ଚାଷୀଙ୍କ ବୀମା ରାଶି ୬୯ ହଜାର ୫୧୫ କୋଟି ଟଙ୍କାକୁ ବୃଦ୍ଧି ନିଷ୍ପତ୍ତି

ନୂଆଦିଲ୍ଲୀ: ବଢିଲା ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ସହାୟତା ରାଶି। ୨୦୨୫ର ପ୍ରଥମ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଚାଷୀଙ୍କ ବୀମା ରାଶି ୬୯ ହଜାର ୫୧୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୦୨୫ର ପ୍ରଥମ କ୍ୟାବିନେଟ ବୈଠକ ପରେ, ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଏହି ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଚାଷୀଙ୍କ ସହ ଜଡ଼ିତ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ ପାଇଁ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଫସଲ ବୀମା ଯୋଜନାର ପରିସରକୁ ବ୍ୟାପକ କରିଛନ୍ତି ସରକାର। ଏଥିରେ ଆଉ ୪ କୋଟି କୃଷକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଫସଲ ନଷ୍ଟ ସମୟରେ ଆହୁରି ଅଧିକ କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିବ।ସେହିଭଳି ଡିଏପି ସାର ଉପରେ ୩,୮୫୦ କୋଟି ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ କୃଷକମାନଙ୍କୁ ପୂର୍ବଭଳି ୧,୩୫୦ ଟଙ୍କାରେ ୫୦ କିଲୋଗ୍ରାମର ଡିଏପି ସାର ବସ୍ତା ମିଳିବ। ଆନ୍ତର୍ଜାତୀୟ ବଜାରରେ ଡିଏପି ସାର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଦେଶର କୃଷକଙ୍କୁ ଶସ୍ତାରେ ସାର ଯୋଗାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନିଗୁଡିକ ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛନ୍ତି। ସବସିଡି ବ୍ୟତୀତ ସରକାର କମ୍ପାନିଗୁଡ଼ିକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ।

  • Related Posts

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ଢାକା ବାଂଲାଦେଶରେ ଶେଖ ହାସିନାଙ୍କ ଶାସନର ପତନର ଗୋଟିଏ ବର୍ଷ ପୂରଣ ଅଗଷ୍ଟ ୮ରେ ହେବାକୁ ଯାଉଛି। ଏହି ଅବସରରେ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଦେଶକୁ ସମ୍ବୋଧିତ କରିଛନ୍ତି। ନିଜ ଅଭିଭାଷଣରେ, ସେ ଘୋଷଣା କରିଛନ୍ତି ଯେ, ଦେଶର…

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଉତ୍ତରକାଶୀ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବାଦଲଫଟା ବର୍ଷାରେ ଉତ୍ତରକାଶୀର ଧରାଲି ଗାଁ ସମ୍ପୂର୍ଣ୍ଣ ଭାସିଯାଇଛି । କ୍ଷୀର ଗଙ୍ଗା ନଦୀର ଉପର ଭାଗରେ ବାଦଲଫଟା ବର୍ଷା ପରେ ପାହାଡରୁ ମାଟି…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍