୧୫ ହଜାର ଲାଞ୍ଚ ନେବାବେଳେ ଶିକ୍ଷା ବିଭାଗ କିରାଣିଙ୍କୁ ଧରିଛି ଭିଜିଲାନସ୍

ସେମିଳିଗୁଡ଼ା/କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ରମେଶ ବେହେରା ନାମକ ଜଣେ ଶିକ୍ଷକଙ୍କ ୨୦୧୯ରେ ମୃତ୍ୟୁ ଘଟିଥିଲା। ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି ସନ୍ଦୀପ କୁମାର ତ୍ରିପାଠୀ ଆରଏସିପି, ଏମଏସିପି, ବର୍ଦ୍ଧିତ ଦରମା ଓ ବକେୟା ପ୍ରାପ୍ୟ କରାଇଦେବା ପାଇଁ ମୃତ ଶିକ୍ଷକଙ୍କ ସ୍ତ୍ରୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏ ନେଇ ମୃତ ଶିକ୍ଷକଙ୍କ ପୁଅ ସନ୍ଦୀପ ବେହେରା ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ। କିରାଣି ଶ୍ରୀ ତ୍ରିପାଠୀ ସେମିଳିଗୁଡା ଠାରେ ରହୁଥିବା ବେଳେ ସେମିଳିଗୁଡାରେ ଆଣି ଦେବା ପାଇଁ କହିଥିଲେ। ସେମିଳିଗୁଡା-ନନ୍ଦପୁର ରାସ୍ତାର ଏକ ଚା’ ଦୋକାନ ନିକଟରେ ସଂଧ୍ୟା ପ୍ରାୟ ୭ ଘଣ୍ଟିକା ସମୟରେ ୧୫ ହଜାର ଟଙ୍କା ଲାଞ୍ଚ ଟଙ୍କା ନେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନସ୍‌ର ଟିମ୍ ଉକ୍ତ ଟଙ୍କାକୁ ଜବତ କରିବା ସହ କିରାଣି ଶ୍ରୀ ତ୍ରିପାଠୀଙ୍କୁ କାବୁ କରିଥିଲେ। ପରେ ଭିଜିଲାନସ୍ ଟିମ୍ କିରାଣି ଶ୍ରୀ ତ୍ରିପାଠୀ ରହୁଥିବା ଭଡ଼ାଘରରେ ଯାଇ ଚଢ଼ାଉ କରି ତଦନ୍ତ କରିଥିଲେ। ଏନେଇ ଜୟପୁର ଭିଜିଲାନସ୍ ବିଭାଗ ପକ୍ଷରୁ କେସ ନଂ ୨୬/୨୬ରେ ମାମଲା ରୁଜୁ କରିବା ସହ ତଦନ୍ତ ଚାଲି ରହିଛି। କିରାଣି ଶ୍ରୀ ତ୍ରିପାଠୀଙ୍କୁ ଅଧିକ ତଦନ୍ତ ପାଇଁ ଜୟପୁରସ୍ଥିତି ଭିଜିଲାନସ୍ ମୁଖ୍ୟାଳୟକୁ ନେଇଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ଭିଜିଲାନସ୍ ଡିଏସପି ଅଭୟ ପ୍ରଧାନ, ଏସଏନ ପାଣି, ଇନସପେକ୍ଟର ସଞ୍ଜୟ ପ୍ରଧାନ, ସନ୍ତୋଷୀ ବାରିକ ଓ ଷ୍ଟାଫ ଭାଗ ନେଇଥିଲେ

  • Related Posts

    କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା; OHRCଙ୍କୁ ଭେଟିଲା ବିଜେଡି

    ଭୁବନେଶ୍ୱର: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆଜି ରାଜ୍ୟ…

    Continue reading
    ପୁରୀରେ କୁଖ୍ୟାତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର

    ପୁରୀ : ସମ୍ବଲପୁର ଓ ବ୍ରହ୍ମପୁର ପରେ ଆକ୍ସନ ମୋଡରେ ପୁରୀ ପୁଲିସ। ପୁରୀର ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର ହୋଇଛି। ବାସେଳିସାହି ଥାନା ଓଁକାରେଶ୍ବର ନିକଟରେ ପୁରୀ ପୋଲିସ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ