
ବାଲେଶ୍ୱର: ଅନିୟମିତ କାର୍ୟ୍ୟ କରି ନିଲମ୍ୱିତ ହେଲେ ୫ ଜଣ କନେଷ୍ଟବଳ । ବାଲେଶ୍ୱର ଏସପି ନିୟମ ଭାଙ୍ଗିଥିବା କନଷ୍ଟେବଳଙ୍କ ବିରୋଧରେ ଆକ୍ସନ ନେଇଛନ୍ତି । ନିଲମ୍ୱିତ ୫ କନଷ୍ଟେବଳ ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟରେ କାର୍ୟ୍ୟରତ ଥିଲେ । ନିଲମ୍ୱିତ କନେଷ୍ଟବଳମାନେ ହେଲେ-ହେମନ୍ତ ବାରିକ, ସିଦ୍ଧେଶ୍ୱର ଗୋଚ୍ଛାୟତ, ଦେବ ମାଝୀ, ସୁଧାଂଶୁ ଜେନା, ରାମଚନ୍ଦ୍ର ତପସ୍ୱୀ ।
ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟରେ କାର୍ୟ୍ୟରତ କନେଷ୍ଟବଳ ଅନିୟମିତ କାର୍ୟ୍ୟରେ ଲିପ୍ତ ଥିବା କଥା ଏସପିଙ୍କ ସାମନାକୁ ଆସିଥିଲା । ନିଲମ୍ବିତ କନେଷ୍ଟବଳମାନେ ସେଠାରେ ଭୋଜିଭାତ କରିବା ସହ ନିଶା ସେବନ କରୁଥିବା ଅଭିଯୋଗ ହୋଇଥିଲା । ଯେଉଁଥି ପାଇଁ ବାଲେଶ୍ୱର ଏସପି ସେମାନଙ୍କୁ ସସପେଣ୍ଡ କରିବା ସହ ଜଣେ ଡିଏସପିଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦେଇଛନ୍ତି ।








