ଓଟିଇଟି ପ୍ରଶ୍ନପତ୍ର ଲିକ୍‌: ଆଉ ଜଣେ ଗିରଫ

ଭୁବନେଶ୍ବର: ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କ୍ରାଇମବ୍ରାଞ୍ଚ ଆଉ ଜଣଙ୍କୁ ଗିରଫ କରିଛି। କଳାହାଣ୍ଡି ଜନୈକ ପୂର୍ବତନ ଶିକ୍ଷକଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଏବେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଏବେ ବି ଏହି ମାମଲାରେ ଅନେକ କାର୍ପଟଦାରଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ।ପୂର୍ବରୁ ଜିତନ ମହାରଣା ସମେତ ୬ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ବୋର୍ଡ ଉପସଭାପତି ଶ୍ରୀ ମହାନ୍ତିଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଚାରି ଥର ଜେରା କରିସାରିଲାଣି। କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାରେ ଗତକାଲି ପୁଣି ତିନି ଜଣଙ୍କୁ ଉଠାଇ ଆଣିଥିଲା। କୋରାପୁଟ ଜିଲ୍ଲା ଜୟପୁରର ଶିବା ଜେରକ୍ସ ମାଲିକ, କୋରାପୁଟ ଜିଲ୍ଲାର ଜଣେ ଶିକ୍ଷକ ଏବଂ କଳାହାଣ୍ଡିର ଆଉ ଜଣେ ଶିକ୍ଷକଙ୍କୁ ଉଠାଇଥିଲା। ଏହି ଜେରକ୍ସ ଦୋକାନରେ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିବା ବେଳେ ଅନ୍ୟ ଦୁଇ ଶିକ୍ଷକ ପ୍ରଶ୍ନପତ୍ର କିଣିଥିଲେ।

ବୋର୍ଡର ରେଗୁଲେସନ୍‌ ଚାପ୍ଟର-୧୧ ଉପଧାରା ୧୫ ଅନୁସାରେ ପ୍ରଶ୍ନପତ୍ର ପ୍ରସ୍ତୁତି, ଗୋପନୀୟ ମୁଦ୍ରଣ ଓ ପ୍ରଶ୍ନ ବିତରଣ ବୋର୍ଡ ସଂପାଦକଙ୍କ ଦାୟିତ୍ବ। କିନ୍ତୁ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କିପରି ପ୍ରଶ୍ନପତ୍ର ପ୍ରସ୍ତୁତିରେ ସଂପୃକ୍ତ ହେଲେ ଓ ତାଙ୍କ ବ୍ୟକ୍ତିଗତ ଲାପ୍‌ଟପ୍‌କୁ ପ୍ରଶ୍ନର ସଫଟ୍ କପି କାହିଁକି ଆସିଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ୩ ବର୍ଷ ତଳେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣା ପରେ ସଂପାଦକଙ୍କଠାରୁ ଏ ଦାୟିତ୍ବ କାଢ଼ି ଆଣି ଉପସଭାପତିଙ୍କୁ ଦିଆଯାଇଥିଲା। କିନ୍ତୁ ବୋର୍ଡର ଡିଏଲ୍‌ଆର୍‌ କର୍ମଚାରୀ ଜିତନ ମହାରଣାଙ୍କୁ ଉପସଭାପତି ଡକ୍ଟର ମହାନ୍ତି ବୋର୍ଡର ଗୋପନୀୟ କାର୍ୟ୍ୟରେ ନିୟୋଜିତ କରିବା ବି ବଡ଼ କେଳେଙ୍କାରୀର ପ୍ରମାଣ ଦେଉଛି।

  • Related Posts

    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading
    ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

    ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ