ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ଭବାନୀପାଟଣା: ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ ନମ୍ୱର ଜାତୀୟ ରାଜପଥର ବନମାଳୀପୁର ନିକଟରୁ ଜବତ ହୋଇଛି ଜଣେ ପୁଲିସ ଏଏସଆଇଙ୍କ ମୃତଦେହ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏଏସଆଇ ପବିତ୍ର ଗୋଲାପିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ନିକଟରେ ଦରପୋଡ଼ା ବାଇକ ମଧ୍ୟ ପଡ଼ି ରହିଛି। କେଗାଁ ଥାନା ଏଏସଆଇ ପବିତ୍ର କିଛିଦିନ ହେବ ଭବାନୀପାଟଣା ରିଜର୍ଭ ପୁଲିସରେ କାର୍ୟ୍ୟରତ ଥିଲେ।ଗାଡ଼ିଟି ଷ୍ଟାଣ୍ଡ ଦ୍ଵାରା ଛିଡ଼ା ହୋଇଥିବା ଅବସ୍ଥାରେ ପୋଡ଼ିଥିବା ଏବଂ କିଛି ଦୂରରେ ପବିତ୍ରଙ୍କ ଦରପୋଡ଼ା ମୃତଦେହ ପଡ଼ିଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ପବିତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ପବିତ୍ରଙ୍କୁ ହତ୍ୟା ପରେ ପୋଡ଼ି ଦିଆଯାଇଥିବା କୁହାଯାଉଛି। ମୃତ୍ୟୁ ଦୁର୍ଘଟଣା ଜନିତ ହୋଇଥିଲେ ବାଇକ୍‌ କିପରି ଷ୍ଟାଣ୍ଡ ଦ୍ଵାରା ଛିଡ଼ା ହୋଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୁନାଗଡ଼ ପୁଲିସ ସମେତ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏହା ହତ୍ୟା କି ଅନ୍ୟ କିଛି ତାହା ଜଣାପଡ଼ିାହିଁ। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।

  • Garvita Odia

    Related Posts

    ଉଦିତ ପ୍ରଧାନ ଗିରଫ ଘଟଣା: କଂଗ୍ରେସ କମିଟି ଗଠନ

    ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ହେବା ଘଟଣାରେ କଂଗ୍ରେସ କମିଟି ଗଠନ କରାଯାଇଛି । ଘଟଣାର ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସସ୍ମିତା ବେହେରାଙ୍କ ନେତୃତ୍ୱରେ ୬ ଜଣିଆ କମିଟି…

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    କୋକସରା: କଳାହାଣ୍ଡି ଜିଲା କୋକସରା ବ୍ଳକ ଆମପାଣି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଆମପାଣି ଥାନା ଅଞ୍ଚଳର ଜଣେ…

    Leave a Reply

    Your email address will not be published. Required fields are marked *

    You Missed

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଉଦିତ ପ୍ରଧାନ ଗିରଫ ଘଟଣା: କଂଗ୍ରେସ କମିଟି ଗଠନ

    ଉଦିତ ପ୍ରଧାନ ଗିରଫ  ଘଟଣା: କଂଗ୍ରେସ କମିଟି ଗଠନ

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର