ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ସ: ପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ

ଭୁବନେଶ୍ଵର : ମାଧୁରୀ ଦୀକ୍ଷିତ ହେଲେ ଓଡିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର। ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରାଜଧାନୀ ଭୁବନେଶ୍ଵରସ୍ଥିତ ଜନତା ମୈଦାନରେ ଆୟୋଜିତ ସ୍ଵତନ୍ତ୍ର କାର୍ୟ୍ୟକ୍ରମରେ ଯୋଗ ଦେଇ ଏକ୍‌ତାର ଶୁଭାରମ୍ଭ କରିଛନ୍ତି ମାଧୁରୀ। ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଓଡିଶା ହସ୍ତତନ୍ତର ପ୍ରଚାର ପ୍ରସାର କରିବେ। ଆସନ୍ତା ବର୍ଷେ ପର୍ୟ୍ୟନ୍ତ ସେ ବ୍ରାଣ୍ଡ ଆମ୍ବାସଡର୍‌ ଦାୟିତ୍ଵ ତୁଲାଇବେ । ତେବେ ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। କହିଛନ୍ତି ସପ୍ତାହର ଗୋଟିଏ ଦିନ ଓଡିଶାର ହସ୍ତତନ୍ତ ପରିଧାନ କରିବା। ଅଧିକରୁ ଅଧିକ ସ୍ଵଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁ। ଓଡିଶାର ୬ଟି ସ୍ଥାନରେ ଟେକ୍ସଟାଇଲ୍ ପାର୍କ ହେବ। ହସ୍ତତନ୍ତ କେବଳ ଆର୍ଥିକ ମେରୁଦଣ୍ଡ ନୁହେଁ , ଏହା ଆମର ଗର୍ବ। ୩୦ ଟି ଜିଲ୍ଲାରେ ୩୦ ହଜାର ବୁଣାକାର ଶ୍ରମିକ ସହାୟକ ନିଯୁକ୍ତ ହୋଇଛନ୍ତି। ବୁଣାକାରଙ୍କ ସାମାଜିକ , ଆର୍ଥିକ ବିକାଶ ପାଇଁ ଆମେ ଚେଷ୍ଟା କରୁଛୁ। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରମୂଖ ଉପସ୍ଥିତ ଥିଲେ। ଏହି ମେଳା ଆସନ୍ତା ୧୩ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ବାହାର ରାଜ୍ୟରୁ ବହୁ ବୁଣାକାରମାନେ ଆସି ଏହି ମେଳାରେ ଷ୍ଟଲ ଖୋଲିଛନ୍ତି।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ