ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ: ନୀତି ଆୟୋଗ ବୈଠକରେ ଯୋଗଦେବେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଶନିବାର ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ସେ ବୈଠକରେ ଦାବି ଉପସ୍ଥାପନ କରିବେ । ୨୫ ତାରିଖରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦାନ କରିବେ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଓଡ଼ିଶା ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିବା ସହ ଗତ ବର୍ଷକ ମଧ୍ୟରେ ସରକାର କରିଥିବା କାର୍ୟ୍ୟକ୍ରମର ଏକ ରିପୋର୍ଟ କାର୍ଡ ପ୍ରଦାନ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଓଡ଼ିଶାର ବହୁ ପୁରୁଣା ଦାବି ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି । ଓଡ଼ିଶାରେ ବନ୍ଦର ବିକାଶ, ଗଞ୍ଜାମରେ ୪୩ ହଜାର ଏକର ଲୁଣଚାଷ ଜମିକୁ ରାଜ୍ୟକୁ ହସ୍ତାନ୍ତର, ବନ୍ୟା ଓ ବାତ୍ୟା ଦ୍ୱାରା ରାଜ୍ୟ ପ୍ରଭାବିତ ହେଉଥିବାରୁ ବିପର୍ୟ୍ୟୟ ନିରୋଧକ ଭିତ୍ତିଭୂମି ନିର୍ମାଣ ପାଇଁ ପର୍ୟ୍ୟାପ୍ତ ପାଣ୍ଠି ସହ ସବୁଜ ଅର୍ଥନୀତି ପାଇଁ ରାଜ୍ୟକୁ କେନ୍ଦ୍ରର ସହଯୋଗ ଉପରେ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବେ । ଏହାଛଡ଼ା ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାୱାର ସହ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବାକୁ ମଧ୍ୟ ସେ ଦାବି ରଖିବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ୨୬ରେ ଭୁବନେଶ୍ୱର ଫେରିବେ ।

  • Garvita Odia

    Related Posts

    ଶିଳ୍ପ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ନୂଆ ମାଇଲ ଖୁଣ୍ଟ ହାସଲ କରିବ :ମୁଖ୍ୟମନ୍ତ୍ରୀ

    ବ୍ରହ୍ମପୁର: ଶିଳ୍ପ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ନୂଆ ମାଇଲ ଖୁଣ୍ଟ ହାସଲ କରିବ । ଶିଳ୍ପ ପ୍ରତିଷ୍ଠାରେ ଏହି ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରି ଓଡ଼ିଶାର ଶିଳ୍ପ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ପାଇବ । ଛାତ୍ରପୁରରେ ୧୨ଟି ଶିଳ୍ପ ପ୍ରକଳ୍ପର…

    ସୁସ୍ଥ ଓ ସ୍ବଚ୍ଛ ପରିବେଶ ବଜାୟ ରଖିବା ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

    ଭୁବନେଶ୍ୱର: ଆଜି ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ…

    Leave a Reply

    Your email address will not be published. Required fields are marked *

    You Missed

    ଚେନାବ୍ ରେଳସେତୁ ଲୋକାର୍ପିତ

    ଚେନାବ୍ ରେଳସେତୁ ଲୋକାର୍ପିତ

    ଅବସର ନେଲେ ପୀୟୂଷ

    ଅବସର ନେଲେ ପୀୟୂଷ

    ଡେପୁଟି କଲେକ୍ଟର ନିଲମ୍ବିତ

    ଡେପୁଟି କଲେକ୍ଟର ନିଲମ୍ବିତ

    ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ ଏବଂ ୱାପକୋସ୍ ଲିମିଟେଡ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ।

    ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ ଏବଂ ୱାପକୋସ୍ ଲିମିଟେଡ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ।