ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପି. ଗୋପୀଚାନ୍ଦ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଶିଷ୍ଟ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପି. ଗୋପୀଚାନ୍ଦ। ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ଉଦଘାଟନ ଅବସରରେ ଭୁବନେଶ୍ଵର ଆସିଥିବା ବେଳେ ନବୀନଙ୍କୁ ଗୋପୀଚାନ୍ଦ ଭେଟିଛନ୍ତି ଓ କୃତଜ୍ଞତା ଜଣାଇଛନ୍ତି। ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ହିଁ ଭୁବନେଶ୍ଵରରରେ ବ୍ୟାଡମିଣ୍ଟନ ହାଇପରଫର୍ମାନସ ସେଣ୍ଟର ପ୍ରତିଷ୍ଠା ହୋଇଛି। ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ଏହା ଥିବା ବିଜେଡି ସରକାରର ଅନ୍ୟତମ ଅବଦାନ।
ଏହି କଥା ମନେ ପକାଇ ବିଜେଡି କହିଛି ଯେ, କଳିଙ୍ଗ ଷ୍ଟାଡିୟମ ପରିସରରେ ଯେଉଁ ସଟଲ୍ ଆକୃତିର ହାଇପରଫର୍ମାନ୍ସ ସେଣ୍ଟର ଝଲମଲ୍ କରୁଛି, ନବୀନ ପଟ୍ଟନାୟକଙ୍କ ଯୋଗୁଁ ତାହା ସମ୍ଭବ ହୋଇଛି। ଏହାର ନିର୍ମାଣ ପାଇଁ ୨୦୧୮ ରେ ଚୁକ୍ତି ସ୍ଵାକ୍ଷର ହୋଇଥିଲା। ୨୦୧୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଣ୍ଟରର ପରିଚାଳନା ଓ କୋଚିଂ ଦାୟିତ୍ଵ ଗୋପୀଚାନ୍ଦ ନେବେ ବୋଲି ସ୍ଥିର ହୋଇଥିଲା।
ଏହି ହାଇପରଫର୍ମାନ୍ସ ସେଣ୍ଟରରେ ୮ ଟି ଆନ୍ତର୍ଜାତିକ ମାନର ବ୍ୟାଡମିଣ୍ଟନ କୋର୍ଟ । ୫୦୦ ଦର୍ଶକ ବସିବା କ୍ଷମତା ସହ କ୍ୟାଫେଟେରିଆ, ଜିମ୍ ଓ ରେଷ୍ଟ ରୁମ୍ ରହିଛି । ନବୀନ ସରକାର ଏଥିପାଇଁ ୩ ଏକର ଜମି ଓ ୫୫ କୋଟି ଟଙ୍କା ପ୍ରଦାନ କରିଥିଲେ। ନବୀନ ପଟ୍ଟନାୟକଙ୍କ ଅନୁରୋଧରେ ଗୋପୀଚାନ୍ଦ ନିଜେ ଏହି ହାଇପରଫର୍ମାନ୍ସ ସେଣ୍ଟରର ବୈଷୟିକ ନିର୍ମାଣର ତଦାରଖ କରୁଥିଲେ। ୨୦୨୪ ପ୍ରଥମାର୍ଦ୍ଧରେ ଏହାର ନିର୍ମାଣ କାମ ଶେଷ ହୋଇଥିଲା। ଏଠାରେ ଉଦୀୟମାନ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଟ୍ରେନିଂ ଦିଆଯିବ। ଗୋପୀଚାନ୍ଦ ଏହାର ପ୍ରତ୍ୟକ୍ଷ ଭାବେ ତତ୍ତ୍ଵବଧାନ କରିବେ।

  • Related Posts

    ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

    ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗାର ୧୫ ବର୍ଷୀୟ ଝିଅ ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ରାଜ୍ୟର ରାଜନୈତକ ମହଲରେ ଚାପା ଉତ୍ତେଜନା ଦେଖାଯାଇଛି। ରାଜଧାନୀ ଭୁବନେଶ୍ବରରୁ ବଳଙ୍ଗା ପର୍ୟ୍ୟନ୍ତ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଏହାରି ମଧ୍ୟରେ ପୀଡ଼ିତାଙ୍କ ବାପା…

    ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

    ଭୁବନେଶ୍ବର: ଏଣିକି ପିଏମ୍‌ ପୋଷଣ ସ୍କିମ୍‌ରେ ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା, ସେହିଦିନ ଫଳ ଯୋଗାଇବାକୁ ନିର୍ଦ୍ଦେଶ । ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଅଣ୍ଡା ଖାଉ…

    Leave a Reply

    Your email address will not be published. Required fields are marked *

    You Missed

    ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

    ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

    ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଭକ୍ତ

    ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ   : ଭକ୍ତ

    ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

    ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

    ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ଉପମୁଖ୍ୟମନ୍ତ୍ରୀଙ୍କ ଶୋକ

    ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ଉପମୁଖ୍ୟମନ୍ତ୍ରୀଙ୍କ ଶୋକ

    ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ ପୁଲିସର ବଡ଼ ସୂଚନା:ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ

    ବଳଙ୍ଗା ଘଟଣାରେ ପୁଲିସର ବଡ଼ ସୂଚନା:ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ