
ଭୁବନେଶ୍ୱର: ହରିପୁର ଗାଁରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ । ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ଖଣ୍ଡାରେ ହାଣିଲେ ନିଜର ଦୁଇ ପୁତୁରା । ହତ୍ୟା ପରେ ବୋମା ଫୁଟାଇ ଫେରାର ହୋଇଗଲେ ହତ୍ୟାକାରୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ ନେଇ ରବି ଦାସ ଏବଂ ତାଙ୍କ ପୁତୁରାଙ୍କ ମଧ୍ୟରେ ତିକ୍ତତା ଲାଗିରହିଥଲା । ଯାହାଫଳରେ ଦୁଇ ଜଣ ପୁତୁରା ନିଜର ଆଉ ୨ ଜଣଙ୍ଗ ସହ ମିଶି ଦାଦା ତଥା ଅପରାଧୀ ରବି ଦାସଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ଖଲ୍ଲିକୋଟ ଥାନା ହରିପୁର ଗାଁ ନିକ ଟରେ ରବି ଦାସଙ୍କୁ ହତ୍ୟା କରିଛନ୍ତି । ଏହି ହତ୍ୟା ପରେ ସ୍ଥାନୀୟଲୋକେ ତୁରନ୍ତ ପୋଲିକୁ ଖବର ଦେଇଥିଲେ । ଖବର ପାଇ ଘଟଣା ଦୁଇ ପୁତୁରା ଏବଂ ଦୁଇ ସାଥୀ ଘଟଣାସ୍ଥଳରେ ବୋମା ଫିଙ୍ଗି ଫେରାର ମାରିଥିଲେ ।