କ୍ଷୋଭ ପ୍ରକାଶ କଲେ ନବୀନ, କାହିଁକି ଜାଣନ୍ତୁ

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ନେଇ ଆସିଥିବା ଅଭାବନୀୟ ଘଟଣା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ନବୀନ କହିଛନ୍ତି, ଯାଜପୁରରେ ବଳାତ୍କାର, ଜଗତ୍‌ସିଂହପୁର, ମାଲକାନଗିରିରେ ଗଣବଳାତ୍କାର ଓ ପୁରୀରେ ଯୌନ ନିର୍ୟାତନା ତାଙ୍କୁ ମର୍ମାହତ କରିଛି। ରାଜ୍ୟରେ ମହିଳାଙ୍କ ବିରୋଧରେ ପ୍ରତିଦିନ ଯେଉଁଭଲି ଭାବେ ହିଂସା ବଢିଚାଲିଛି ତାହା ବିଚଳିତ କରିଲାଣି। ନବୀନ ତାଙ୍କ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ମହିଳାଙ୍କ ପାଇଁ ଉଭୟ ସହର ଓ ଗାଁର ରାସ୍ତା ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଲାଣି। ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବିରୋଧରେ ହିଂସା କରାଯାଉଛି। ଜଣେ ଯୁବ ଛାତ୍ରୀ ଯେତେବେଳେ ସ୍କୁଲ, କଲେଜ ଏବଂ ଟ୍ୟୁଶନରୁ ଘରକୁ ଫେରୁଛି ସେ ସୁରକ୍ଷିତ ମନେକରୁନାହିଁ। ଏମାନେ ପ୍ରତିଦିନ ବିପଦର ସାମ୍ନା କରୁଛନ୍ତି। ରାଜ୍ୟରେ ଆଇନକାନୁନ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇପଡ଼ିଛି। ଯୌନ ନିର୍ୟାତନା ମାମଲା ବଢ଼ିଚାଲିଛି। ଆମେରିକା ସରକାର ଗତ ମାସରେ ଲେଭେଲ-୨ ପରାମର୍ଶ ଜାରି କରିଥିଲେ। ସେଥିରେ ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟର ନାମ ନେଇଥିଲେ। ଏହିସବୁ ରାଜ୍ୟକୁ ଯାଉଥିଲେ ସ୍ବତନ୍ତ୍ର ଅନୁମୋଦନ ନେବାକୁ ନିଜର କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଗତ ୧୭ ତାରିଖରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ, ସା ସାଢେ ୫ଟା ପରେ କୌଣସି ମହିଳା କର୍ମଚାରୀ କାର୍ୟ୍ୟସ୍ଥଳରେ ରହିବେ ନାହିଁ। ଏହାକୁ ଜନସାଧାରଣରେ ତୀବ୍ର ବିରୋଧ କରାଯିବା ପରେ ପ୍ରଶାସନ ପୁଣି ନିଷ୍ପତ୍ତି ବଦଳାଇଲା। ପୋଲିସ ପକ୍ଷରୁ ତ୍ୱରିତ କାର୍ୟ୍ୟାନୁଷ୍ଠାନ ଏବଂ ରାଜନୈତିକ ଇଚ୍ଛାଶକ୍ତି ବିନା ଏହି ସମସ୍ୟା କେବଳ ବୃଦ୍ଧି ପାଇବ। ରାଜନୈତିକ ନେତୃତ୍ୱକୁ ଏହା ହୃଦୟଙ୍ଗମ କରିବାକୁ ପଡ଼ିବ, ପୋଲିସ ଷ୍ଟେଶନରେ ସ୍ଥାନୀୟ ଦଳୀୟ ନେତାଙ୍କ ହସ୍ତକ୍ଷେପକୁ ଅନୁମତି ଦେବା ଦ୍ୱାରା ରାଜ୍ୟ ସାରା ହିଂସା ବିଶେଷକରି ଲିଙ୍ଗଭିତ୍ତିକ ହିଂସା ସାଧାରଣରେ ପରିଣତ ହେବ। ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନକରି ତୁରନ୍ତ କାର୍ୟ୍ୟ କରିବା ଉଚିତ। ବିଜେଡି ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ଜାରି ରଖିବ ବୋଲି ନବୀନ ଉଲ୍ଲେଖ କରିଛନ୍ତି।

  • Garvita Odia

    Related Posts

    ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ/ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଭେଟିଛନ୍ତି। ଶ୍ରୀମତୀ ପରିଡ଼ା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ଡାକ୍ତରୀ ଟିମ୍‌ ଓ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ…

    ନାରୀ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ଭୁବନେଶ୍ୱର: ନାରୀ ନ୍ୟାୟ ପାଇଁ ଲଢ଼ିବ ‘ନାରୀ ନ୍ୟାୟ ବାହିନୀ’ ଆପ୍। ବାରମ୍ବାର ନାରୀ ଅତ୍ୟାଚାର ଉପରେ ଲାଗିବ ରୋକ୍ । ନାରୀଙ୍କୁ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ। ନାରୀ ନ୍ୟାୟ ସ୍ୱତଃ ଓଡ଼ିଶାରେ ଜାଗି…

    Leave a Reply

    Your email address will not be published. Required fields are marked *

    You Missed

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କୁ  ଭେଟିଲେ ପ୍ରଭାତୀ ପରିଡ଼ା

    ନାରୀ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ନାରୀ ନ୍ୟାୟ ପାଇଁ  କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ