ବାଲୁକା କଳା ଉତ୍ସବ ପାଇଁ ସଜେଇ ହେଉଛି ଚନ୍ଦ୍ରଭାଗା ବେଳାଭୂମି

ରାତି ପାହିଲେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବ ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ। ସେଥିପାଇଁ ସଜେଇ ହୋଇଛି ଚନ୍ଦ୍ରଭାଗା। ଚକାଚକ୍‌ ହୋଇଛି ରାସ୍ତା ଘାଟ। ଆଉ ବେଳାଭୂମିରେ ପ୍ରତିଯୋଗୀଙ୍କ ପାଇଁ ଗଦା ହୋଇଛି ବାଲି। ଚଳିତବର୍ଷ ୮ ଜଣ ବିଦେଶୀ ବାଲୁକା ଶିଳ୍ପୀ ସାମିଲ୍‌ ହେବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଡିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ହେବାକୁ ଯାଉଛି ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ। ସେଥିପାଇଁ ଚନ୍ଦ୍ରଭାଗା ବେଳାଭୂମି ବେଶ ଉତ୍ସବ ମୁଖର ହୋଇଛି। ଦେଶ ବିଦେଶର ବାଲୁକା କଳା ଶିଳ୍ପୀମାନେ ଆସିଲେଣି। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା ବିଦେଶୀ ଶିଳ୍ପୀମାନଙ୍କୁ ସ୍ୱାଗତ କରିଛନ୍ତି। ପର୍ଯ୍ୟଟନ ବିଭାଗର ଭବ୍ୟ ଆୟୋଜନ ଓ ଚନ୍ଦ୍ରଭାଗାର ବାଲୁକା ରାଶି ଦେଖି ଭାବବିହ୍ଵଳ ହୋଇଛନ୍ତି ଦେଶ ବିଦେଶର ବାଲୁକା ଶିଳ୍ପୀ।
ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବରେ ଆଠ ଜଣ ବିଦେଶୀ ବାଲୁକା ଶିଳ୍ପୀଙ୍କ ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ୧୨୯ ଜଣ ବାଲୁକା ଶିଳ୍ପୀଙ୍କ ଦ୍ଵାରା ୩୫ଟି ଷ୍ଟଲରେ ଭିନ୍ନ ଭିନ୍ନ ଚିତାକର୍ଷକ ବାଲୁକା କଳା ପ୍ରଦର୍ଶନ କରିବେ। ଚଳିତ ବର୍ଷ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବରେ ୟୁକେ, ଜର୍ମାନୀ, ସ୍ପେନ୍‌, ମେକ୍ସିକୋ, ଶ୍ରୀଲଙ୍କା ଓ ଜାପାନ ଭଳି ଆଠଟି ଦେଶରୁ ଆଠ ଜଣ ବିଦେଶୀ ଶିଳ୍ପୀ ଚନ୍ଦ୍ରଭାଗାରରେ ପହଞ୍ଚିଛନ୍ତି। ଏହି ବାଲୁକା କଳା ଉତ୍ସବ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି।

  • Related Posts

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ଭୁବନେଶ୍ୱର:ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ର ନିଯୁକ୍ତ ହୋଇଛନ୍ତି । ୩ ବର୍ଷ…

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଭୁବନେଶ୍ୱର: ନିଲମ୍ବିତ ହେଲେ ନିହାର ରଂଜନ ମହାନ୍ତି । ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଲମ୍ବିତ କରିଛି । କ୍ରାଇମ୍ ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଏହି ବଡ଼ ପହକ୍ଷେପ ନେଇଛି ବିଭାଗ…

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଧାରଣାରେ ୫୫ ଆଦିବାସୀ ପରିବାର

    ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ନୂଆ ରେକର୍ଡ ରିଲ୍ସକୁ ମିଳିଲା ୧.୯ ବିଲିୟନ ଭ୍ୟୁ

    ୧୫ ହଜାର ଲାଞ୍ଚ ନେବାବେଳେ ଶିକ୍ଷା ବିଭାଗ କିରାଣିଙ୍କୁ ଧରିଛି ଭିଜିଲାନସ୍