ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ

ଭୁବନେଶ୍ୱର: ବିଏମସି ଅରିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ କାର୍ୟ୍ୟବନ୍ଦ ରଖିଥିବା ଓଏଏସ(ଓଡ଼ିଶା ପ୍ରଶାସନିକ ସେବା) ସଂଘ ଗୁରୁବାର ଆନ୍ଦୋଳନରୁ ଓହରିଛି। ଗୁରୁବାର ରାତିରେ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଉଥିବା ଅଭିଯୁକ୍ତ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ପୁଲିସ ଗିରଫ କରିବା ପରେ ସଂଘ ଆନ୍ଦୋଳନରୁ ହଟିଥିବା ସୂଚନା ଦିଆଯାଇଛି।
ଓଏଏସ ସଂଘକୁ ଓଆରଏସ (ଓଡ଼ିଶା ରାଜସ୍ଵ ସେବା) ସଂଘ ପକ୍ଷରୁ ମଧ୍ୟ ସମର୍ଥନ କରି କାର୍ୟ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲାରେ ପ୍ରଶାସନିକ ଅଧିକାରୀମାନେ କାର୍ୟ୍ୟରେ ଯୋଗ ନ ଦେବା ଫଳରେ ସରକାରୀ ତଥା ଜନସାଧାରଣଙ୍କ କାର୍ୟ୍ୟ ବହୁମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା। ଜଗାଙ୍କୁ ଗିରଫ କରିବାକୁ ସଂଘ ଦାବି ରଖି ଆନ୍ଦୋଳନ ଚଳାଇଥିଲା। ଜଗା ଗିରଫ ହେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛି ସଂଘ।

  • Related Posts

    ନାଟର ଗୋବର୍ଦ୍ଧନ ଅପରାଜିତା

    ବେଗୁନିଆ : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା । ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବିଜୁଳି ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭିତରେ ତିକ୍ତତା ଆଉ କେଇପାଦ ଆଗକୁ ଯାଇଛି । ପୂର୍ବରୁ ରାଜନୀତିକ ବିରୋଧ…

    ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

    ଭୁବନେଶ୍ବର : ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ୧୦ ବିଭାଗର ଗ୍ରୁପ୍‌ ସିର ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୩୧…

    Leave a Reply

    Your email address will not be published. Required fields are marked *

    You Missed

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26

    ନାଟର ଗୋବର୍ଦ୍ଧନ ଅପରାଜିତା

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”