ପ୍ରେମିକର ଗଳା କାଟିଦେଲା ପ୍ରେମିକା

କେନ୍ଦ୍ରାପଡ଼ା : ପ୍ରେମିକାର ନାରକୀୟ କାଣ୍ଡ । ବିଚ୍‌ ରାସ୍ତାରେ କାଟିଦେଲା ପ୍ରେମିକର ଗଳା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିଲା ପ୍ରେମିକ । ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । କେନ୍ଦ୍ରାପଡ଼ା ସଦର ଥାନା ଛଘରିଆ ଅଞ୍ଚଳରୁ ଆସିଛି ଏମିତି ଅଭାବନୀୟ ଘଟଣା । ପୋଲିସ ଘଟଣାରେ ଆରମ୍ଭ କରିଛି ଛାନ୍‌ଭିନ୍ ।
ମଙ୍ଗଳବାର ବିଳମ୍ବିତ ରାତିରେ ସତ୍ୟଜିତଙ୍କୁ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀ ସାଙ୍ଗରେ ନେଇ ଆସିଥିଲେ । କେହି କିଛି ଭାବିବା ପୂର୍ବରୁ ସାଙ୍ଗରେ ଥିବା ଯୁବତୀ ଜଣକ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସହଯୋଗରେ ତାଙ୍କ ଗଳା କାଟି ଦେଇଥିଲେ । ପରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାଜପଥ ହଜାରି ଛକ ପାଖ ରାସ୍ତାରେ ସତ୍ୟଜିତଙ୍କୁ ଛାଡି ଫେରାର ହୋଇଯାଇଥିଲେ । ଗଳା କାଟିଥିବା ଯୁବତୀ ସତ୍ୟଜିତଙ୍କ ପ୍ରେମିକା ବୋଲି ପୋଲିସ ସନ୍ଦେହ କରୁଛି । ଏକ ଧାରୁଆ ଅସ୍ତ୍ରରେ ସତ୍ୟଜିତଙ୍କ ବେକ କଟାଯାଇଛି । ରାସ୍ତାରେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକ ମାର୍ଶାଘାଇ ପୋଲିସକୁ ଖବର ଦେଇଥିଲେ । ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ତେବେ ପ୍ରେମିକା କାହିଁକି ତାଙ୍କ ଗଳା କାଟିଲା ? ଏଥିରେ ଆଉ କାହାର ସଂପୃକ୍ତି ରହିଛି ? ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାରେ ଛାନ୍‌ଭିନ୍ ଜାରି ରଖିଛି । ପୋଲିସ ସମସ୍ତ ଦିଗରୁ ତଦନ୍ତ କରୁଥିବା ଆଇଆଇସି କହିଛନ୍ତି ।

  • Garvita Odia

    Related Posts

    ଭିଜିଲାନ୍ସ ସ୍କାନରରେ ବିଏମସି ଅଧିକାରୀ

    ଭୁବନେଶ୍ୱର : ଭିଜିଲାନ୍ସ ସ୍କାନରରେ ବିଏମସି ଅଧିକାରୀ । ଆୟବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଆଜି ସକାଳୁ ସକାଳୁ ବିଏମସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘର ରେଡ୍ କରିଛି ଭିଜିଲାନ୍ସ ଟିମ । ନିର୍ବାହୀ ଯନ୍ତ୍ରୀଙ୍କ ଭୁବନେଶ୍ୱର ବଡଗଡ ସ୍ଥିତ…

    ପୁଅ ମାଡ଼ରେ ମାଆ ମୃତ

    ପଟ୍ଟାମୁଣ୍ଡା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବିଷ୍ଣୁପୁର ଗାଁରେ ପୁଅ ମାଡ଼ରେ ମାଆ ମୃତ । ପୁଅ, ବୋହୂଙ୍କ ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ମାଆର ଜୀବନ । ପୁଲିସ ଅଭିଯୁକ୍ତ ପୁଅ ମନୋଜ ମଲ୍ଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ।…

    Leave a Reply

    Your email address will not be published. Required fields are marked *

    You Missed

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କୁ  ଭେଟିଲେ ପ୍ରଭାତୀ ପରିଡ଼ା

    ନାରୀ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ନାରୀ ନ୍ୟାୟ ପାଇଁ  କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ