ଜାରି ହେଲା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ: ଜାରି ହେଲା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ବିଜ୍ଞପ୍ତି । ଆସନ୍ତା ସେପ୍ଟେମ୍ବର 9 ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି(ଗୁରୁବାର)ଠାରୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ନାମାଙ୍କନ ଭରିବାର ଶେଷ ତାରିଖ ଅଗଷ୍ଟ 21 ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଆବଶ୍ୟକୀୟ ନଥିପତ୍ରର ଯାଞ୍ଚ ଅଗଷ୍ଟ 22 ତାରିଖରେ କରାଯିବ । ଅଗଷ୍ଟ 25 ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ।
ଗତ ଜୁଲାଇ 21 ତାରିଖରୁ ଭାରତୀୟ ଉପରାଷ୍ଟ୍ରପତି ପଦ ଖାଲି ରହିଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଅଚାନକ ଇସ୍ତଫା ଦେଇଥିଲେ । 2027 ମସିହା ଅଗଷ୍ଟ ମାସରେ ପୂର୍ବତନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥାନ୍ତା ।ଉପରାଷ୍ଟ୍ରପତିଙ୍କ ପଦ ପୂରଣ ପାଇଁ ହେବାକୁ ଥିବା ଏହି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କ୍ଷେତ୍ରରେ, ନିର୍ବାଚିତ ନୂତନ ଉପରାଷ୍ଟ୍ରପତିଙ୍କୁ ପୂର୍ଣ୍ଣ ପାଞ୍ଚ ବର୍ଷର କାର୍ଯ୍ୟକାଳ ମିଳିବ । ଭାରତୀୟ ସମ୍ବିଧାନ ଧାରା 67 ଅନୁଯାୟୀ, ଉପରାଷ୍ଟ୍ରପତି ନିଜ ପଦବୀ ଅଳଂକୃତ କରି କାର୍ଯ୍ୟାଳୟରେ ଯୋଗ ଦେବା ପରେ ତାଙ୍କର କାର୍ଯ୍ୟକାଳ 5ବର୍ଷର ହୋଇଥାଏ । ଏହା ସହିତ ଭାରତୀୟ ସମ୍ବିଧାନର ଧାରା 68(2) ଅନଯାୟୀ ଉପରାଷ୍ଟ୍ରପତିଙ୍କ ଇସ୍ତଫା, ମୃତ୍ୟୁ କିମ୍ବା ପଦବୀରୁ ଅପସାରଣ ଆଦି କାରଣ ପାଇଁ ଯଦି ପଦବୀ ଖାଲି ହୁଏ, ତେବେ ତୁରନ୍ତ ନିର୍ବାଚନ କରିବା ପାଇଁ ଉଲ୍ଲେଖ ରହିଛି । ଏହି ନିର୍ବାଚନରେ ମନୋନୀତ ପ୍ରାର୍ଥୀ ଉପରାଷ୍ଟ୍ରପତିଙ୍କ ପଦବୀ ହାସଲ କରିଥାନ୍ତି ଓ ତାଙ୍କର କାର୍ଯ୍ୟକାଳ 5 ବର୍ଷ ହୋଇଥାଏ ।ସମ୍ବିଧାନ ଧାରା 66 ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କେଉଁ କେଉଁ ସଦସ୍ୟମାନେ ନିଜ ମତ ଦାନ କରିପାରିବେ ତାହା ଉଲ୍ଲେଖ ରହିଛି । ଏହି ମତଦାନ ପାଇଁ ଗଠିତ ଇଲେକ୍ଟୋରାଲ କଲେଜରେ ସଂସଦର ଉଭୟ ସଦନର ସଦସ୍ୟ ଏକକ ସ୍ଥାନାନ୍ତରଯୋଗ୍ୟ ଭୋଟ୍ ମାଧ୍ୟମରେ ଅଂଶଗ୍ରହଣ କରିଥାନ୍ତି ।

  • Related Posts

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ନୂଆଦିଲ୍ଲୀ: ଟାରିଫରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନରେନ୍ଦ୍ର ମୋଦି ବଡ଼ ଝଟକା ଦେଇଛନ୍ତି। ଆମେରିକା ସହ ଭାରତ ୩୧,୫୦୦ କୋଟି ଟଙ୍କାର ବୋଇଂ ଡିଲ ରଦ୍ଦ କରିଦେଇଛି। ଭାରତ ଏହି ନିଷ୍ପତ୍ତି ସେତେବେଳେ ନେଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ…

    ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ୟ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ : ଧର୍ମେନ୍ଦ୍ର

    ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପିନ୍ଧି ସଂସଦ କାର୍ୟ୍ୟରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ସାଂସଦମାନଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ସ: ପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ

    ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ସ: ପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

    ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ