ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପି. ଗୋପୀଚାନ୍ଦ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଶିଷ୍ଟ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପି. ଗୋପୀଚାନ୍ଦ। ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ଉଦଘାଟନ ଅବସରରେ ଭୁବନେଶ୍ଵର ଆସିଥିବା ବେଳେ ନବୀନଙ୍କୁ ଗୋପୀଚାନ୍ଦ ଭେଟିଛନ୍ତି ଓ କୃତଜ୍ଞତା ଜଣାଇଛନ୍ତି। ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ହିଁ ଭୁବନେଶ୍ଵରରରେ ବ୍ୟାଡମିଣ୍ଟନ ହାଇପରଫର୍ମାନସ ସେଣ୍ଟର ପ୍ରତିଷ୍ଠା ହୋଇଛି। ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ଏହା ଥିବା ବିଜେଡି ସରକାରର ଅନ୍ୟତମ ଅବଦାନ।
ଏହି କଥା ମନେ ପକାଇ ବିଜେଡି କହିଛି ଯେ, କଳିଙ୍ଗ ଷ୍ଟାଡିୟମ ପରିସରରେ ଯେଉଁ ସଟଲ୍ ଆକୃତିର ହାଇପରଫର୍ମାନ୍ସ ସେଣ୍ଟର ଝଲମଲ୍ କରୁଛି, ନବୀନ ପଟ୍ଟନାୟକଙ୍କ ଯୋଗୁଁ ତାହା ସମ୍ଭବ ହୋଇଛି। ଏହାର ନିର୍ମାଣ ପାଇଁ ୨୦୧୮ ରେ ଚୁକ୍ତି ସ୍ଵାକ୍ଷର ହୋଇଥିଲା। ୨୦୧୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଣ୍ଟରର ପରିଚାଳନା ଓ କୋଚିଂ ଦାୟିତ୍ଵ ଗୋପୀଚାନ୍ଦ ନେବେ ବୋଲି ସ୍ଥିର ହୋଇଥିଲା।
ଏହି ହାଇପରଫର୍ମାନ୍ସ ସେଣ୍ଟରରେ ୮ ଟି ଆନ୍ତର୍ଜାତିକ ମାନର ବ୍ୟାଡମିଣ୍ଟନ କୋର୍ଟ । ୫୦୦ ଦର୍ଶକ ବସିବା କ୍ଷମତା ସହ କ୍ୟାଫେଟେରିଆ, ଜିମ୍ ଓ ରେଷ୍ଟ ରୁମ୍ ରହିଛି । ନବୀନ ସରକାର ଏଥିପାଇଁ ୩ ଏକର ଜମି ଓ ୫୫ କୋଟି ଟଙ୍କା ପ୍ରଦାନ କରିଥିଲେ। ନବୀନ ପଟ୍ଟନାୟକଙ୍କ ଅନୁରୋଧରେ ଗୋପୀଚାନ୍ଦ ନିଜେ ଏହି ହାଇପରଫର୍ମାନ୍ସ ସେଣ୍ଟରର ବୈଷୟିକ ନିର୍ମାଣର ତଦାରଖ କରୁଥିଲେ। ୨୦୨୪ ପ୍ରଥମାର୍ଦ୍ଧରେ ଏହାର ନିର୍ମାଣ କାମ ଶେଷ ହୋଇଥିଲା। ଏଠାରେ ଉଦୀୟମାନ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଟ୍ରେନିଂ ଦିଆଯିବ। ଗୋପୀଚାନ୍ଦ ଏହାର ପ୍ରତ୍ୟକ୍ଷ ଭାବେ ତତ୍ତ୍ଵବଧାନ କରିବେ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ