ପରିସ୍ରା ପିଆଇବା ମାମଲା: ପିଅନ ଗିରଫ

ମୋହନା: ମୋହନା ଆର୍‌ଡବ୍ଲୁ ଏସଏସ୍‌ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ମାମଲାରେ ପିଅନ ଶିବ ନାୟକ ଗିରଫ । ପିଅନ ନିଜର ବରିଷ୍ଠ ଅଧିକାରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇ ଥିଲା । ଗଜପତି ଜିଲ୍ଲା ଆର୍. ଉଦୟଗିରିସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଜଡଝଝ) ବିଭାଗରେ ଘଟିଥିଲା ଏହି ଘଟଣା । ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି ।
ଯନ୍ତ୍ରୀଙ୍କ ଅଭିଯୋଗ ଅନୁସାରେ, ଗତ ଜୁଲାଇ ୨୩ ତାରିଖ ରାତିରେ ସେ କାର୍ୟ୍ୟାଳୟରେ କାମ କରୁଥିବା ବେଳେ ପିଅନଙ୍କୁ ପିଇବା ପାଇଁ ପାଣି ମାଗିଥିଲେ । କିନ୍ତୁ ଅଭିଯୁକ୍ତ ପିଅନ ଜଣକ ଏକ ପାଣି ବୋତଲରେ ପରିସ୍ରା ଭର୍ତ୍ତି କରି ତାଙ୍କୁ ଦେଇଥିଲେ । କାର୍ୟ୍ୟବ୍ୟସ୍ତତା ମଧ୍ୟରେ ଯନ୍ତ୍ରୀ ଜଣକ କିଛି ନ ଜାଣିପାରି ସେହି ପରିସ୍ରାକୁ ପିଇ ଦେଇଥିଲେ । ପିଇବା ପରେ ତାଙ୍କୁ କିଛି ଅସ୍ୱାଭାବିକ ଲାଗିବାରୁ ସେ ସନ୍ଦେହ କରିଥିଲେ । ପରେ ସେହି ପରିସ୍ରା ପିଇଥିବା ଜାଣିବା ପରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ଯନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଏହି ଅମାନବୀୟ କାଣ୍ଡକୁ ନେଇ ଆର୍. ଉଦୟଗିରି ଥାନାରେ ଅଭିଯୁକ୍ତ ପିଅନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।

  • Garvita Odia

    Related Posts

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଯାଜପୁର: ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ୟ୍ୟାଳୟରେ କାର୍ୟ୍ୟରତ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବା ବରିଷ୍ଠ ରାଜସ୍ବ ସହାୟକ ହେମନ୍ତ କୁମାର ପେରେଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

    ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ

    କେନ୍ଦୁଝର: ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ମେଲାଣ ରଙ୍ଗମାଟିଆ ସାହିରେ ଅଘଟଣ । ପୁଅର ଟାଙ୍ଗିଆ ଚୋଟରେ ମାଆର ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ରାମର ରିଣ୍ଡି ସୋରେନ । ମହିଳାଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ