
ଜମ୍ମୁ କାଶ୍ମୀରରେ ଉଦ୍ଘାଟିତ ହୋଇଛି ଚେନାବ୍ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରଙ୍ଗା ପତାକା ଉଡ଼ାଇ ଏହାକୁ ଲୋକାର୍ପଣ କରିଛନ୍ତି । ଏହି ଅତ୍ୟାଧୁନିକ ସେତୁ ପାଇଁ ଖର୍ଚ୍ଚ ହୋଇଛି ୧୫ ଶହ କୋଟି ଟଙ୍କା । ଚେନାବ୍ ହେଉଛି ବିଶ୍ବର ସର୍ବୋଚ୍ଚ ସେତୁ । ଏହାର ଉଚ୍ଚତା ୩୫୯ ମିଟର ଏବଂ ଦୈର୍ଘ୍ୟ ୧୩ ଶହ ୧୫ ମିଟର। ଏହି ସେତୁ ଦ୍ବାରା ଜାମ୍ମୁ ଓ ଶ୍ରୀନଗର ମଧ୍ୟରେ ଯୋଗାଯୋଗ ଦୃଢ଼ ହେବ । ଆଗରୁ ଜମ୍ମୁ ପର୍ଯ୍ୟନ୍ତ ଥିଲା ରେଳ ସୁବିଧା । ରାଜଧାନୀ ଶ୍ରୀନଗର ଯାଏଁ ଚଳାଚଳ ନଥିଲା । କିନ୍ତୁ ଚେନାବ୍ ସେତୁ ଲୋକାର୍ପିତ ପରେ ଏବେ ରେଳ ଚଳାଚଳ ସୁଗମ ହୋଇପାରିବ ।
ଏହି ବ୍ରିଜ୍ ଜମ୍ମୁ କାଶ୍ମୀରର କଟ୍ରା ଓ ରଆସି ଜିଲ୍ଲାକୁ ସଂଯୋଗ କରିବ । ଏଥିସହ ଦୁଇଟି ବନ୍ଦେ ଭାରତ ଟ୍ରେନର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ବାରା ଶ୍ରୀନଗରରକୁ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଗଡ଼ିଛି । ଫଳରେ ମାତ୍ର ୩ ଘଣ୍ଟା ମଧ୍ୟରେ କଟ୍ରାରୁ ଶ୍ରୀନଗର ଯାତ୍ରା ସମ୍ଭବ ହୋଇପାରିଛି । ଜମ୍ମୁ କାଶ୍ମୀରକୁ ୪୪ ହଜାର କୋଟିର ରେଳ ପ୍ରକଳ୍ପର ଭେଟି ଦେଇଛନ୍ତି ମୋଦୀ ।