶ୍ବର: ଗୋଟିଏ ବନ୍ୟାର ଦୁର୍ଦ୍ଦଶା ସରିନଥିବା ବେଳେ ପୁଣି ଏକ ବନ୍ୟା । ପୁଣି ଘରେ ପଶିଛି ବନ୍ୟା ପାଣି। ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଯାଜପୁରର ତଳିଆ ଅଞ୍ଚଳ ଲୋକେ । ବୈତରଣୀ ନଦୀରେ ତୃତୀୟ ଥର ବନ୍ୟା ଆସିଛି ।…

    Continue reading
    ସ୍ତ୍ରୀକୁ ମାରି ପୋଖରୀକୁ ଫିଙ୍ଗିଦେଲା ସ୍ୱାମୀ !

    ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବେଲଦ୍ୱାର ଗାଁରେ ଯୌତୁକ ଜନିତ କଳହକୁ କେନ୍ଦ୍ର କରି ଜଣେ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ହାତ ବାନ୍ଧି ପୋଖରୀକୁ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ